OSSSC ନିଯୁକ୍ତି ପରୀକ୍ଷା ବିବାଦର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ
by Argus News
Fri, Oct 18 | 7:31 p.m.

ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ନିଯୁକ୍ତି ପରୀକ୍ଷା ବିବାଦର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି । ଏକ ପ୍ରେସ ବିଜ୍ଞପ୍ତିରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହା କୁହାଯାଇଛି । ରାଜ୍ୟ ସରକାର ଏହି ବିଷୟକୁ ଅତି ଗୁରୁତର ସହ ବିଚାରକୁ ନେଇଛନ୍ତି। ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ଏକ ନିରପେକ୍ଷ ଓ ସ୍ବଚ୍ଛ ନିଯୁକ୍ତି ପରୀକ୍ଷା କରିବା ପାଇଁ ସରକାର ପ୍ରତିବଦ୍ଧ। ଯେଉଁସବୁ ଅଭିଯୋଗ ଆସିଛି, ତାକୁ ସରକାର ଉଚ୍ଚ ଅଧିକାରୀଙ୍କ ଦ୍ଵାରା ତର୍ଜମା କରୁଛନ୍ତି। ଏନେଇ ସରକାର ଅତିଶୀଘ୍ର ସମୁଚିତ ନିଷ୍ପତ୍ତି ନିଆଯିବ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।

OSSSC ଦ୍ଵାରା କମ୍ପ୍ୟୁଟର ଅଧାରିତ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ସାମନାକୁ ଆସିଥିଲା ବିଜେଡି ସରକାରରେ କେଳେଙ୍କାରୀର ଚିତ୍ର । ନିଯୁକ୍ତିକୁ ଦୁର୍ନୀତି ଆଧାର କରିଥିଲା ବିଜେଡି । ପରୀକ୍ଷା ଆଉଟସୋର୍ସିଂ କରିଥିଲା OSSSC । ଯେଉଁ କମ୍ପାନୀମାନଙ୍କୁ ପରୀକ୍ଷା ଦାୟିତ୍ବ ଦିଆଯାଇଥିଲା ସେଗୁଡିକ ବ୍ଲାକଲିଷ୍ଟେଡ । ଅଭିଯୋଗ, ପରୀକ୍ଷାକୁ ମାନିପୁଲେଟ କରିବାକୁ ଏହି ସଂସ୍ଥାମାନଙ୍କୁ ବ୍ୟବହାର କରାଯାଉଥିଲା । ପ୍ରଶ୍ନ ଉଠିଥିଲା, ଏହି ବ୍ଲାକ ଲିଷ୍ଟେଜ କମ୍ପାନୀମାନଙ୍କୁ କାହିଁକି ପରୀକ୍ଷା ଦାୟିତ୍ଵ ଦିଆଯାଇଥିଲା । ବଡ଼ ପ୍ରଶ୍ନ କେଉଁ ଆଧାରରେ ଓକାକ୍ ବ୍ଲାକ ଲିଷ୍ଟେଡ୍ କଂପାନୀଙ୍କୁ ଦେଇଥିଲା ପରିଚାଳନା ଦାୟିତ୍ଵ। ପିଲାଙ୍କ ଭବିଷ୍ୟତ ସହ କାହିଁକି ଖେଳ ଖେଳାଯାଇଛି । ଏନେଇ ବାରମ୍ବାର ଆଶାୟୀ ପରୀକ୍ଷାର୍ଥୀ ଓ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ। ଏବେ ସରକାର ତଦନ୍ତ ଆରମ୍ଭ କରିଥିବା ବେଳେ ଆଶାୟୀ ପରୀକ୍ଷାର୍ଥୀ ଓ ଛାତ୍ରଛାତ୍ରୀ ଏହାକୁ ସ୍ଵାଗତ କରିଛନ୍ତି । ତେବେ ସେମାନେ ପରୀକ୍ଷା ବାତିଲ କରିବା ପାଇଁ ଦାବି ରଖିଛନ୍ତି ।  

ଓଡିଶାରେ BJD ସରକାରରେ କୋଟି କୋଟି ଟଙ୍କାର କାରବାର କରି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିଛନ୍ତି ଦୁର୍ନିତୀ ଖୋର ବାବୁ। ପରୀକ୍ଷା ପରିଚାଳନା ପାଇଁ ଘରୋଇ କମ୍ପାନୀ ଗୁଡ଼ିକୁ ସ୍ଵତନ୍ତ୍ର ସିକୃତି ଦେଇ ଘୋଟାଲା ପାଇଁ ନିଜେ ବାଟ ଫିଟେଇଥିଲେ ପୁର୍ବ BJD ସରକାର। ଏବେ ତଦନ୍ତ ପରେ କେଳେଙ୍କାରୀର ସତ ସାମନାକୁ ଆସିବ । 

 

BJD
8m ago
ବିଜେଡି ହାରିବାର 3 କାରଣ କହିଲେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ: କାହିଁକି ହାରିଲା ବିଜେଡି । ଏହାର 3 କାରଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ର
ବିଜୟଲକ୍ଷ୍ମୀ
14m ago
ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ
ଅର୍ଗସ ବ୍ୟୁରୋ :ବିଜୁ ମହିଳା ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର । କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ସହ ସେ ଏହ
ପାଣ୍ଡିଆନ୍
41m ago
ବରିଷ୍ଠ ନେତା ଅମର ଶତପଥୀଙ୍କ ପରେ ପ୍ରଫୁଲ୍ଲ ଘଡେଇ ବି ମାରିଲେ ତେରଛା ବାଣ
ଅର୍ଗସ ବ୍ୟୁରୋ : ପାଣ୍ଡିଆନ୍ ଙ୍କ ପୋଲ୍ ଖୋଲିଦେଲେ ବାବା ପ୍ରସନ୍ନ । କହିଲେ ନବୀନଙ୍କ ଚଉକି ଉପରେ ଥିଲା ପାଣ୍ଡିଆନ୍ ଙ୍କ ଆଖି । ନବୀନଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଜନା କରିଥିଲ