ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା
by Argus News
Mon, Jul 08 | 3:58 p.m.

ଭୁବନେଶ୍ୱର:  ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ  ପ୍ରବଳ ବର୍ଷା। ଏହାସହ ଆସନ୍ତା ୫ ଦିନଯାଏ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଂଟାରେ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାର  ଗୋଟେ କିମ୍ବା ଦୁଇଟି ସ୍ଥାନରେ  ପ୍ରବଳ ବର୍ଷା ସମ୍ଭାବନା ରହିଛି। କୋରାପୁଟ, ରାୟଗଡ଼ା ,ମାଲକାନଗିରି ,କନ୍ଧମାଳ ଓ ଗଜପତି  ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ଠାରୁ କମିବ ବର୍ଷା ଅର୍ଥାତ ବଡ ବର୍ଷାର ସମ୍ଭାବନା କମ ଥିବା ବେଳେ କୌଣସି ସତର୍କ  ସୂଚନା ଦେଇନାହିଁ ବିଭାଗ। ୧୧ ରୁ ପୁନର୍ବାର ବର୍ଷାର ପରିମାଣ ବଢ଼ିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି  ପୁରୀ ଓ ବାରିପଦାରେ  ରଥଯାତ୍ରା ଚାଲୁରହିଥିବା  ବେଳେ ଏହି ଦୁଇ ସ୍ଥାନରେ ମେଘୁଆ  ପାଗ ସହ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା  ରହିଥିବା ବେଳେ ବିଶେଷ କରି ବିଜୁଳି ଓ ଘଡଘଡି  ପ୍ରତି ଲୋକମାନଙ୍କୁ ସତର୍କ ରହିବା ପାଇଁ  ବିଭାଗ ପରାମର୍ଶ ଦେଇଛି।  

ଅନ୍ୟପଟେ ଜୁନ ୧ ରୁ ଏଯାବତ ରାଜ୍ୟରେ ୨୧୧.୬   ମିମି ବର୍ଷା ହୋଇଥିବା ବେଳେ ଏବେବି ୨୬  ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। କିନ୍ତୁ ବର୍ତ୍ତମାନ ସ୍ୱାଭାବିକ ବର୍ଷା ରହିବା  କଥା ୨୮୫.୮  ମିମି।ବାଲେଶ୍ୱର ରେ ଅଧିକ ନିଅଁଟିଆ  ଥିବା  ବେଳେ ୧୬  ଜିଲ୍ଲାରେ ନିଅଁଟିଆ ବର୍ଷା ରେକର୍ଡ ହୋଇଛି। ୧୩ ଜିଲ୍ଲାରେ  ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି।  ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା  ହୋଇଥିବା ବେଳେ କଟକ ବାଙ୍କୀ ରେ ୧୭୭.୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ନୂଆପଡାରେ  ସର୍ବାଧିକ ତାପମାତ୍ରା  ୩୬.୪ ଡିଗ୍ରୀ  ତାପମାତ୍ରା ରେକର୍ଡ ହୋଇଛି।   

ଅଧିକ ପଢନ୍ତୁ ଓଡ଼ିଶା ଖବର 

ବେଆଇନ୍ ମେଡିସିନ୍
50m ago
କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍ ?
ମାଲକାନଗିରି : କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍। ମାଲକାନଗିରି ମୋଟୁ ଇସଲାମନଗରର ବେଆଇନ୍ କାରବାର ପଛର କିଏ ସେହି ସଇତାନ୍। ମାସୁମ
ଆକ୍ସନ୍
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ
ଗାଜା
ଗାଜାରେ ପୁଣି ଆତଙ୍କୀ ଖୋଜ୍ ରେ ଆଡିଏଫ୍
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ ସ୍ଥିତି। ପାଲେଷ୍ଟାଇନ୍, ଲେବାନନ୍, ଇରାନ୍ ସବୁଆଡ଼େ ଆକ୍ରମଣ କରୁଛି ଇସ୍ରାଏଲ୍। ତେବେ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତ