ଭୁବନେଶ୍ବରରୁ ହଟିବ ସବୁ ରାଜନୈତିକ ଦଳର ହୋର୍ଡିଂ
by Argus News
Fri, Feb 23 | 2:45 p.m.

ଅର୍ଗସ ବ୍ୟୁରୋ: ଭୁବନେଶ୍ୱରରେ କାନ୍ଥ, ବାଡ଼ ଠାରୁ ଆରମ୍ଭ କରି ପ୍ରମୁଖ ଛକର ହୋଡିଂ ରେ ରାଜନୈତିକ ଦଳ ଏବଂ ନେତା ଙ୍କ ବ୍ୟାନର ପୋଷ୍ଟର ଲଗାଇବାକୁ ନେଇ ଅନେକ ଛକାପଞ୍ଝା ଦେଖିବାକୁ ମିଳେ। ହେଲେ ଏବେ ସେଥିରେ ରୋକ ଲଗାଇଛନ୍ତି ନିର୍ବାଚନ ଆୟୋଗ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବେ ଠାରୁ ରାଜଧାନୀ ଭୁବନେଶ୍ୱରରେ ପୋଷ୍ଟର ଓ ବ୍ୟାନର ହଟାଇବାକୁ ନିର୍ବାଚନ ଆୟୋଗ BMCକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଏହି ସବୁ କାର୍ଯ୍ୟ ନିର୍ବାଚନ ଆୟୋଗଙ୍କ ଗାଇଡ ଲାଇନ ଅନୁସାରେ କରାଯାଉଛି ଏବଂ ସମସ୍ତ ରାଜନୈତିକ ଦଳ ମଧ୍ୟ ଏଥି ପ୍ରତି ଅବଗତ ଅଛନ୍ତି ଓ ସହଯୋଗ କରୁଛନ୍ତି ବୋଲି କହିଛନ୍ତି BMC କମିଶନର। 

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ୱର କାନ୍ଥ ଓ ବିଭିନ୍ନ ଜାଗାରେ ଲାଗିଥିବା ପୋଷ୍ଟର ଓ ବ୍ୟାନର ହଟାଇବାକୁ କାମ BMC ଆରମ୍ଭ କରିଥିବା ବେଳେ ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ବିଜେପି ସଭାପତି ବାବୁ ସିଂ। ସେ କହିଛନ୍ତି ସରକାରଙ୍କ ଗେହ୍ଲା ପୁଅ ହୋଇ ନିଜେ ବିଏମସି ଏ ସବୁ ପୋଷ୍ଟର ଲଗେଇବା ଆରମ୍ଭ କରିଥିଲା। ବିଏମସି ନିଜେ ଚୋରି କରି ଏବେ ପୋଲିସ ସାଜୁଛି। ତେଣୁ ଯଦି ପୋଷ୍ଟର ହଟାଯିବ ସବୁ ଦଳର ହଟାଯାଉ, ଯଦି କେବଳ ବିରୋଧି ଦଳର ପୋଷ୍ଟର ହଟାଇ ଶାସକ ଦଳର ରଖାଯାଏ ତେବେ ତୀବ୍ର ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି। 

ଏବେ ପ୍ରଶ୍ନ ସମସ୍ତ ଙ୍କ ପୋଷ୍ଟର ବ୍ୟାନର ହଟାଇ ପାରିବ ତ ବିଏମସି।  ପୋଷ୍ଟର ବ୍ୟାନର ହଟାଇବା ରେ କେତେ ସଫଳ ହେଉଛି BMC ତାହା ଦେଖିବାକୁ ଅପେକ୍ଷା ରହିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ