ମେଂଟକୁ ନେଇ ପ୍ରଦୀପଙ୍କ ବିସ୍ଫୋରକ ବୟାନ !
by Argus News
Wed, Mar 20 | 6:38 p.m.

ଅର୍ଗସ ବ୍ୟୁରୋ: ମେଂଟକୁ ନେଇ ଗୋପାଳପୁର ବିଧାୟକଙ୍କ ବିସ୍ଫୋରକ ବୟାନ । କହିଲେ, ବିଜେପି-ବିଜେଡି ମେଂଟକୁ ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କିଛି କୁହନ୍ତୁ । ପାଣ୍ଡିଆନ କିଏ ? ସେ କ'ଣ କହିବେ ମେଂଟକୁ ନେଇ ? କିଛି ଏମିତି କହି ଏବେ ଚର୍ଚ୍ଚାରେ ପ୍ରଦୀପ । କାରଣ ପୂର୍ବରୁ ବି ଅନେକ ଥର ବିଜେଡିକୁ ସିଧାସଳଖ ଟାର୍ଗେଟ୍‌ କରିଛନ୍ତି ପ୍ରଦୀପ । ହେଲେ ଗତକାଲି ଘରୋଇ ସଂସ୍ଥାକୁ ସାକ୍ଷାତକାର ଦେଇ ଫାଇଭ-ଟି ଅଧ୍ୟକ୍ଷ ଯେଉଁ ପ୍ରତିକ୍ରିୟା ରଖିଥିଲେ ତାହାକୁ ନେଇ ଏବେ କିନ୍ତୁ ଭାରି ଚର୍ଚ୍ଚା ।

୨୪ ନିର୍ବାଚନକୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ଖାସ୍‌ କରି ବିଜେପି-ବିଜେଡି ଭିତରେ ମେଂଟ ହେବା ନେଇ ଚର୍ଚ୍ଚା ଗତ ୧୫ ଦିନ ହେଲାଣି ଜୋରଦାର ଚାଲିଛି । ହେଲେ ଆଜିଯାଏଁ ସେନେଇ କିନ୍ତୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହାରି ଭିତରେ ଦିଲ୍ଲୀ ଗସ୍ତରେ ଘନଘନ ଯାଉଛନ୍ତି ବିଜେପିର ବଡ଼ବଡ଼ ନେତା ।  ତେଣୁ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହାରି ଭିତରେ ମେଂଟକୁ ନେଇ ବି ସୋସିଆଲ ମିଡିଆରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ଚାଲିଛି । ଆଉ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଲା ଗତକାଲିର ପାଣ୍ଡିଆନଙ୍କ ମନ୍ତବ୍ୟକୁ । ହେଲେ ପାଣ୍ଡିଆନ କାହିଁକି ଏମିତି କହିଲେ ? ନବୀନ କାହିଁକି ନୁହେଁ ? ସେନେଇ ଉଠିଲାଣି ପ୍ରଶ୍ନ । 

ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କାରଣ ଏଥର ବି ସମାନ କଥା କହିଛନ୍ତି ପ୍ରଦୀପ । ପୂର୍ବରୁ ଯେମିତି କହୁଥିଲେ ଏଥର ଲେଖା ଛିଣ୍ଡାଇଦେବା, ଏଥର ବି ସେମିତି କହିଲେ ଲେଖା ଦେବା ଛିଣ୍ଡେଇ । ଖାଲି ଏତିକି ନୁହେଁ ବରଂ ଆଗାମୀ ନିର୍ବାଚନରେ ବିଧାନସଭାରେ ୧୪୭ ଓ ଲୋକସଭା ୨୧ ପ୍ରାର୍ଥୀ ଦେବ ବିଜେପି ବୋଲି କହିଛନ୍ତି ପ୍ରଦୀପ । ମୋଟ୍‌ ଉପରେ ବିଜେପିର ପ୍ରାର୍ଥୀ ଘୋଷଣା ଉପରେ ଏବେ ସମସ୍ତଙ୍କ ନଜର । ହେଲେ ଏବେ ପ୍ରଦୀପଙ୍କୁ ନେଇ ଭାରି ଚର୍ଚ୍ଚା ।

 

(ବ୍ରହ୍ମପୁରରୁ ପିତାମ୍ବର ନାହକଙ୍କ ରିପୋର୍ଟ)


 

HEALTH
46m ago
ରସୁଣକୁ କେମିତି ବ୍ୟବହାର କରିପାରିବେ
ଅର୍ଗସ ବ୍ୟୁରୋ: ରସୁଣର ଅନେକ ଉପକାରିତା ଅଛି । ରସୁଣ ଖାଇବା ଦ୍ଵାରା କେତକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଖାଲି ରସୁଣ ନୁହେଁ ରସୁଣର ଚୋପାକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ । ତେବ
ବିଜେଡିର ଇସ୍ତାହାରକୁ
59m ago
ବିଜେଡିର ଇସ୍ତାହାରକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: ବିଜେଡିର ଇସ୍ତାହାରକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। `ବିଜେଡି ଇସ୍ତାହାରରେ କିଛି ନୂଆ ନାହିଁ, କାଗଜର ଦସ୍ତାବିଜ୍' । `ବିଜେଡିର ଇସ୍ତାହା
CAMPAIGNING
ମନ୍ତ୍ରୀଙ୍କୁ ଘେରି ଅଞ୍ଚଳର ସମସ୍ୟା ବଖାଣିଲେ ଅଞ୍ଚଳବାସୀ
ଅର୍ଗସ ବ୍ୟୁରୋ: ପ୍ରଚାର ବେଳେ ମନ୍ତ୍ରୀଙ୍କୁ ଘେରିଲେ ଲୋକେ । ମନ୍ତ୍ରୀଙ୍କୁ ଘେରି ଅଞ୍ଚଳର ସମସ୍ୟା ବଖାଣିବା ସହ ଆବାସ , ପାଣି, ରାସ୍ତା, ଆବାସ ଘର ପାଉନଥିବା ସହ ସେସବୁ କେବ