ଅର୍ଗସ ବ୍ୟୁରୋ: ଭାରତୀୟ ଦଳ ବିଶ୍ବ ବିଜେତା ହୋଇ ସାରିଛି। ଭାରତ ଆଜି ଭାରତୀୟ ଦଳକୁ ନେଇ ଗର୍ବିତ। ଦୀର୍ଘ ଦିନର ସ୍ୱପ୍ନ ବି ସାକାର ହୋଇଛି । ଫ୍ୟାନ୍ସ ଖୁସି ଅଛନ୍ତି, ଟିମ୍ ଇଣ୍ଡିଆର ଖେଳାଳି ବି ଖୁସ ଓ ଟିମ୍ ଇଣ୍ଡିଆକୁ ଏତେ ଉଚ୍ଚସ୍ତରରକୁ ନେଇ ଯାଇଥିବା ଭାରତୀୟ ଦଳର କୋଚ ବି ଏବେ ଖୁସି। ଟିମ୍ ଇଣ୍ଡିଆର ଟ୍ୱେଣ୍ଟି ଟ୍ୱେଣ୍ଟି ଦଳରୁ ବିଦାୟ ନେଇ ସାରିଛନ୍ତି ‘ରୋ-କୋ’ ଯୋଡି । ବିରାଟ ଓ କୋହଲିଙ୍କ ଅବସର ପରେ ଆଉ ଟିମ୍ ଇଣ୍ଡିଆର କୋଚ ଭାବରେ ମଧ୍ୟ ନଜର ଆସିବେନି ‘ଦି ୱାଲ’ ଭାବରେ ପରିଚିତ କୋଚ ରାହୁଲ ଦ୍ରାବିଡ।
କୋଚ ରାହୁଲ ଦ୍ରାବିଡଙ୍କ ପାଇଁ ଏହି ବିଶ୍ୱକପ ବିଜୟ ଭାର ମୁକ୍ତ ଭଳି ଥିଲା । ୨୦୦୭ ମସିହାରେ ଦ୍ରାବିଡଙ୍କ ନେତୃତ୍ୱାଧୀନ ଦଳ ଦିନିକିଆ ବିଶ୍ୱକପର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ଦ୍ରାବିଡ ଟିମ ଇଣ୍ଡିଆର ଟ୍ରଫି ବିଜୟ ପରେ କହିଛନ୍ତି ଯେ, ସେ ଏହିସବୁ ପୂର୍ବ କଥାକୁ ସେତେ ଧ୍ୟାନ ଦିଅନ୍ତି ନାହିଁ । ଅନେକ ଖେଳାଳି ବିଶ୍ୱକପ ଜିତି ପାରନ୍ତି ନାହିଁ । ମାତ୍ର ସେ ଭାଗ୍ୟଶାଳୀ ଯେ ଟିମ୍ ଇଣ୍ଡିଆର କୋଚ ପଦ ପାଇ ଭାରତକୁ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ବିଶ୍ୱ ବିଜେତା କରାଇ ପାରିଛନ୍ତି । ତାହା ସହ ଏଭଳି ସୂର୍ଣ୍ଣିମ ମୁହୂର୍ତ୍ତର ମୁକସାକ୍ଷୀ ହୋଇ ପାରିଛନ୍ତି।
ତାଙ୍କୁ ରୋହିତ ଓ ଏ ଦଳ ସହ କାମ କରି ବେଶ ଖୁସି ମିଳିଛି ବୋଲି ମଧ୍ୟ କୋଚ ରାହୁଲ ଦ୍ରାବିଡ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ଏ ଯାତ୍ରା ବହୁତ ସୁନ୍ଦର ଲାଗିଲା, ଯାହାର ସେ ଭରପୁର ମଜା ନେଲେ ବୋଲି ମଧ୍ୟ ରାହୁଲ ଜଣାଇଛନ୍ତି । ସେ ନିଜର ସର୍ବଶ୍ରେଷ୍ଠ ଦେଇଥିବାରୁ ଖୁସି ଜାହିର କରିଛନ୍ତି। ମୁଁ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ରୋହିତଙ୍କ କ୍ୟାପଟେନସିକୁ ଭୁଲିବି ନାହିଁ। ଆଉ ଟିମରେ କୋହଲିଙ୍କ ପ୍ରଦର୍ଶନକୁ କେବେ ଭୁଲିପାରିବି ନାହିଁ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର