କାଲିମେଳା ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ
by Argus News
Wed, Apr 03 | 12:33 p.m.

ଅର୍ଗସ ବ୍ୟୁରୋ: ଭୁଶୁଡିଛି ମାଓଗଡ଼ । ମାଲକାନଗିରି ପୋଲିସ ଦ୍ବାରା କାଲିମେଳାର ଦୟାଲତୁଙ୍ଗ ଗାଁ ନିକଟ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି । ୧୯୦ଟି ଜିଲେଟିନ ଷ୍ଟିକ, ୨୦କେଜି ଓଜନର ଗୋଟିଏ ଆଇଇଡି, ୭କେଜି ଓଜନର ୫ଟି ଆଇଇଡି, ୫କେଜି, ୪କେଜି, ୨କେଜି ଓଜନର ଗୋଟିଏ ଲେଖାଏଁ ଆଇଇଡି, ୩କେଜି ଓଜନର ୩ଟି ଆଇଇଡି  ସହ କିଛି ମାଓ ସାମଗ୍ରୀ ଜବତ ହୋଇଛି । 

ମାଓବାଦୀମାନେ ବିପୁଳ ପରିମାଣର ମାଓ ସାମଗ୍ରୀକୁ ମାଟି ତଳେ ଲୁଚାଇ ରଖିଥିଲେ । ସୁରକ୍ଷା କର୍ମୀଙ୍କ ପକ୍ଷରୁ ସେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ଓଡିଶା ସୀମାନ୍ତରେ ଥିବା କାଲିମେଳାର ଦୟାଲତୁଙ୍ଗ ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ସହ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖାଯାଇଥିବା ନେଇ ଗୁଇନ୍ଦା ସୂତ୍ରରୁ ପୋଲିସ ଜାଣିବାକୁ ପାଇଥିଲା ।  ଏହାପରେ ମାଲକାନଗିରି ଏସପି ନିତେଶ ୱାଧୱାନିଙ୍କ ନିର୍ଦ୍ଦେଶରେ ଡିଭିଏଫ ବାହିନୀ ଓ ଗୁଇନ୍ଦା ବିଭାଗର କର୍ମଚାରୀ ମାନେ ମିଳିତ ଅପରେଶନ କରିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ