ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ଗୋଲାପୀ ଲୁଣ
by Argus News
Wed, Sep 25 | 1:42 p.m.

ଅର୍ଗସ ବ୍ୟୁରୋ: କୁହାଯାଏ କି ହିମାଳୟରୁ  ଗୋଲାପୀ ଲୁଣରେ ବାହାର କରାଯାଏ । ଏହି ଲୁଣର ରଙ୍ଗ ଗୋଲାପୀ । ଆୟୁର୍ବେଦ ଅନୁଯାୟୀ ଏହି ଗୋଲାପୀ ଲୁଣ  ଧଳା ଲୁଣ ଅପେକ୍ଷା ଅଧିକ ସ୍ୱାସ୍ଥ୍ୟକର ବୋଲି କୁହାଯାଏ । ଏହି ଲୁଣଟି ସ୍ୱାଦରେ ସାମାନ୍ୟ ମିଠା ଏହା ହଜମ ପ୍ରକ୍ରିୟାକୁ ସୁସ୍ତ କରିଥାଏ ।  ଗୋଲାପୀ ଲୁଣ ପାଣି ପିଇବା ଶରୀରକୁ ଅନେକ ଲାଭ ଦେଇଥାଏ । ଆସନ୍ତୁ ଜାଣିବା କେଉଁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ଏହି ଲୁଣ ପ୍ରଭାବଶାଳୀ ଏବଂ ଏହାକୁ କିପରି ବ୍ୟବହାର କରାଯିବ?

ଏହି ସମସ୍ୟାଗୁଡିକରେ ଗୋଲାପୀ ଲୁଣ  ପ୍ରଭାବଶାଳୀ 

ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ:- ଗୋଲାପୀ ଲୁଣ  ହଜମ ଜନିତ ସମସ୍ୟା ପାଇଁ ଏକ ଉତ୍ତମ ଘରୋଇ ଉପଚାର । ଜୁଆଣି ଓ ହିଂଙ୍ଗୁକୁ ମିଶାଇ ଖାଇଲେ ପେଟ ଯନ୍ତ୍ରଣା ଇତ୍ୟାଦିରୁ ମୁକ୍ତି ମିଳିଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ:- ଗୋଲାପୀ ଲୁଣ ନିୟମିତ ଖାଇବା ଜରୁରୀ ଏହା ଭିଟାମିନ୍ ଏବଂ ମିନେରାଲ୍ସ ଯୋଗାଇଥାଏ ଏବଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ମଧ୍ୟ ହାଡକୁ ମଜବୁତ କରିଥାଏ ଏବଂ ଏହାର ଆଇରନ ପଦାର୍ଥ ହେତୁ ରକ୍ତ ସ୍ତର ବଢାଇଥାଏ । 

ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ପ୍ରଦାନ କରେ:- ଗୋଲାପୀ ଲୁଣ ମାଂସପେଶୀ ହ୍ରାସ କରିବାରେ ସାହାଯ୍ୟ କରେ । ମାଂସପେଶୀ ବଢିବା ହେତୁ କଷ୍ଟ ଅନୁଭବ କରୁଥିବା ଲୋକମାନେ ଏକ ଚାମଚ ଗୋଲାପୀ ଲୁଣକୁ ପାଣିରେ ମିଶାଇ କିଛି ସମୟ ରଖି ତା ପରେ ପିଅନ୍ତୁ ଆରାମ ଅନୁଭବ କରିବେ । 

ରକ୍ତଚାପକୁ ନିୟନ୍ତ୍ରଣ କରେ:- ଗୋଲାପୀ ଲୁଣରେ ଅଧିକ ପୋଟାସିୟମ ଥାଏ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଏବଂ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏକ ଗ୍ଲାସ୍ ସାଧା ପାଣିରେ ଅଧା ଚାମଚ ଗୋଲାପୀ ଲୁଣ ମିଶାଇ ପିଅନ୍ତୁ  ରକ୍ତଚାପ ସନ୍ତୁଳିତ ହୋଇପାରିବ ।

ଚାପରୁ ମୁକ୍ତି ଦେଇଥାଏ:- ସୁପ୍ ରେ ଅଳ୍ପ ପରିମାଣର ଗୋଲାପୀ ଲୁଣରେ ପିଅନ୍ତୁ  କିମ୍ବା ଉଷୁମ ପାଣିରେ ଗୋଲାପୀ ଲୁଣ  ମିଶାଇ ପିଇଲେ ଆପଣଙ୍କୁ ଚାପରୁ ମୁକ୍ତି ଦେଇଥାଏ ଏବଂ ଆପଣଙ୍କ ମସ୍ତିଷ୍କକୁ ସକ୍ରିୟ କରିଥାଏ । ଏହା ଆପଣଙ୍କୁ ଶାନ୍ତ କରିଥାଏ ଏବଂ ଆପଣଙ୍କ ଶରୀର ଏବଂ ମନକୁ ଆରାମ ଦେଇଥାଏ ଏବଂ ଭଲ ମଧ୍ୟ ନିଦ ଦେଇଥାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

ମଧୁମେହ
7m ago
ଖାଲି ପେଟରେ ମେଥି ପାଣି ପିଇଲେ ନିୟନ୍ତ୍ରଣ ହେବ ମଧୁମେହ
ଅର୍ଗସ ବ୍ୟୁରୋ: ଆଜିକାଲି ମଧୁମେହ ରୋଗ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ କିଛି ବର୍ଷ ମଧ୍ୟରେ ଭାରତରେ ମଧୁମେହ ରୋଗୀମାନଙ୍କର ଯଥେଷ୍ଟ ବୃଦ୍ଧି ପାଉଛି । ଏହି ରୋଗରେ ସାରା ବିଶ୍ୱରେ କୋଟ
ପାଟଣାଗଡ଼କୁ
14m ago
ପାଟଣାଗଡ଼କୁ ଦିନିକିଆ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
ଅର୍ଗସ ବ୍ୟୁରୋ: ପାଟଣାଗଡ଼କୁ ଦିନିକିଆ ଗସ୍ତ କରିଛନ୍ତି ଓଡ଼ିଶା ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓ। ପ୍ରଥମେ ସ୍ଥାନୀୟ ରାଜ ଖମାରରେ ଦୀନଦୟାଲଙ୍କ ଜନ୍
AISHWARYA
24m ago
ଜୟା ବଚ୍ଚନଙ୍କ କଥା ଶୁଣି କାନ୍ଦିଲେ ଐଶ୍ୱର୍ଯ୍ୟା
ଅର୍ଗସ ବ୍ୟୁରୋ: କଣ ଏମିତି କହିଗଲେ ଜୟା ବଚ୍ଚନ। ସମସ୍ତଙ୍କ ସାମ୍ନାରେ ଏମିତି କହିଗଲେ ଜୟା। ଜୟା ବଚ୍ଚନଙ୍କ କଥା ଶୁଣି କାନ୍ଦିବାକୁ ଲାଗିଲେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ