ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ବି ବଢ଼ିଲା ମତଦାନ ହାର
by Argus News
Sun, May 26 | 7:47 a.m.

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ବି ବଢ଼ିଲା ମତଦାନ ହାର । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ତୃତୀୟ ପର୍ଯ୍ୟାୟରେ 71 ପ୍ରତିଶତ ମତଦାନ ହୋଇଛି । 2019 ତୁଳନାରେ ୨୦୨୪ରେ ଭୋଟରଙ୍କ ଉତ୍ସାହ ଦେଖିବାକୁ ମିଳିଛି। ବହୁ ହେଭିୱେଟଙ୍କ ଭାଗ୍ୟ EVMରେ ସିଲ୍ ହୋଇଛି । ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସିଇଓଙ୍କ ସମେତ ଗଜପତି ବି ହୋଇଛନ୍ତି ଗଣତନ୍ତ୍ର ପର୍ବରେ ସାମିଲ । ରାଜ୍ୟର ସମ୍ବଲପୁର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଓ କେନ୍ଦୁଝର ଲୋକସଭା ଆସନ ଅନ୍ତର୍ଗତ 42ଟି ବିଧାନସଭା ଆସନ ପାଇଁ ପଡ଼ିଛି ଭୋଟ୍।

ତୃତୀୟ ପର୍ଯ୍ୟାୟରେ ସର୍ବାଧିକ ଫୋକସରେ ରହିଥିଲା ସମ୍ବଲପୁର ସଂସଦୀୟ କ୍ଷେତ୍ର। ଏଠାରୁ ନିର୍ବାଚନ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ତାଙ୍କ ବିପକ୍ଷରେ ବିଜେଡିରୁ  ପ୍ରାର୍ଥୀ ହୋଇଛନ୍ତି ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଏହାଛଡ଼ା କଟକରୁ ଭର୍ତ୍ତୃହରି ମହତାବ, ଭୁବନେଶ୍ବର ଲୋକସଭା ଆସନରୁ ଅପରାଜିତା ଷଡ଼ଙ୍ଗୀ ଓ ପୁରୀରୁ ସମ୍ବିତ ପାତ୍ରଙ୍କ ଭାଗ୍ୟର ମଧ୍ୟ ଫଇସଲା ହୋଇଛି।

ସେହିପରି ବିଧାନସଭା କଥା ଦେଖିଲେ ବିଜେପିରୁ ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ନାଉରୀ ନାଏକ, ରବି ନାଏକ, ସୁବାସ ପାଣିଗ୍ରାହୀ, ସଞ୍ଜୀବ ସାହୁ ଓ ସୁରମା ପାଢ଼ୀଙ୍କ ପରି ଭେଟରାନ ମୈଦାନରେ ଥିବା ବେଳେ ବିଜେଡି ହେଭିୱେଟ୍ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା, ଅରୁଣ ସାହୁ, ସଞ୍ଜୟ ଦାସବର୍ମାଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ଏମାନଙ୍କ ବାଦ୍ ଆନନ୍ଦପୁରରେ କଂଗ୍ରେସରୁ ଟାଣୁଆ ନେତା ଜୟଦେବ ଜେନା ଏବଂ ଘସିପୁରାରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଭାଗ୍ୟ ପରୀକ୍ଷା ହୋଇସାରିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ