ହ୍ବାଟ୍ସଆପ୍‌’ରେ ନିଜର ସିକ୍ରେଟ୍‌ ଚାଟ୍‌କୁ ଏଭଳି ଲୁଚାନ୍ତୁ
by Argus News
Mon, Oct 14 | 3:11 p.m.

ଅର୍ଗସ ବ୍ୟୁରୋ: ଆଜିକା ସମୟରେ whatsapp ସହ ସମସ୍ତେ ଜଡ଼ିତ। ସମସ୍ତଙ୍କ ହାତରେ ମୋବାଇଲ। ଯୁବପିଢ଼ି ଙ୍କ ନିକଟରେ whatsapp ବେଶ ପରିଚିତ। କିଏ ଚାହେଁ ଚାଟ ଲୁଚାଇବାର କୌଣସି ଅପସନ ଆସିଯାଆନ୍ତା କି? କାରଣ ଚାଟିଙ୍ଗ କପଲ ମାନଙ୍କ କଳହର କାରଣ ମଧ୍ୟ ହୋଇଥାଏ। ତେବେ ଏସବୁର ସମାଧାନ ପାଇଁ ଏକ ଉପାୟ ଆପଣଙ୍କୁ ଜଣାଇବୁ। 

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ହ୍ବାଟ୍ସଅପ୍‌’ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପିଲାଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ନିଜର ଆକାଉଣ୍ଟ ଖୋଲିଛନ୍ତି। ଏମିତିରେ କିଛି ନିଜର ଚାଟ୍‌କୁ ଲୁଚାଇବାକୁ ଚାହାନ୍ତି। ଯଦି ଆପଣ ସେଥିରୁ ଜଣେ ତେବେ ଆପଣଙ୍କ ‘ହ୍ବାଟ୍ସଆପ୍‌’ରେ ଏନେଇ ସୁବିଧା ଉପଲବ୍ଧ ରହିଛି। 
ଚାଟ୍‌କୁ ଲୁଚାଇବା ନିମନ୍ତେ ସବୁଠାରୁ ସହଜ ପଦ୍ଧତି ହେଉଛି ‘ଆର୍କାଇଭ୍‌’। ଏହାଛଡ଼ା ଆପଣ ଚାଟ୍‌କୁ ଲକ୍‌ ମଧ୍ୟ କରିପାରିବେ, ଯାହାକୁ କେହି ଦେଖିପାରିବେ ନାହିଁ। ଆପଣ ଏହି ଉପାୟ କେବେ ଆପଣାଇଛନ୍ତି କି ନାହିଁ। 

ସିକ୍ରେଟ୍‌ ଚାଟ୍‌କୁ ହାଇଡ୍‌ କରିବା ଲାଗି ତାକୁ ଓପନ୍‌ କରନ୍ତୁ। ପ୍ରୋଫାଇଲ ଅପଶନ୍‌କୁ ଯାଆନ୍ତୁ। ସେଠାରେ ଆପଣଙ୍କୁ ‘ଚାଟ୍‌ ଲକ୍‌’ ଅପଶନ୍‌ ନଜର ଆସିବ। ଏଥିରେ ଟାପ୍‌ କରନ୍ତୁ। ପରେ ନିଜର ପାସଓ୍ବାର୍ଡ ସେଭ୍‌ କରନ୍ତୁ।
ଯେଉଁ ଚାଟ୍‌କୁ ଲକ୍‌ କରିବାର ଅଛି ତା ଉପରେ କିଛି ସମୟ ଟାପ୍‌ କରି ରଖନ୍ତୁ। ଏହାପରେ ତିନୋଟି ବିନ୍ଦୁ ଆସିବ। ଏହି ତିନି ବିନ୍ଦୁରେ ଟାପ୍‌ କରନ୍ତୁ। ସେଠାରେ ଚାଟ୍‌ ଲକ୍‌ କରିବା ଅପଶନ ନଜର ଆସିବ।

ଚାଟ୍‌ ଲକ୍‌ କରିବା ପରେ ହାଇଡ୍‌ ଲକ୍‌ଡ ଚାଟ୍‌ ଅପଶନକୁ ବି ଅନ୍‌ କରିବାକୁ ହେବ। ଏଥିଲାଗି ଲକ୍‌ ଚାଟ୍‌ ଅପଶନକୁ ଯାଇ ଅନ୍‌ କରିନିଅନ୍ତୁ।
ଏହାଛଡ଼ା ଆପଣ ଏକ ସିକ୍ରେଟ୍‌ କୋର୍ଡ ବି ଦାଖଲ କରିପାରିବେ। ଫଳରେ ଆପଣ ତାର ସହାୟତାରେ ଚାଟ୍‌ ଦେଖିପାରିବେ। ଆପଣ ୪ ଅକ୍ଷର ନଚେତ ଗୋଟିଏ ଇମୋଜିକୁ ସିକ୍ରେଟ୍‌ କୋର୍ଡ ଭାବେ ବ୍ୟବହାର କରିପାରିବେ।

ସିକ୍ରେଟ୍‌ ଚାଟ୍‌ କାହାରିକୁ ନଜର ଆସି ନ ଥାଏ। ହେଲେ ଯଦି ଆପଣ ଏହି ଚାଟ୍‌କୁ ଦେଖିବାକୁ ଚାହାନ୍ତି ତେବେ ସର୍ଚ୍ଚକୁ ଯାଇ ନିଜର ସିକ୍ରେଟ୍‌ କୋର୍ଡ ଦିଅନ୍ତି ତେବେ ଉକ୍ତ ଚାଟ୍‌ ନଜର ଆସିବ।

ଅଧିକ ପଢ଼ନ୍ତୁ ଭାରତ ଖବର  

CANADA
ହରଦୀପ ସିଂହ ନିଜ୍ଜର ମାମଲା; କାନାଡ଼ାକୁ ଭାରତର ଦୃଢ଼ ଜବାବ
ଅର୍ଗସ ବ୍ୟୁରୋ: କାନାଡ଼ାକୁ ଭାରତର ଦୃଢ଼ ଜବାବ । ହରଦୀପ ସିଂହ ନିଜ୍ଜର ମାମଲାରେ କାନାଡ଼ା ପିଏଙ୍କ ବୟାନକୁ ତୀବ୍ର ବିରୋଧର କରିବା ସହ ଭାରତ କାନାଡ଼ା ହାଇ କମିଶନରଙ୍କୁ ରିପୋର୍ଟ ତଲବ କରିଛି
ଚିରାଗ ପାସୱାନ
ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା
ଅର୍ଗସ ବ୍ୟୁରୋ: ବଢ଼ିଲା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ଚିରାଗଙ୍କ ସୁରକ୍ଷା ପାଇ
ମୋହନ ମାଝୀ
ପୂର୍ବ ସରକାରରେ ଗଣତନ୍ତ୍ର ବଦଳରେ ଚାଲିଥିଲା ଅମଲାତନ୍ତ୍ର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତ