ପୁଣି ଚର୍ଚ୍ଚାରେ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ
by Argus News
Wed, Nov 27 | 6:45 p.m.

ଅର୍ଗସ ବ୍ୟୁରୋ:  ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ । ପାଣ୍ଡିଆନଙ୍କ ପତ୍ନୀ । ଏବେ ତାଙ୍କୁ ନେଇ ପୁରା ରାଜ୍ୟରେ ଚର୍ଚ୍ଚା । କାରଣ ନିଜ ପଦର ଦୁରୁପଯୋଗ ଅଭିଯୋଗ ହେବା ପରେ ନିର୍ବାଚନ କମିଶନ ତାଙ୍କୁ ମିଶନଶକ୍ତି ବିଭାଗରୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ତତ୍କାଳୀନ ବିଜେଡି ସରକାର ତାଙ୍କୁ ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ପଦରେ ନିଯୁକ୍ତ କରିଥିଲା । ଏହାପରେ ସେ ୬ ମାସ ପାଇଁ ଛୁଟି ମଂଜୁର କରିଥିଲେ ଏବଂ ଛୁଟିରେ ଯାଇଥିଲେ । ହେଲେ ସେ ଆଉ ୬ ମାସ ଛୁଟି ବଢାଇବାକୁ ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରିଥିଲେ । ଯାହା ଖାରଜ ହୋଇଯାଇଛି । ତେଣୁ ଆଜି ସିଏ ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ଭାବରେ ଜଏନ କରିଛନ୍ତି ।
ନଭେମ୍ବର ୪ ତାରିଖରେ ଛୁଟି ପାଇଁ କରିଥିଲେ ଆବେଦନ
ମୁଖ୍ୟ ଶାସନ ସଚିବଙ୍କୁ ଲେଖିଥିଲେ ଚିଠି
୬ ମାସ ଛୁଟି ନେବା ପରେ ପୁଣି ଥରେ ଛୁଟି ଆବେଦନ କରିଥିଲେ ସୁଜାତା । କିନ୍ତୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତାଙ୍କୁ ଚିଠି ଲେଖି ତାଙ୍କର ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି ବୋଲି ଅବଗତ କରାଇଥିଲେ । ସୁଜାତା ନଭେମ୍ବର ୨୭ରୁ ଆଉ ୬ ମାସ ପାଇଁ ଛୁଟିରେ ଯିବାକୁ ଗତ ନଭେମ୍ବର ୪ ତାରିଖରେ ମୁଖ୍ୟ ସଚିବଙ୍କୁ ଲିଖିତ ଅନୁରୋଧ କରିଥିଲେ । ତାଙ୍କୁ ଅଧିକ ଛୁଟି ଦେବା ପାଇଁ ସରକାର ରାଜି ନଥିବା ନେଇ ସୁଜାତାଙ୍କୁ ଲିଖିତ ଭାବେ ଶ୍ରୀ ମହାନ୍ତି ସ୍ପଷ୍ଟ କରିବା ସହ ନଭେମ୍ବର ୨୭ରୁ କାର୍ଯ୍ୟରେ ଯୋଗ ଦେବାକୁ କହିଥିଲେ । ତେଣୁ ଆଜି ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।
ନବୀନଙ୍କ ସମୟରେ ଅଖଣ୍ଡ କ୍ଷମତ ଥିଲା ସୁଜାତାଙ୍କର
୧୮୦ ଦିନର ଛୁଟିରେ ଯାଇଥିଲେ ସୁଜାତା

ପୂର୍ବ ବିଜେଡି ସରକାରରେ ଥିବା ବେଳେ ଅତ୍ୟଧିକ କ୍ଷମତାର ଅଧିକାରୀ ଥିଲେ ସୁଜାତା । ଏମିତିକି ମିଶନ ଶକ୍ତିର ସଚିବ ଥିବା ପରେ ବି ବିଜେଡି ପାଇଁ କାମ କରୁଥିବା ନେଇ ଅଭିଯୋଗ ଆସିଥିଲା । ଘଟଣାକୁ ନେଇ ସରଗରମ ହୋଇଥିଲା ରାଜ୍ୟ ରାଜନୀତି । ସେତେବେଳର ବିରୋଧୀ ବିଜେପି ନିର୍ବାଚନ କମିଶନଙ୍କ ପାଖରେ ଏନେଇ ଅଭିଯୋଗ ବି କରିଥିଲା । ପରେ ତାଙ୍କର ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ଆଜି ସେ ପୁଣି ଥରେ କାର୍ଯ୍ୟରେ ଯୋଗ ଦେଇଥିବାରୁ ଚର୍ଚ୍ଚା ଜୋର ।

ତେବେ ସେ ଛୁଟି ଅବଧି ମଧ୍ୟରେ ସମ୍ପୂର୍ଣ୍ଣ ଦରମା ମଧ୍ୟ ପାଉଥିଲେ । ସର୍ବଭାରତୀୟ ସେବା ରୁଲସ-୧୯୫୫ର ରୁଲ-୧୮(ଘ)ରେ ଥିବା ପ୍ରାବଧାନ ଆଧାରରେ ସେ ତାଙ୍କ ଝିଅର ଦଶମ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଛୁଟି ଆବେଦନ କରିଥିଲେ । ଯାହାକୁ ତତ୍‌କାଳୀନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଅନୁମୋଦନ କରିଥିଲେ । ସାଧାରଣ ନିର୍ବାଚନ ବେଳେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିଲା । ଆଉ ଆଜି ପୁଣି ଥରେ ଅର୍ଥ ବିଭାଗରେ ଜଏନ କରିଛନ୍ତି ସୁଜାତା ।
 

ଦୁଷ୍କର୍ମ ଅଭିଯୋଗ
11m ago
ବର୍ଷେ ୩ମାସର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ
ଅର୍ଗସ ବ୍ୟୁରୋ : ବର୍ଷେ ୩ମାସର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ସାନବଡ଼ବିଲ ଗାଁରେ ୧ ବର୍ଷ ୩ ମାସର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋ
ଚାଷୀ
ଚାଷୀଙ୍କ ପାଇଁ ଟୋଲ୍ ଫ୍ରି ନଂ - 1967 , ସରକାରଙ୍କୁ ସିଧାସଳଖ ଜଣାଇବେ ସମସ୍ୟା
ଅର୍ଗସ ବ୍ୟୁରୋ : ମଣ୍ଡିରେ ଅସୁବିଧା ନେଇ ସିଧାସଳଖ ସରକାରଙ୍କୁ ଅଭିଯୋଗ କରିପାରିବେ ଚାଷୀ। ୧୯୬୭ ନମ୍ବରରେ ଫୋନ କରି ସିଧାସଳଖ ମଣ୍ଡି ସମ୍ପର୍କିତ ନିଜ ସମସ୍ୟା ବିଷୟରେ ଜଣାଇ ପାରିବେ ଚାଷୀ
ନୌସେନା ଦିବସ
ଡିସେମ୍ବର 4 ନୌସେନା ଦିବସ ପାଇଁ ପୁରୀରେ ପ୍ରସ୍ତୁତି ଜୋରଦାର
ଅର୍ଗସ ବ୍ୟୁରୋ : ମଝିରେ ଆଉ ମାତ୍ର ଛଅ ଦିନ। ଡିସେମ୍ବର 4 ତାରିଖରେ ପୁରୀରେ ଦେଖିବାକୁ ମିଳିବ ଭାରତୀୟ ନୌସେନାର ସୁପର ସୋ। ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବ
ରାସନ ଚାଉଳ
ମୃତ ବ୍ୟକ୍ତିଙ୍କ ନାଁ ରେ ରାସନ ଚାଉଳ ଖାଉଥିଲେ ବିଜେଡି ସରକାର
ଅର୍ଗସ ବ୍ୟୁରୋ : ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଖିଥିବା ଏହି ତଥ୍ୟ ଉପରେ ନଜର ପକାନ୍ତୁ । ବିଧାୟକ ମାନସ ଦତ୍ତ ପଚାରିଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତର ରଖ
ମୋଦି
ମୋଦିଙ୍କ ପାଇଁ ବଡ଼ ସୁରକ୍ଷା ପ୍ରସ୍ତୁତି , ତ୍ରି ସ୍ତରୀୟ ସୁରକ୍ଷା ବଳୟ ରେ ରାଜଧାନୀ ଭୁବନେଶ୍ୱର
ଅର୍ଗସ ବ୍ୟୁରୋ : ଡିଜି ସମ୍ମିଳନୀ ପାଇଁ ଉଠୁଛି ପଡୁଛି ରାଜଧାନୀ ଭୁବନେଶ୍ବର । କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ