ବାତ୍ୟା 'ଦାନା'ର ପ୍ରଭାବ: ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି
by Argus News
Thu, Oct 24 | 7:40 a.m.

ଅର୍ଗସ ବ୍ୟୁରୋ:  ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ଦାନା’ । ଗତ ରାତିରେ ଭୀଷଣ ବାତ୍ୟାରେ ଏହା ପରିଣତ ହୋଇଛି । ତେବେ ବାତ୍ୟା ‘ଦାନା’ ଭିତରକନିକା-ଧାମରା ମଧ୍ୟରେ ଅତିକ୍ରମ କରିପାରେ । ୨୪ ତାରିଖ ରାତିରୁ ୨୫ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ଯାହାର ପ୍ରଭାବରେ ଆଜିଠାରୁ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେଲାଣି। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିପାରେ ବୋଲି ପୂର୍ବାନୁମାନ ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ପବନର ବେଗ ୧୨୦ କିମି ରହିବ ବୋଲି ଆଶା କରାଯାଉଛି ।ଏହା କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟାରେ ୧୫ କିମି ବେଗରେ ଗତି କରୁଛି ଏହି ବାତ୍ୟା ଦାନା ।

ଏହା ବର୍ତ୍ତମାନ ପାରାଦୀପର ଦକ୍ଷିଣପୂର୍ବକୁ ୨୮୦ କିମି ଦୂରରେ ରହିଛି ବୋଲି ସୂଚନା କରାଯାଉଛି । ଏହା ସହିତ ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୩୧୦ କିମି ଦୂରରେ ବାତ୍ୟା ରହିଛି । ସେହିପରି ସାଗର ଦୀପର ଦକ୍ଷିଣପୂର୍ବର ୪୨୦ କିମି ଦୂରରେ ରହିଛି ଦାନା । ତେବେ ବାତ୍ୟା 'ଦାନା'କୁ ନେଇ ସଚେତନ ରୁହନ୍ତୁ ଭଞଭୀତ ହୁଅନ୍ତୁନାହିଁ ବୋଲି ସରକାରଙ୍କ ପକ୍ଷରୁ ଆଶ୍ୱାସନା ଦିଆଯାଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

 

STORM
29m ago
ପୂର୍ବାପେକ୍ଷା ଧୀର ହୋଇଛି ବାତ୍ୟାର ଗତି
ଅର୍ଗସ ବ୍ୟୁରୋ: ସମୁଦ୍ରରେ ବଳ ଗୋଟାଉଛି ବତ୍ୟା ଦାନା । ବଢିଲା ପବନ ବେଗର ପୂର୍ବାନୁମାନ । ପୂର୍ବାପେକ୍ଷା ଧୀର ହୋଇଛି ବାତ୍ୟାର ଗତି । ସମୁଦ୍ରରୁ ଭିତରେ ଏବେ ୧୨କିମି ବେଗରେ ଗତି କରୁଛ
ବାତ୍ୟା
33m ago
ଅସରାଏ ବର୍ଷା କାଚିଲେ ସ୍ଥିତି ବେହାଲ, ବାତ୍ୟାରେ କରିବେ କଣ ?
ଅର୍ଗସ ବ୍ୟୁରୋ: ଅସରାଏ ବର୍ଷା ହେଲେ ଟ୍ଵିନସିଟିରେ କେମିତି ବର୍ଷା ପାଣି ଜମେ ତାହା ଆମେ ସମସ୍ତେ ଦେଖନ୍ତି । ଏହାରି ଭିତରେ ବାତ୍ୟା ଆସି କବାଟ ଠକ୍‌ ଠକ୍‌ କଲାଣି । ଆ
PURI
57m ago
ଶ୍ରୀମନ୍ଦିରରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ, ଦୁଇଦିନ ପାଇଁ ହବିଷ୍ୟାଳୀଙ୍କ ଦର୍ଶନ ବନ୍ଦ
ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିରରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ, ଦୁଇଦିନ ପାଇଁ ହବିଷ୍ୟାଳୀଙ୍କ ଦର୍ଶନ ବନ୍ଦ । ବାତ୍ୟା ଦାନାକୁ ନେଇ ହବିଷ୍ୟାଳୀ ରହଣୀ କେନ୍ଦ୍ରରେ ବ୍ୟାପ