ଦୁର୍ଗମରେ ଆବାସ ଯୋଜନା ଅପହଞ୍ଚ, ଦୁର୍ଦୀନରେ ଗ୍ରାମବାସୀ
by Argus News
Wed, Feb 28 | 6:10 p.m.

ଅର୍ଗସ ବ୍ୟୁରୋ: ଦୁର୍ଗମରେ ଅପହଞ୍ଚ ଆବାସ। ଝାଟିମାଟିର ଘରେ ଦିନ କାଟୁଛନ୍ତି ଦୁର୍ଗମବାସୀ। ଏମ୍. ଭି. 66 ଗ୍ରାମର ବାପା ମା ଛେଉଣ୍ଡ ଦିବ୍ୟାଙ୍ଗ ଚନ୍ଦ୍ରିକା ବାଇନ। ତାଙ୍କ ମା ସୁଲତା ବାଇନଙ୍କ ନାଁରେ 2021 ମସିହରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଆସିଥିବା ବେଳେ ଘର ଦିଆଯାଇନଥିଲା । ପରେ ସୁଲତାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ବାମୀ ଶ୍ୟାମଲ ବାଇନଙ୍କ ନାଁରେ ଆବାସ ଲିଷ୍ଟ୍ ରେ ନାମ ସଂଯୋଗ ହେଲା ମାତ୍ର ତାଙ୍କର ମଧ୍ୟ ମୃତ୍ୟୁ ହୋଇଗଲା ପଛେ ମିଳିଲାନି ଆବାସ। ଫଳରେ ଏବେ ଏଇ ଝାଟିମାଟିର ଘରେ ଦିନ କାଟୁଛନ୍ତି ସୁଲତା।

ଖାଲି ଶ୍ୟାମେଲି ନୁହନ୍ତି କାଲିମେଳା ବ୍ଲକକୁ 6164 ଘର ଆସିଥିବା ବେଳେ ଗୁମ୍ଫାକୋଣ୍ଡା ପଞ୍ଚାୟତକୁ ଆସିଛି 296 ଘର ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହବଣ୍ଟନକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଫଳରେ ଆଜି ବି ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ଅଛନ୍ତି ।ମାଲକାନାଗିରି କାଲିମେଳା ବ୍ଲକର ଦୁର୍ଗମ ଗାଁ ଗୁଡିକ ମଧ୍ୟରେ ଏମ୍. ଭି 66 ଅନ୍ୟତମ,  ଗାଁରେ 130ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି l ଗ୍ରାମରେ ସମସ୍ତ ପରିବାର ବଙ୍ଗୀୟ ସାମ୍ପ୍ରଦାୟର,1970 ମସିହାରୁ ଦଣ୍ଡକାରଣ୍ୟ ଯୋଜନାରେ ସେମାନଂକୁ ଥଇଥାନ କରାଯାଇ ଜମି ବାଡ଼ି ପ୍ରଦାନ କରିଥିଲେ ସରକାର l

ତେବେ ଦୀର୍ଘ 54 ବର୍ଷ ପରେବି ସାମାଜିକ ଅର୍ଥନୈତିକ ସ୍ଥିତି ଦୁର୍ବଳ। ସରକାର ଦୁର୍ଗମ ଅଞ୍ଚଳ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ମାତ୍ର ପ୍ରକୃତ ହିତାଧିକାରୀଙ୍କ ପାଖରେ ଏହା ଅପହଞ୍ଚ। ଫଳରେ ଅନେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଯୋଜନ ଅପହଞ୍ଚ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ