ପାଟଣାଗଡ଼କୁ ଦିନିକିଆ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
by Argus News
Wed, Sep 25 | 3:49 p.m.

ଅର୍ଗସ ବ୍ୟୁରୋ: ପାଟଣାଗଡ଼କୁ ଦିନିକିଆ ଗସ୍ତ କରିଛନ୍ତି ଓଡ଼ିଶା ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓ। ପ୍ରଥମେ ସ୍ଥାନୀୟ ରାଜ ଖମାରରେ ଦୀନଦୟାଲଙ୍କ ଜନ୍ମ ଜୟନ୍ତୀ ସହ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପରେ ଆସନ୍ତା 2 ତାରିଖ ଗାନ୍ଧୀ ଜୟନ୍ତୀରେ ଉଦଘାଟନ ହେବାକୁ ଥିବା ୧୫୦ ଫୁଟ ଉଚ୍ଚ ତ୍ରିରଙ୍ଗା ପତାକା ହେଉଥିବା ସ୍କୁଲ ଖେଳ ପଡିଆରେ ଚାଲିଥିବା କାମ ବୁଲି ଦେଖିଥିଲେ।

ତତ ସଙ୍ଗେ ପଡିଆ ନିକଟରେ ଥିବା ଏକ ସରକାରୀ ଜାଗାରେ ଅତ୍ୟାଧୁନିକ ଟାଉନ ହଲ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ପରେ ହରିଶଙ୍କର ଭବନ ଠାରେ ଏକ ସମୀକ୍ଷା ବୈଠକରେ ସାମିଲ ହୋଇ ପାଟଣାଗଡର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ମୁଖ୍ୟତଃ ସହରର ବାଇପାସ, ସିସିଟିଭି, ସହରରେ ଆଲୋକୀ କରଣ ଉପରେ ଆଲୋଚନା କରିଥିଲେ। ସମୀକ୍ଷା ବୈଠକରେ ବଲାଙ୍ଗିର ଜିଲ୍ଲାପାଳ ଶିବାଜି ଗୌରବ ଇସଲୱାର, ବରଗଡ଼ ଏସପି, ଅତିରିକ୍ତ ଏସପି, ପାଟଣାଗଡ ଉପ ଜିଲ୍ଲାପାଳଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବିଜେଡି
16m ago
କ୍ଷମତା ପାଇଁ ବାଉଳି ହେଉଛି ବିଜେଡି!
ଅର୍ଗସ ବ୍ୟୁରୋ:ନବୀନଙ୍କ ପରେ ଓଡ଼ିଶାରେମୋହନ ରାଜ୍ ଚାଲିଛି,ଲୋକଙ୍କ ସମସ୍ୟା ବୁଝୁଛନ୍ତି ମୁଖ୍ୟମନ୍ତ୍ରୀ,କିନ୍ତୁ ବିଜେପିର ବିକାଶକୁ ସହିପାରୁନି ବିଜେଡି। ୨୪ ବର୍ଷ ରହିଲେ କ୍ଷମତ
କୂଳ ଲଙ୍ଘୁଛି ସମୁଦ୍ର
34m ago
ଶିଆଳିରେ କୂଳ ଲଙ୍ଘୁଛି ସମୁଦ୍ର, ଆତଙ୍କିତ ସ୍ଥାନୀୟ ଲୋକେ
ଜଗତସିଂହପୁର: ଏରସମା ବ୍ଲକ ପଦ୍ମପୁର ଶିଆଳି ଠାରେ କୂଳ ଲଙ୍ଘୁଛି ସମୁଦ୍ର । ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକ । ନିକଟ ଅତୀତରେ ସମୁଦ୍ର କୂଳ ଲଂଘିବା ଫଳରେ ଭିୟୁ ଟାୱାର ସମୁଦ୍ର ଗର୍ଭର
କବଚ
47m ago
କବଚ; ଟ୍ରେନ ଯାତ୍ରାକୁ କରିବ ସହଜ ଓ ସୁରକ୍ଷିତ
ଅର୍ଗସ ବ୍ୟୁରୋ: ଦୁର୍ଘଟଣାରୁ ବଞ୍ଚାଇବ କବଚ । ବିପଦ ସମୟରେ ଟ୍ରେନରେ ଆପେଆପେ ବ୍ରେକ୍ ଲଗାଇବ କବଚ ଟେକ୍ନୋଲୋଜି । ରାଜସ୍ଥାନର ମାଧପୁରରୁ କୋଟା ମଧ୍ୟରେ ଚାଲୁଥିବା ଟ୍ରେନରେ କବଚ 4.0ର ସଫ