‘ମୁଁ କଙ୍ଗନାଙ୍କୁ ଖୋଜୁଥିଲି କାରଣ..’, ବଲିଉଡ଼ ଟୁ ପଲିଟିକ୍ସର ବିଷୟରେ କହିଲେ ଚିରାଗ ପାସୱାନ୍
by Argus News
Sat, Jul 20 | 5:17 p.m.

ଅର୍ଗସ ବ୍ୟୁରୋ: ଲୋକ ଜନଶକ୍ତି ପାର୍ଟୀର ସାଂସଦ ଚିରାଗ ପାସୱାନ୍ ବିଜେପିର ଏମପି କଙ୍ଗନା ରଣାୱତଙ୍କ ସହ ବନ୍ଧୁତ୍ୱକୁ ନେଇ କହିଛନ୍ତି ଯେ, ସେ ସଂସଦରେ ତାଙ୍କୁ ଖୋଜୁଥିଲେ । ବଲିଉଡରୁ ହିଁ ତାଙ୍କ ଦୁଇଜଣଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି, ହେଲେ ଗତ କିଛି ବର୍ଷରୁ ସେ କଙ୍ଗନାଙ୍କୁ ଭେଟି ନ ଥିଲେ, ସେଥିପାଇଁ ସେ କଙ୍ଗନାଙ୍କୁ ଭେଟିବାକୁ ଚାହୁଁଥିଲେ ।

 

 

ଏଏନଆଇ ସହ ଇଣ୍ଟରଭ୍ୟୁରେ ଚିରାଗ ପାସୱାନ୍ ରାଜନୈତିକ ଏବଂ ବଲିଉଡ ଜର୍ଣ୍ଣି ସହ କଙ୍ଗନା ରଣାୱତଙ୍କ ସହ ନିଜ ବନ୍ଧୁତ୍ୱ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, କଙ୍ଗନା ଇଜ ଏ ଗୁଡ ଫ୍ରେଣ୍ଡ। ବଲିଉଡରେ କିଛି ହେଲା କି ନ ହେଲା, ହେଲେ କଙ୍ଗନାଙ୍କ ସହ ଏକ ଭଲ ସାଙ୍ଗ ହୋଇଛି। ସେ ବହୁତ ଭଲ ଥିଲେ । ମୁଁ ସଂସଦରେ ତାଙ୍କୁ ଖୋଜୁଥିଲି, ତାଙ୍କୁ ଭେଟିବା ପାଇଁ । ଗତ ୨ରୁ ୩ ବର୍ଷ ଆମେ ଦୁହେଁ ବହୁତ ବ୍ୟସ୍ତ ଥିଲୁ କାରଣ କନେକସନ ଭାଙ୍ଗିଯାଇଥିଲା ।
ସେ ଆଗକୁ କହିଛନ୍ତି ଯେ, ଅଧିକ ସମୟରେ ସେ ପଲିଟିକ୍ସରେ ଭଲ ନଥିଲେ, ହେଲେ ତାଙ୍କୁ ଏହା ଜଣାଥିଲା ଯେ, କାହାକୁ କେଉଁଠାରେ କେଉଁ କଥା କହିବେ । ବର୍ତ୍ତମାନ ସେ ପଲିଟିକାଲି ଭଲ କି ଖରାପ ହୁଅନ୍ତୁ କି ନ ହୁଅନ୍ତୁ ହେଲେ ସେ ଡିବେଟେବଲ ହୋଇପାରନ୍ତି, ହେଲେ ଏହା ତାଙ୍କର ୟୁଏସପି ଅଟେ ଏବଂ ସେଥିପାଇଁ ଆମେ ସମସ୍ତେ ତାଙ୍କୁ ପସନ୍ଦ କରୁଛୁ ।

ବଲିଉଡ ଜର୍ଣ୍ଣି କଥା କହି ଚିରାଗ କହିଛନ୍ତି ଯେ, ତାହା ଅଲଗା ଟାଇମ ଥିଲା । ଜଣାନଥିଲା ତାହା ନୁହେଁ ଯେ, କଷ୍ଟ ଥିଲା କି ସହଜ ଥିଲା, ହେଲେ ଭିନ୍ନ ସମୟ ଥିଲା । ସେ କହିଛନ୍ତି ଯେ, ମୋ ଫ୍ୟାମିଲିରୁ କେହି ବଲିଉଡରେ ନଥିଲେ । ଏଥିରେ ମୁଁ ପ୍ରଥମ ଜେନେରେସନ ଥିଲି, ଯିଏ ବଲିଉଡରେ ପାଦ ରଖିଥିଲା, ହେଲେ ଖୁବ ଶିଘ୍ର ମୋତେ ଅନୁଭବ ହୋଇଗଲା ଏହି ଡିଜାଷ୍ଟର । ଦେଶକୁ ଜଣାପଡିବା ଆଗରୁ ମୋତେ ପ୍ରଥମେ ଅନୁଭବ ହୋଇଯାଇଥିଲା ଯେ, ମୁଁ ଡିଜାଷ୍ଟର କରୁଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା