ପୁରୀରେ ପ୍ରବଳ ବର୍ଷା; ବଡଦାଣ୍ଡରେ 3 ଫୁଟ୍ ଉଚ୍ଚର ପାଣି
by Argus News
Fri, Sep 06 | 4:50 p.m.

ପୁରୀ: ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ପୁରୀରେ ଜୀବନଯାତ୍ରା ବେହାଲ । ସବୁଠି ଲହଡି ମାରୁଛି ବର୍ଷା ଜଳ । ବଡଦାଣ୍ଡରେ ବି ସମାନ ଅବସ୍ଥା । ଗଣେଷ ପୂଜା ପୂର୍ବରୁ ଭିଜିଲା ପୁରୀ ସହର । ପ୍ରବଳ ବର୍ଷା ସାଙ୍ଗକୁ ବଡଦାଣ୍ଡରେ ଦୁଇ ତିନି ଫୁଟ୍ ଉଚ୍ଚର ପାଣି ଢେଉ ଖେଳିବା ଯୋଗୁଁ ଭକ୍ତ ଓ ଦର୍ଶନାର୍ଥୀ ବେହାଲ ହୋଇପଡିଛନ୍ତି । 


ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟରେ  ବି ପ୍ରବଳ ବର୍ଷା ଜଳ ଅସ୍ତବ୍ୟସ୍ତ କରିପକାଇଛି । ତେବେ ବଡଦାଣ୍ଡରେ ଏଭଳି ପରିସ୍ଥିତି ଉପୁଜିଛି ଯେ ଚାଲିକି ଯିବା ଅସମ୍ଭବ ହୋଇପଡିଛି । ମାଉସୀ ମା'ଙ୍କ ମନ୍ଦିର ସମ୍ମୁଖ ବଡଦାଣ୍ଡରେ ଗାଡିମଟର ଚଳାଚଳରେ କିଛି ସମୟ ବାଧାପ୍ରାପ୍ତ ହୋଇଛି । କାର୍, ବେଟେରୀ ଅଟୋ, ସାଇକେଲ, ରିକ୍ସା ଆଦି ଚଳାଚଳରେ ମଧ୍ୟ ଘୋର ସମସ୍ୟା ସୃଷ୍ଟି ହୋଇଛି ।

ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ରାଜ୍ୟରେ ବର୍ଷା ପରିମାଣ ବଢିବ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ । ପ୍ରଭାବରେ ଆସନ୍ତା ୭ ଦିନ ଯାଏ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା । ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କିଛି ସ୍ଥାନରେ ୫ ଦିନ ଯାଏ ପ୍ରବଳ ରୁ ଅତିପ୍ରବଳ ବର୍ଷାର ସମ୍ଭାବନା। ବର୍ଷା ଯୋଗୁଁ ଫିକା ପଡିପାରେ ଗଣେଶ ପୂଜା । ଲଘୁଚାପ ପ୍ରଭାବରେ ବିଶେଷ କରି ଭିଜିବ ଉପକୂଳ ଓଡ଼ିଶା । ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲା କୋରାପୁଟ, ରାୟଗଡା, ମାଲକାନଗିରି, ଗଂଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି  ଓ  ନବରଙ୍ଗପୁରକୁ ୟେଲୋ  ୱାର୍ଣ୍ଣିଙ୍ଗ  ଜାରି କରିଛି  ପାଣିପାଗ ବିଭାଗ । ଲଘୁଚାପଟି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡିଶା  ଉପକୂଳ ପାଶ୍ବବର୍ତୀ ଅଂଚଳରେ ସୃଷ୍ଟି ହୋଇଛି । ପରେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।

ଆହୁରି ପଢନ୍ତୁ ଓଡିଶା ଖବର...

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ