ଅଦିନିଆ ବର୍ଷା,  ପାଣିରେ ଭିଜୁଛି ଫସଲ ଓ ପନିପରିବା
by Argus News
Wed, Mar 20 | 8:10 p.m.

 ଭୁବନେଶ୍ୱର:  ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । କ୍ଷେତରେ ଏକର ଏକର ଫସଲ ଓ ପନିପରିବା ନଷ୍ଟ ହେଉଥିବାବେଳେ ଚିନ୍ତାରେ ଚାଷୀ । ସେପଟେ କନ୍ଧମାଳରେ ବଜ୍ରାଘାତ ନେଲା ନାବାଳକଙ୍କ ଜୀବନ । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତାକାଲିଠୁ ବଦଳିବ ପାଗ, ବଢିବ ଦିନର ତାପମାତ୍ରା ।
 ବିଜୁଳି, ଘଡଘଡି ସହ ପବନ । ଅସ୍ତବ୍ୟସ୍ତ ହୋଇପଡିଛି ଜନଜବୀନ । ବିଶେଷ କରି ଚାଷ ବେଶୀ ପ୍ରଭାବିତ ହୋଇଛି । ଯେଉଁଆଡେ ଦେଖିବେ ଚାଷ ଜମିରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି ` ପନିପରିବା ସବୁ ପଚି ସଢି ନଷ୍ଟ ହେବାକୁ ଚାଷୀ । ଏ ଦୃଶ୍ୟ ହେଉଛି ବାଲେଶ୍ବର ଜିଲ୍ଲା ଭୋଗରାଇର । ବାଇଗଣ ଭେଣ୍ଡି, କଲରା, ପିଆଜ, ବାଦାମ, ମୁଗ, ସୁର୍ଯ୍ୟ ମୁଖୀ ଛାରଖାର୍ ହେଇଯାଇଛି । ଆଖି ସାମ୍ନାରେ ଚାଷ ନଷ୍ଟ ଦେଖି ହତାଶ ଚାଷୀ  ।

ସେହିପରି ପୁରୀ ଜିଲ୍ଲାର ସତ୍ୟବାଦୀ, କୃଷ୍ଣପ୍ରସାଦ ଓ କଣାସ ଅଞ୍ଚଳରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ବର୍ଷା ବୁଡାଇ ଦେଇଛି ବିରି, ମୁଗ, କୋଳଥ ଓ ବାଦାମ ଚାଷ । ଶହ ଶହ ଏକର ଧାନ ଫସଲ ନଷ୍ଟ ହେଉଛି । ବୌଦ୍ଧ ଓ କଣ୍ଟାମାଳରେ ବିଜୁଳି ସହ ଘଡ଼ଘଡି ଓ ବର୍ଷା କୁଆପଥର ମାଡ଼ ଉଜାଡି ଦେଇଛି ପନିପରିବା ଚାଷ । କ୍ଷେତରେ ପାଣି ଜମି ରହିଥିବାରୁ କୋବି, ଟମାଟୋ ପିଆଜ, ବାଇଗଣ ଓ ଡାଲିଜାତୀୟ ମୁଗ, ବିରି, କୋଳଥ ଫସଲ ନଷ୍ଟ ହୋଇଯାଇଛି । ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ବିଲରେ ପାଣି ଜମି ଲକ୍ଷାଧିକ ଟଙ୍କାର ତରଭୁଜ ପଚି ସଢି ନଷ୍ଟ ହୋଇଯାଇଛି । ଧାର କରଜ କରି ଚାଷ କରିଥିବା ଚାଷୀ ଫସଲ ନଷ୍ଟ ଦେଖି ଚିନ୍ତାରେ ପଡିଛି ।


ଅନ୍ୟପଟେ କନ୍ଧମାଳ ଜିଲ୍ଲା ସୁବର୍ଣ୍ଣଗିରିରେ ବଜ୍ରାଘାତରେ ଆଖି ବୁଜିଲା ନାବାଳକ ଭାଇ । ଭଉଣୀ ଗୁରୁତର ହୋଇ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛି । ସେପଟେ ବଲାଙ୍ଗୀର ଜିଲ୍ଲା ଝରଣି ପଞ୍ଚାୟତ ରାଉତମୁଣ୍ଡା ଗାଁରେ ପ୍ରବଳ ବର୍ଷା ଯୋଗୁଁ ଘର ଭାଙ୍ଗି ଗୋଟିଏ ପରିବାର ବେସାହାରା ହୋଇଛି । ସେହିପରି ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଓ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି ।ଖାଲ ଖମା ରାସ୍ତାରେ ଅଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାଜ୍ୟରେ ଆସନ୍ତା 24 ଘଣ୍ଟାରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । 

ଆସନ୍ତାକାଲି ସକାଳ 7ଟାରୁ ଦିନ 11ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ପାଇଁ ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼ ଓ ପୁରୀକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଗଦିଁଆ, ଭୁବନରେ ସର୍ବାଧିକ ୭୨ ମିଲିମିଟର ବର୍ଷା ରେକର୍ଡ । ଅନୁଗୁଳ ଆଠମଲିକରେ 68 ମିଲିମିଟର, ବୌଦ୍ଧ କଣ୍ଟାମାଳରେ ୬୬.୨ ମିମି ବର୍ଷା ରେକର୍ଡ ହୋଇଛି  ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଟର୍ଣ୍ଣିଂ ପଏଣ୍ଟ
ଭୁବନେଶ୍ୱରରେ ରୋଡ ସୋ' ପରେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ
ଅର୍ଗସ ବ୍ୟୁରୋ: ଓଡିଶାରେ ବଡ ଟର୍ଣ୍ଣିଂ ପଏଣ୍ଟ ଆସୁଛି । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତ
ROAD SHOW
ମୋଦିଙ୍କ ରୋଡ ସୋ'ରେ ବିପୁଳ ସମର୍ଥନ
ଭୁବନେଶ୍ୱର: ସରିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ ସୋ । ହାତ ହଲାଇ ପଦ୍ମ ଫୁଲ ଦେଖାଇଲେ, ଲୋକଙ୍କ ଆଶୀର୍ବାଦ ମାଗିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇ
ଗୋଲାପି ଛବି
ବିକାଶର ଗୋଲାପି ଛବି ଦେଖାଇ ରାଜ୍ୟବାସୀଙ୍କୁ ଧୋକ୍କା
ଭୁବନେଶ୍ୱର: 2024 ଇସ୍ତାହାରରେ ପୁରୁଣା ପ୍ରତିଶ୍ରୁତି ଦୋହରାଇଲେ ନବୀନ । ବିକାଶର ଗୋଲାପି ଛବି ଦେଖାଇ ପୁଣି ରାଜ୍ୟବାସୀଙ୍କୁ ଧୋକା ଦେବାକୁ ପ୍ରୟାସ । କୁଆଡେ ଗଲା ବିଜେଡିର 2014 ଓ 2019