ଓଡ଼ିଆ ଟାଇପ୍‌ ନଜାଣିଲେ ଚାକିରିରୁ ବିଦା !
by Argus News
Fri, Sep 20 | 7:57 p.m.

ଅର୍ଗସ ବ୍ୟୁରୋ: ଚାକିରି କରିବ ତ ଓଡ଼ିଆ ଶିଖିବା ବାଧ୍ୟତାମୂଳକ । କାରଣ ଓଡ଼ିଆରେ ଟାଇପ୍‌ ନଜାଣିଲେ ଚାକିରି ଯିବ । ମିନିଟ୍‌କୁ ୬୦ ଶଦ୍ଦ ଟାଇପ୍‌ କରିବେ ତାହା ପୁଣି ଶୁଦ୍ଧ ଓଡ଼ିଆରେ । ହାତ ଥରିଲେ ଚାକିରିରେ ବାଜିବ ନାଲିଗାର । ସାନିଟେସନ ମଲ୍ଚିଟ୍ୟାକ୍ସ ଆସିଷ୍ଟାଣ୍ଡ (ଏସ୍‌ଏମଟିଏ) ଓ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) କୁ ଏମିତି କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ଭୁବନେଶ୍ଵର ମହାନଗର ନିଗମ କର୍ତ୍ତୃପକ୍ଷ । ଖୁବଶୀଘ୍ର ଏନେଇ ପରୀକ୍ଷା ହେବାକୁ ଯାଉଛି । ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷାରେ ସମସ୍ତ ଅଫିସ୍‌ କାର୍ଯ୍ୟକୁ ପରିଚାଳନା କରିବାକୁ ଘୋଷଣା କରିଥିଲେ । ଏନେଇ ଅର୍ଥବିଭାଗ ପକ୍ଷରୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

କେମିତି ଓଡ଼ିଆ ଭାଷାର ବିକାଶ ହେବ ସେନେଇ ରାଜ୍ୟ ସରକାର ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଖାସ କରି ଓଡ଼ିଆ ଭାଷାରେ ଅଫିସ କାମ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ପର୍ଯ୍ୟାୟକ୍ରମେ ସବୁ ବିଭାଗ ଇଂରାଜୀ ପରିବର୍ତ୍ତେ ଓଡ଼ିଆରେ ଚିଠି ଲେଖା ଆରମ୍ଭ କରିଛନ୍ତି । ଏହି ଓଡ଼ିଆ ଅସ୍ମିତା ଏବେ ବିଏମସି ଦୁଆରେ ପହଞ୍ଚିଛି । ବିଏମସିରେ ଆଗକୁ ସମସ୍ତ ଚିଠି ଓ ଫାଇଲ ଓଡ଼ିଆ ଭାଷାରେ ହେବ ବୋଲି ଜଣାପଡ଼ିଛି । ତେଣୁ ବିଏମସିରେ କାର୍ଯ୍ୟ କରୁଥିବା ସମସ୍ତ ଏସଏମଏଟି ଓ ଡିଇଓଙ୍କୁ ଓଡ଼ିଆ ଭାଷାରେ ହିଁ ଲେଖିବାକୁ ପଡ଼ିବ । ଏନେଇ ଏଜେନ୍ସିକୁ ଶୁଦ୍ଧ ଓଡ଼ିଆ ଜାଣିଥିବା କର୍ମଚାରୀଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ତେଣୁ ଓଡ଼ିଆ ଭାଷାରେ ପରୀକ୍ଷା କରିବା ପାଇଁ ସବୁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନଭେମ୍ବର ମାସ ସୁଦ୍ଧା ପରୀକ୍ଷା କରାଯିବ । ଡିଇଓ ଓଡ଼ିଆ ଆକୃତିରେ ଟାଇପ୍‌, ଫାଇଲ କାମ ଜାଣିବା ବାଧ୍ୟତାମୂଳକ । ବିଭିନ୍ନ ସରକାରୀ ସଂସ୍ଥାରେ ଠିକାରେ କାମ କରୁଥିବା ଡିଇଓଙ୍କ କ୍ଷେତ୍ରରେ ଲାଗୁ ହେବାକୁ ଯାଉଛି ଏହି ନୂଆ ନିୟମ । 

ସେପଟେ ଆସନ୍ତା ୨୨ ତାରିଖରେ ବିଏମସି ପକ୍ଷରୁ ଏକ ଓଡ଼ିଆ କ୍ଲାସର ବ୍ୟବସ୍ଥା କରାଯାଇଛି । ଏଥିରେ ସମସ୍ତ ଏସଏମଟିଏ ଯୋଗ ଦେବେ । ଓଡ଼ିଆ ବର୍ଣ୍ଣମାଳ ଶିଖିବେ । ସେହିପରି ପର୍ଯ୍ୟାୟକ୍ରମେ ବିଏମସି ଅଫିସରଙ୍କ ପାଇଁ ବି ଏମିତି ବ୍ୟବସ୍ଥା ହେବ । ପୂର୍ବରୁ ବି ସରକାରୀ କର୍ମଚାରୀଙ୍କ ପାଇଁ ଓଡ଼ିଆ ପାଠଶାଳା ଖୋଲିଥିଲା । ଏଥିରେ ବରିଷ୍ଠ ସାହିତ୍ୟିକମାନେ ଯୋଗ ଦେଇ ଶୁଦ୍ଧ ଓଡ଼ିଆ ବର୍ଣ୍ଣମାଳାରୁ ପାଠ ପଢାଇଥିଲେ । ଏହି ନିର୍ଦ୍ଦେଶନାମାକୁ ବିରୋଧ କରିଛନ୍ତି କିଛି ଡିଇଓ । ସେମାନେ ଅଭିଯୋଗ କରିଛନ୍ତି ମାସିକ ମାତ୍ର ୧୫ ହଜାର ଟଙ୍କା ଦେଇ ସଂଧ୍ୟା ପର୍ଯ୍ୟନ୍ତ ଖଟାଉଛନ୍ତି । ଏଥର ଓଡ଼ିଆ ନଜାଣିଲେ ବାହାର କରିଦେବାକୁ କୁହାଯାଇଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି ।
 

ପଞ୍ଚାୟତ ସମିତି
9m ago
ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ
ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାର
TUMBBAD
31m ago
Tumbbad: 2018ରେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି
ଅର୍ଗସ ବ୍ୟୁରୋ: Tumbbad । ଏହି ଫିଲ୍ମର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ମୁଭି ଟା ମାଷ୍ଟରପିସ୍ । ପୁରା ପୈସା ଅସୁଲ୍ । ଯିଏ ଥରେ ଦେଖିଛି ସିଏ ବାରମ୍ବାର ଦେଖିବାକ
ACCIDENT
35m ago
ସେନା ଗାଡ଼ି ଓଲଟି 3 BSF ଯବାନ ସହିଦ, 32 ଯବାନ ଆହତ
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଦୁର୍ଘଟଣା । ବଡ଼ଗାମରେ ସେନା ଗାଡ଼ି ଓଲଟି ପଡ଼ିବାରୁ 3 ଜଣ BSF ଯବାନ ସହିଦ ହେବା ସହ 32 ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ 6