'ଦିନ 11 ରୁ ଅପରାହ୍ନ 3 ଟା ଯାଏଁ ଘରୁ ବାହାରନ୍ତୁନି'
by Argus News
Wed, Apr 03 | 4:48 p.m.

ଭୁବନେଶ୍ୱର: ଜଳୁଛି ସାରା ଓଡିଶା । ଆକାଶରୁ ହେଉଛି ଅଗ୍ନିବର୍ଷା । ପାରଦ ଉପରମୁହାଁ ଥିବାବେଳେ ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ହିଟ ୱେଭ୍ ବା ଗ୍ରୀଷ୍ମ ପ୍ରବାହ ଜାରି କରିଛି ପାଣିପାଗ ବିଭାଗ । ଆଜିଠାରୁ ୬ ତାରିଖ ଯାଏ  ରାଜ୍ୟରେ ପ୍ରବଳ ଖରା ସହ ତାତିରୁ ନିସ୍ତାର ନାହିଁ । ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାରା ଓଡିଶା ତତଲା ବାଲିରେ ଭାଜି ହେବା ସହ ୪୩ ଡିଗ୍ରୀ ଛୁଇଁବ ତାପମାତ୍ରା । 
ଏହାସହ  ରାଜ୍ୟରେ ଜାରି ରହିବ ଉଷ୍ମ ରାତ୍ରି ସ୍ଥିତି । ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଉଷ୍ମ ଆଦ୍ର ସ୍ଥିତି ଲାଗି ରହିବ । ରାଜ୍ୟରେ ଗରମ ସହ ଅନେକ ସ୍ଥାନରେ  ୫୦ ରୁ ୭୦ ପ୍ରତିଶତ  ଆଦ୍ରତାର ପରିମାଣ ରହୁଥିବା ବେଳେ ଉଷ୍ମ ଓ ଆଦ୍ର ସ୍ଥିତି ୩ ରୁ ୪ ଦିନ ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ତାତିର ପ୍ରକୋପକୁ  ଦେଖି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ବଲାଙ୍ଗୀର , କଳାହାଣ୍ଡି, ବୌଦ୍ଧ ମାଲକାନଗିରି ଓ କେନ୍ଦୁଝର ଜିଲାରେ ଗ୍ରୀଷ୍ମ ପ୍ରବାହକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । 

ସେହିପରି ଆସନ୍ତାକାଲି ଗ୍ରୀଷ୍ମ ପ୍ରବାହକୁ ନେଇ ନୟାଗଡ, ବୌଦ୍ଧ ,କନ୍ଧମାଳ ,କଟକ, ଯାଜପୁର ଓ ଭଦ୍ରକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଉଷ୍ମ ରାତ୍ରିର ସ୍ଥିତିକୁ ନେଇ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, କେନ୍ଦୁଝର, କଳାହାଣ୍ଡି ଓ ନୟାଗଡରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଂଟାରେ ୭ ଜିଲ୍ଲାରେ ୪୦ ଡିଗ୍ରୀ ତାପମାତ୍ରା ଛୁଇଁଥିବା ବେଳେ ମାଲକାନଗିରିରେ ସର୍ବାଧିକ ୪୧ .୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । 
 

ତେବେ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଅତ୍ୟଧିକ ଆବଶ୍ୟକ ନଥିଲେ ଘରୁ ବାହାରିବା ପରାମର୍ଶ ଦେଇଛନ୍ତି । ବିଶେଷ କରି ଖରାର ପ୍ରଖର ପ୍ରକୋପ ସମୟ ଯେପରିକି ୧୧ ରୁ ୩ ତା ଭିତରେ ଘରେ ରହିବା ପାଇଁ କୁହାଯାଇଛି । ଛୋଟପିଲା, ବୟସ୍କ,ରୋଗାକ୍ରାନ୍ତ ଓ ଗର୍ଭବତୀ ମହିଳାଙ୍କୁ ଏହି ଖରାରୁ ବାରଣ କରାଯାଇଛି । ପ୍ରଚୁର ପରିମାଣର ପାଣି ପିଇବା ସହ ଘରୁ ବାହାରିବା ସମୟରେ ହାଲୁକା କପଡାର ବସ୍ତ୍ର ସହ ପାଣି ବୋତଲ ଛତା ଭଳି ଖରାରୁ ବର୍ତ୍ତିବା ପାଇଁ ଅବଶ୍ୟକୀୟ ସାମଗ୍ରୀ ସହ ବାହାରିବା ପାଇଁ ବିଭାଗ ସତର୍କ କରାଇଛି । ଗ୍ରାମାଞ୍ଚଳରେ ବିଶେଷ କରି ଚାଷୀଙ୍କୁ କଷ୍ଟକୁ ଯିବା ପାଇଁ ବାରଣ କରାଯାଇଛି । 

ଅନ୍ୟପଟେ ୫ ଦିନରୁ ଅର୍ଥାତ ଏପ୍ରିଲ ୬ ତାରିଖରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିବ । ପଶ୍ଚିମାଝଡ଼  ପ୍ରଭାବରେ ସୃଷ୍ଟି ହେଉଥିବା ନିମ୍ନ ଚାପରେଖା ପ୍ରଭାବରେ ୬ ,୭, ୮ ଓ ୯ ତାରିଖରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରଭାବରେ ୭ ତାରିଖରୁ  ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଏହି ସମୟରେ ୪0 ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆହୁରି ପଢନ୍ତୁ ପାଣିପାଗ ଖବର...
 

ରାଜ୍ୟରେ ଲାଗୁ ହେବ
24m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର