ଅଦିନିଆ ବର୍ଷାରେ ବେହାଲ୍ ଅଧା ଓଡ଼ିଶା
by Argus News
Wed, Mar 20 | 7:33 p.m.

ଅର୍ଗସ ବ୍ୟୁରୋ : ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ବିଜୁଳି, ଘଡଘଡି ସହ ପବନ । ଅସ୍ତବ୍ୟସ୍ତ ହୋଇପଡିଛି ଜନଜବୀନ । ବିଶେଷ କରି ଚାଷ ବେଶୀ ପ୍ରଭାବିତ ହୋଇଛି । ଯେଉଁଆଡେ ଦେଖିବେ ଚାଷ ଜମିରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ପନିପରିବା ସବୁ ପଚି ସଢି ନଷ୍ଟ ହେବାକୁ ଚାଷୀ । ଏ ଭଳି ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଭୋଗରାଇରେ । ବାଇଗଣ ଭେଣ୍ଡି, କଲରା, ପିଆଜ, ବାଦାମ, ମୁଗ, ସୁର୍ଯ୍ୟ ମୁଖୀ ଛାରଖାର୍ ହେଇଯାଇଛି । ଆଖି ସାମ୍ନାରେ ଚାଷ ନଷ୍ଟ ଦେଖି ହତାଶ ଚାଷୀ ।

ସେହିପରି ପୁରୀ ଜିଲ୍ଲାର ସତ୍ୟବାଦୀ, କୃଷ୍ଣପ୍ରସାଦ ଓ କଣାସ ଅଞ୍ଚଳରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ବର୍ଷା ବୁଡାଇ ଦେଇଛି ବିରି, ମୁଗ, କୋଳଥ ଓ ବାଦାମ ଚାଷ । ଶହ ଶହ ଏକର ଧାନ ଫସଲ ନଷ୍ଟ ହେଉଛି । ବୌଦ୍ଧ ଓ କଣ୍ଟାମାଳରେ ବିଜୁଳି ସହ ଘଡ଼ଘଡି ଓ ବର୍ଷା କୁଆପଥର ମାଡ଼ ଉଜାଡି ଦେଇଛି ପନିପରିବା ଚାଷ । କ୍ଷେତରେ ପାଣି ଜମି ରହିଥିବାରୁ କୋବି, ଟମାଟୋ ପିଆଜ, ବାଇଗଣ ଓ ଡାଲିଜାତୀୟ ମୁଗ, ବିରି, କୋଳଥ ଫସଲ ନଷ୍ଟ ହୋଇଯାଇଛି ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ବିଲରେ ପାଣି ଜମି ଲକ୍ଷାଧିକ ଟଙ୍କାର ତରଭୁଜ ପଚି ସଢି ନଷ୍ଟ ହୋଇଯାଇଛି । ଧାର କରଜ କରି ଚାଷ କରିଥିବା ଚାଷୀ ଫସଲ ନଷ୍ଟ ଦେଖି ଚିନ୍ତାରେ ପଡିଛି । ଅନ୍ୟପଟେ କନ୍ଧମାଳ ଜିଲ୍ଲା ସୁବର୍ଣ୍ଣଗିରିରେ ବଜ୍ରାଘାତରେ ଆଖି ବୁଜିଲା ନାବାଳକ ଭାଇ । ଭଉଣୀ ଗୁରୁତର ହୋଇ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛି । ସେପଟେ ବଲାଙ୍ଗିର ଜିଲ୍ଲା ଝରଣି ପଞ୍ଚାୟତ ରାଉତମୁଣ୍ଡା ଗାଁରେ ପ୍ରବଳ ବର୍ଷା ଯୋଗୁଁ ଘର ଭାଙ୍ଗି ଗୋଟିଏ ପରିବାର ବେସାହାରା ହୋଇଛି । ସେହିପରି ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଓ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି । ଖାଲ ଖମା ରାସ୍ତାରେ ଅଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ଆସନ୍ତାକାଲି ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ପାଇଁ ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼ ଓ ପୁରୀକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଗଦିଁଆ, ଭୁବନରେ ସର୍ବାଧିକ ୭୨ ମିଲିମିଟର ବର୍ଷା ରେକର୍ଡ । ଅନୁଗୁଳ ଆଠମଲିକରେ ୬୮ ମିଲିମିଟର, ବୌଦ୍ଧ କଣ୍ଟାମାଳରେ ୬୬.୨ ମିମି ବର୍ଷା ରେକର୍ଡ ହୋଇଛି ।

ଦାଦନ
11m ago
ପେଟ ପାଇଁ ବାହାର ରାଜ୍ୟକୁ ପ୍ରତିଦିନ ଯାଉଛନ୍ତି ଶହ ଶହ ଦାଦନ
ଭୁବନେଶ୍ୱର: ଦାଦନ ଯନ୍ତ୍ରଣାରେ ଛଟପଟ ସାରା ଓଡ଼ିଶା। ନିଜ ଅଞ୍ଚଳରେ କାମ ନଥିବାରୁ ପେଟ ପାଇଁ ପ୍ରତିଦିନ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଶହ ଶହ ଓଡ଼ିଆ। ଆନ୍ଧ୍ର ଓ ତେଲେଙ୍ଗାନାକ
ଦୁଷ୍କର୍ମ ମାମଲାକୁ
29m ago
ଦୁଷ୍କର୍ମ ମାମଲାକୁ ବନ୍ଦ କରିବା ପାଇଁ ବିବାହ କରିବା ଯଥେଷ୍ଟ କି?
ଅର୍ଗସ ବ୍ୟୁରୋ: ନାଁରେ ଯଦି ଦୁଷ୍କର୍ମ ମାମଲା ଅଛି ତାହାଲେ ବିବାହ କରିଦେଲେ ମାମଲା ବନ୍ଦ ହୁଏ ନା ନାହିଁ। ଚାଲନ୍ତୁ ଏନେଇ ଏକ ବିସ୍ତୃତ କଥା ଜାଣିବା। ଏଭଳି ଏକ ଘଟଣା ଘଟିଥିଲା ରାଜଧାନ
କେଜ୍ରିୱାଲ
37m ago
ଜୁନ୍ ୧ ଯାଏଁ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ
ଅର୍ଗସ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ । କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ । ନିର୍ବାଚନକୁ ଆଖି ଆଗରେ ରଖି ଜାମିନ ଦେଇଛନ୍ତି ଦିଲ୍ଲ