ଆଜିଠୁ ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା
by Argus News
Sat, Jun 29 | 7:31 a.m.

ଅର୍ଗସ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପର ପ୍ରଭାବ ଆଜିକୁ ମିଶାଇ ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ପାଇଁ କଳାହାଣ୍ଡି, କନ୍ଧମାଳ,ରାୟଗଡ଼ା, ନୟାଗଡ଼, ଗଞ୍ଜାମ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ଖୋର୍ଦ୍ଧା, ପୁରୀ, ବାଲେଶ୍ଵର, ଯାଜପୁର, କଟକ, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ।

ଅଧିକ ପଢନ୍ତୁ : ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଏଥିସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବୋହିବ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜିଠାରୁ ୩୦ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ସଂଲଗ୍ନ ଜିଲ୍ଲା ଗୁଡ଼ିକରେ କାଳବୈଶାଖୀ ପ୍ରଭାବ ଲାଗିରହିବ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହ କିଛି ଜାଗାରେ ଘଂଟାପ୍ରତି ୩୦ରୁ ୪୦ କି.ମି ବେଗରେ ପବନ ବହିପାରେ।


 

ବିଜେଡି ସରକାର
6m ago
7 ବ୍ୟାରେଜ ନିର୍ମାଣ ଘୋଷଣା କରି ଧୋକା ଦେଇଥିଲେ ବିଜେଡି ସରକାର
କଟକ: ବଦଳିଲା ସରକାର ବଦଳିବ ମହାନଦୀ ଅବବାହିକାର ଭାଗ୍ୟ । ହୀରାକୁଦ ତଳମୁଣ୍ଡରେ 2ଟି ବ୍ୟାରେଜ୍ ନିର୍ମାଣ କରିବେ ରାଜ୍ୟ ସରକାର । ବିକଶିତ ହେବ ସମ୍ବଲପୁରର ଅଯୋଧ୍ୟା ସରୋବର । ମହାନଦୀର 52
ବଲେ ବଲେର ସତ
47m ago
ହାଟରେ ପଡି ଦାଣ୍ଡରେ ଗଡୁଛି ବଲେ ବଲେର ସତ
ଭୁବନେଶ୍ୱର: ହାଟରେ ପଡି ଦାଣ୍ଡରେ ଗଡୁଛି ବଲ୍ଲେ ବଲ୍ଲେ ଢାବାର ସତ । ବିବାଦରେ ଜିତୁ-ବବି ଯୋଡ଼ି । ସରକାରୀ ଜମି ମାଡ଼ି ବସି ଅଭିନେତ୍ରୀଙ୍କ ସ୍ବାମୀଙ୍କୁ ଦେଲେ ଠିକା । ଜନତାଙ୍କ ସଂଗୀ
ମୋଦି
ଆକ୍ରମଣାତ୍ମକ ମୋଦିଙ୍କ କଂଗ୍ରେସ ଉପରେ ଦ୍ବିତୀୟ ଦିନରେ ପ୍ରହାର ଜାରି
ନୂଆଦିଲ୍ଲୀ: ଆକ୍ରମଣାତ୍ମକ ମୋଦିଙ୍କ କଂଗ୍ରେସ ଉପରେ ଦ୍ବିତୀୟ ଦିନରେ ପ୍ରହାର ଜାରି । କଂଗ୍ରେସ ଉପରେ ଅଭିଯୋଗର ବର୍ଷା । ପ୍ରଧାନମନ୍ତ୍ରୀ କହିଲେ ସତ ଶୁଣିବାକୁ ନାହିଁ କଂଗ୍ରେସର ସାହ