ସୁଭଦ୍ରା ଯୋଜନାରେ ୨୧ ବର୍ଷ ବୟସ ପରେ ଆବେଦନ କରି ହେବ
by Argus News
Sat, Sep 14 | 7:06 p.m.

ଅର୍ଗସ ବ୍ୟୁରୋ:  ରାଜ୍ୟରେ ଉପର ମୁହାଁ ସୁଭଦ୍ରା ମିଟର । ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସାରା ବଢୁଛି ଉତ୍ସାହ । ୧୭ରେ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘରେ ଘରେ ସୁଭଦ୍ରା । ସୁଭଦ୍ରା ଯୋଜନା ପାଇଁ ଆବେଦନ କରିସାରିଲେଣି ୫୦ ଲକ୍ଷରୁ ଉର୍ଦ୍ଧ୍ଵ ମହିଳା, ଆଗକୁ ସଂଖ୍ୟା ଆହୁରି ବଢିବ । ତେବେ ୧୫ ତାରିଖ ଯାଏଁ ଯେଉଁ ମାନେ ଆବେଦନ କରିଥିବେ ସେମାନଙ୍କ ପାଖକୁ ୧୭ ତାରିଖରେ ବ୍ୟାଙ୍କରୁ ପ୍ରଥମ କିସ୍ତି ଯିବ । ଆସନ୍ତାକାଲି ସାରା ରାଜ୍ୟରେ ହେବ ୧୦ ହଜାରଟି ସୁଭଦ୍ରା ସ୍ବାଗତ ପଦଯାତ୍ରା । ରାଜଧାନୀରୁ ଆରମ୍ଭ କରି ଓଡିଶାର ପ୍ରତ୍ୟେକ ରାଜସ୍ଵ ଗ୍ରାମରେ ହେବ ସୁଭଦ୍ରା ପଦ ଯାତ୍ରା । ସେହିପରି ପ୍ରତି ପଞ୍ଚାୟତରେ ଜିପିଏଲଏଫଙ୍କ ନେତୃତ୍ୱରେ ହେବ ପଦ ଯାତ୍ରା । ଏହାସହ ମିଶନ ଶକ୍ତି ଏବଂ ମହିଳା, ଶିଶୁ କଲ୍ୟାଣ ବିଭାଗ ନେତୃତ୍ଵରେ ଭୁବନେଶ୍ଵର ସ୍ଥିତ ଗିରିଦୂର୍ଗା ମନ୍ଦିର ଠାରୁ ରମାଦେବୀ ବିଶ୍ଵବିଦ୍ୟାଳୟ ଯାଏଁ ହେବ ରାଜ୍ୟ ସ୍ତରୀୟ ସୁଭଦ୍ରା ସ୍ଵାଗତ ପଦଯାତ୍ରା । ଏସଏଚଜି ମାଆ ମାନେ ମଧ୍ୟ ଗାଁ ଗାଁରେ ପଦଯାତ୍ରା ସାମିଲ ହେବେ ।

ପ୍ରତି ବ୍ଲକ୍ ଓ ପଞ୍ଚାୟତରେ ପାଳନ ହେଉଛି ସୁଭଦ୍ରା ସ୍ଵାଗତ ସପ୍ତାହ । ଗାଁ ଗାଁରେ ବୁଲୁଛି ସୁଭଦ୍ରା ରଥ । ଏହି କ୍ରମରେ ସୁଭଦ୍ରା ଯୋଜନାକୁ ଆହୁରି ଲୋକାଭିମୁଖୀ କରିବା ସହ ମହିଳାଙ୍କୁ ସଚେତନ କରିବା ପାଇଁ ଭୁବନେଶ୍ୱରରେ ବୁଲୁଛି ସୁଭଦ୍ରା ସଚେତନତା ରଥ । ଭୁବନେଶ୍ୱର ଜାଗମରା ଜଗନ୍ନାଥ ମନ୍ଦିରରୁ ମାଁ ସୁଭଦ୍ରାଙ୍କ ଆଶୀର୍ବାଦ ନେଇ  ବାହାରିଛି ସଚେତନତା ରଥ ।

ଆଉ ଏ ସବୁ ଭିତରେ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର । ସୁଭଦ୍ରା ସହାୟତା ଉପଲବ୍ଧି ହେବ ଆହୁରି ସହଜ । ଡାକ ବିଭାଗ ବ୍ୟାଙ୍କ ଆକାଉଣ୍ଟରେ ବି ମିଳିବ ସୁଭଦ୍ରା ପ୍ରୋତ୍ସାହନ ରାଶି । ସେପଟେ ସୁଭଦ୍ରା ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ବଡ ପଦକ୍ଷେପ ନେଇଛନ୍ତି ସରକାର । ସବୁ ବିଭାଗ କରିବେ ସୁଭଦ୍ରା ଯୋଜନାର ବ୍ରାଣ୍ଡିଂ । ଏ ନେଇ ସବୁ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି  ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ । ସବୁ ବିଭାଗ କାର୍ଯ୍ୟାଳୟରେ ଏଲ୍ ଇ ଡି ଜରିଆରେ ସୁଭଦ୍ରା ଯୋଜନାର ଭିଡ଼ିଓ ଚାଲିବ । ସବୁ ବିଭାଗର ୱେବ୍ ସାଇଟ୍, ସୋସିଆଲ ମିଡ଼ିଆ ହାଣ୍ଡେଲ, ମୋବାଇଲ ଆପରେ ପ୍ରଦର୍ଶିତ ହେବ ସୁଭଦ୍ରା ଯୋଜନା ଲୋଗୋ ଏବଂ ଟ୍ୟାଗ ଲାଇନ୍ । ୧୫ ତାରିଖରୁ ସବୁ ବିଭାଗର ସୋସିଆଲ ମିଡ଼ିଆ ପେଜର ପ୍ରୋଫାଇଲ୍ ପିକ୍ଚର୍ ରେ ଲାଗିବ ସୁଭଦ୍ରା ଲୋଗୋ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ମଙ୍କିପକ୍ସ
1m ago
ବିଶ୍ବ ଥରହର ଘାରିଛି ମଙ୍କିପକ୍ସ ଡର,ଜାରି ହେଲା ଗାଇଡଲାଇନ
ଅର୍ଗସ ବ୍ୟୁରୋ:ବିଶ୍ବକୁ ଡରାଉଛି ମଙ୍କିପକ୍ସ,ରଚୁଛି ଆତଙ୍କ,ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା,ବ୍ୟାପିଲାଣି ୧୧୬ଟି ଦେଶ,୯୯ ହଜାର ଲୋକେ ହେଲେ ସଂକ୍ରମିତ,ଦିନକୁ ଦିନ ବଢୁଛି ମୃତ୍ୟ
ୱାକି ଟକି ବ୍ଲାଷ୍ଟ
23m ago
ଆଜି ମଧ୍ୟପ୍ରାଚ୍ୟରେ ୱାକି ଟକି ବ୍ଲାଷ୍ଟ , ୨୦ରୁ ଅଧିକ ମୃତ
ଅର୍ଗସ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ସିରିଜ୍ ଗ୍ୟାଜେଟ୍ ହମଲା । ଲେବାଲନ୍ ପେଜର୍ ବ୍ଲାଷ୍ଟରେ ଥରହର ହେବା ପରେ ଆଜି ୱାକି ଟକି ବ୍ଲାଷ୍ଟରେ ୨୦ରୁ ଅଧିକ ମୃତ ଏବଂ ଅନେକ ଆହତ ହୋଇଛନ୍ତି
ରୋଜଗାର
26m ago
୧୦୦ ମହିଳାଙ୍କୁ ରୋଜଗାର ଯୋଗାଉଛି ଅଳିଆ ଆବର୍ଜନା
କୋରାପୁଟ: ଅଳିଆ ଆବର୍ଜନା ଯୋଗାଇଛି ରୋଜଗାର । ଯାହାକୁ ଅଳିଆ କହି ଲୋକେ ବାହାରେ ଏଣେ ତେଣେ ଫୋପାଡି ଦିଅନ୍ତି, ସେହି ଅଳିଆ ଆଜି ଜୟପୁରର ୧୦୦ ମହିଳାଙ୍କୁ ଯୋଗାଉଛି ରୋଜଗାର। ଅଳିଆ