ଓଡ଼ିଶା ପୋଲିସ ଉପରୁ ତୁଟୁଛି ଭରସା
by Argus News
Tue, Nov 28 | 7:43 p.m.

ଅର୍ଗସ ବ୍ୟୁରୋ : ଅଭିଯୋଗ ଶୁଣୁନି ପୋଲିସ । ନ୍ୟାୟ ଦେଉ ନାହାଁନ୍ତି ସରକାର । ଯିଏ ମୁହଁ ଖୋଲୁଛି ତା ନାଁରେ ମିଛ ମାମଲା ରୁଜୁ ହେଉଛି । ଏଭଳି କିଛି ଅଭିଯୋଗ ନେଇ ଆଜି ପୁଣି ଥରେ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ନ୍ୟାୟ ପାଇଁ ଲଢ଼େଇ ପରିବାର । ବାରମ୍ବାର ଚେଷ୍ଠା ପରେ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ ବିଫଳ ହେବାରୁ ଆଇନ ବିଭାଗର ସଚିବଙ୍କୁ ଭେଟିଛନ୍ତି  ନ୍ୟାୟ ପାଇ ନଥିବା ପରିବାର । ହତ୍ୟା, ଅପହରଣ ଭଳି ୨୭ ମାମଲାରେ ପୋଲିସ ତଦନ୍ତ ଆଉ ଆଗକୁ ବଢୁନାହାନ୍ତି । ଯେଉଁଥିପାଇଁ ସିବିଆଇ ତଦନ୍ତ ଦାବି ସହ ପୋଲିସ ଗିରଫ କରିଥିବା ଦିଲ୍ଲୀପ ସାହୁଙ୍କୁ ଶୀଘ୍ର ଜେଲରୁ ଖଲାସ କରିବାକୁ ଦାବି କରିଛି ସଂଗଠନ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ବିଞ୍ଛାରପୁରର କୁନି ଝିଅ ପିହୁ କୁ କିଏ ଗାଁ ଦାଣ୍ଡରୁ ଉଠେଇ ନେଲା । ଘଟଣାକୁ ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପିହୁର ପତ୍ତା ଲଗାଇବାରେ ପୋଲିସ ଫେଲ ମାରିଛି । ଥାନା ଠୁ ନେଇ ମନ୍ତ୍ରୀଙ୍କ ବାସ ଭବନ ଯାଏ ଧାଇଁ ଧାଇଁ ନୟାନ୍ତ ପିହୁର ମା ମୋନାଲିସ ନାୟକ  । ସେହିପରି ୨୦୧୬ରେ ପଙ୍କପାଳ ଉଲ୍ଲାସ ଜେନା ହତ୍ୟା ମାମଲାକୁ ବିତିଲାଣି ୭ ବର୍ଷ । ସବୁପ୍ରମାଣ ଥାଇ ବି ହତ୍ୟାକାରୀଙ୍କୁ ଧରିପାରୁନି ପୋଲିସ । 

ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଓ ତାଙ୍କ ପୁଅ ତଥା ପାରାଦୀପ ବିଜେଡି ବିଧାୟକ ସମ୍ବିତ ରାଉତରାୟଙ୍କ ଚାପରେ କ୍ରାଇମବ୍ରାଞ୍ଚ ଆକସନ୍ ନେଉନଥିବା ନେଇ ହୋଇଛି ସାଂଘାତିକ ଅଭିଯୋଗ । କୁଜଙ୍ଗ ଅଂଚଳର ଅମୃତ ଦାସଙ୍କ ହତ୍ୟାକାଣ୍ଡକୁ ବି ଦୀର୍ଘଦିନ ବିତି ଯାଇଥିଲେ ସୁଦ୍ଧା ତଦନ୍ତର ଫାଇଲ ବନ୍ଦ ହୋଇଯାଇଛି । ରାଜନୈତିକ ଚାପ ହେଉ ବା ଆନ୍ତରିକତା ର ଅଭାବ ପରୀ ହତ୍ୟାକାଣ୍ଡ, ମାନବ ପ୍ରେମୀ ଆଦିତ୍ୟ ଦାସ  ଆତ୍ମହତ୍ୟା ଭଳି ମାମଲାରେ ପୋଲିସ ତଦନ୍ତ ଉପରେ ପରିବାର ଲୋକଙ୍କ ଭରଷା ନାହିଁ । ସବୁବେଳେ ଆଇନ ତା ବାଟରେ ଯିବା କଥା କହୁଥିବା ସରକାରର ଶାସନରେ ଆଇନ ହୋଇଛି ବାଟବଣା । 
 

ରାଜ୍ୟରେ ଲାଗୁ ହେବ
20m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର