ମୃତ୍ୟୁ ପରେ ମଧ୍ୟ ଅମର ହୋଇଗଲେ କେନ୍ଦ୍ରାପଡା ଜିଲ୍ଲାର ଓମ୍ ଶିବୁ
by Argus News
Fri, Mar 01 | 6:06 p.m.

ଅର୍ଗସ ବ୍ୟୁରୋ : ଆଗକୁ ମୋର ଯୁକ୍ତ ଦୁଇ ପରୀକ୍ଷା । ପରୀକ୍ଷା ସରିଲା ପରେ ମେଡିକାଲରେ ମତେ ଆଡ଼ମିଟ କରିବ । ମୁଣ୍ଡ ବିନ୍ଧାକୁ ସହ୍ୟ କରିନେବି । ପରୀକ୍ଷା ସରିଲା ପରେ ଭବିଷ୍ୟତରେ ଆଆଇଟି କିମ୍ବା ଏନଆଇଟି ପଢି ଦେଶ ପାଇଁ କିଛି କରିବା ପାଇଁ ମୋର ଇଚ୍ଛା ଅଛି  ବାପା । ଏତିକି ଥିଲା ଓମ ଶିବୁଙ୍କ ଶେଷ କଥା । ଏହାପରେ ଅତ୍ୟଧିକ ମୁଣ୍ଡ ବିନ୍ଧା ଯୋଗୁ ଜାନୁଆରୀ ମାସରେ ଏସସିବି ବଡ଼ ମେଡିକାଲରେ ଭର୍ତ୍ତି ହେଇଥିଲେ ସେ। ଗୋଟିଏ ମାସରୁ ଉର୍ଦ୍ଧ୍ବ ସମୟ ଧରି ଚିକିତ୍ସା କରାଯିବା ପରେ ଓମ ଶିବୁଙ୍କୁ ବ୍ରେନ ଟିୟୁମର ଜଣାପଡିଥିଲା । 

ହେଲେ ଅପ୍ରେସନ ବେଳେ ତାଙ୍କର ବ୍ରେନଡେଡ଼ ହୋଇଥିଲା । ଏହାପରେ ସ୍ବେଚ୍ଛାକୃତ ଭାବରେ ପୁଅର ଦୁଇ କିଡନୀକୁ ଦାନ କରିବା ପାଇଁ ପରିବାର ସଦସ୍ୟ ନିଷ୍ପତ୍ତି ନେଇଥିଲେ । ଏବେ ଅନ୍ୟ ଦୁଇ ଜଣଙ୍କ ଜୀବନ ବଞ୍ଚେଇ ସମାଜ ପାଇଁ ଏକ ପ୍ରେରଣା ସୃଷ୍ଟି କରିଛନ୍ତି ଓମ ଶିବୁ । ଗତକାଲି ବ୍ରେନ ଡେଥ ହେବା ପରେ ଆଜି ସକାଳୁ ତାଙ୍କର ଦୁଇଟି କିଡନୀକୁ କଢ଼ାଯାଇଛି। ନେଫ୍ରୋଲୋଜି ୟୁରୋଲୋଜି, ସୋଟୋ ଟିମ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସହାୟତାରେ ଏହା ସମ୍ଭବ ହୋଇପାରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବର୍ତ୍ତମାନ ଦୁଇଟି କିଡନୀରୁ ଗୋଟିଏ ଏସସିବି ମେଡିକାଲ ଓ ଅନ୍ୟଟି ଆପଲୋ ହସ୍ପିଟାଲକୁ ନିଆଯିବ। କ୍ରସ୍ ମ୍ୟାଚ କାର୍ଯ୍ୟ ଶେଷ ହେବା ପରେ କିଡନୀ ପ୍ରତିରୋପଣ ପାଇଁ ଅସ୍ତ୍ରୋପଚାର କରାଯିବ ବୋଲି କହିଛନ୍ତି ୟୁରୋଲୋଜି ମୁଖ୍ୟ ଡ଼ଃ ସମୀର ସ୍ୱାଇଁ । ଚାଲିଗଲା ଓମଙ୍କ ଜୀବନ କିନ୍ତୁ ଆଉ ଦୁଇ ଜଣଙ୍କୁ ଦେଇଗଲେ ନୂଆ ଜୀବନ। ଯାହା ସବୁ ଦିନ ପାଇଁ ରହିବ ଏକ ପ୍ରେରଣାଦାୟୀ ବାର୍ତ୍ତା । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ