ପଞ୍ଚାୟତରେ ପିଇଓ ଚାକିରୀ କରାଇଦେବାକୁ କହି କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ନେଇଗଲେ
by Argus News
Tue, Aug 06 | 7:54 a.m.

ଯାଜପୁର: ଚାକିରୀ ଦେବା ନାଁରେ  କୋଟିଏରୁ ଅଧିକ ଟଙ୍କା ଠକେଇ ଅଭିଯୋଗ। ଅଭିଯୁକ୍ତକୁ ଧରି ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ଅଭିଯୋଗକାରୀ l ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପାଖାନାଗୁଡା ଗ୍ରାମର ଶିକ୍ଷକ ରାମଚନ୍ଦ୍ର ଦାରୁଆଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି । 

ପଞ୍ଚାୟତରେ ପିଇଓ ଚାକିରୀ କରାଇଦେବା କହି ସ୍ଥାନୀୟ ଅଞ୍ଚଳରୁ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିଲେ। ଲୋକଙ୍କ ବିଶ୍ବାସ ଜିତିବା ପାଇଁ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ତାଙ୍କର ସମ୍ପର୍କ ଥିବା କହିବା ସହ ନେତାଙ୍କ ସହିତ ଫୋଟୋ ଉଠାଇ ଲୋକଙ୍କୁ ଚୂନ ଲଗାଉଥିଲେ । 

ପିଇଓ ଫଳ ଘୋଷଣା ପରେ ଆବେଦନକାରୀଙ୍କ ନାମ ନଥିବାରୁ ରାମଚନ୍ଦ୍ରଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ । ମାତ୍ର ଟଙ୍କା ଫେରାଇବା ପରିବର୍ତ୍ତେ ଫେରାର ହୋଇଯାଇଥିଲେ ରାମଚନ୍ଦ୍ର । ଏନେଇ ଗତ ଜାନୁଆରୀରେ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଠକାମୀର ଶିକାର ହୋଇଥିବା ଲୋକେ ।

ଆହୁରି ପଢନ୍ତୁ ଓଡିଶା ଖବର...
 

HOROSCOPE
12m ago
ଆଜି ଦିନଟି କେମିତି କଟିବ ଦେଖନ୍ତୁ...
ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ କହୁଛି ଆପଣଙ୍କ ରାଶିଫଳ ପଢନ୍ତୁ... ମେଷ- ଘର ପାଇଁ କିଛି ଆସବାବ କ୍ରୟ କରି ପାରନ୍ତି । ଆପଣଙ୍କ କଥାକୁ ଲୋକ
ଶପଥ ନେବେ ଅତିଶୀ
18m ago
ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ ଆଦମୀ ପାର୍ଟୀର ନେତ୍ରୀ ଅତିଶୀ
ଅର୍ଗସ ବ୍ୟୁରୋ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ ଆଦମୀ ପାର୍ଟୀର ନେତ୍ରୀ ଅତିଶୀ। ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ସରକାର ଗଢ଼ିବା ପ୍ରସ୍ତାବକୁ ସ୍ବୀକା
ଆମେରିକା ଗସ୍ତ
56m ago
ବାର୍ଷିକ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ ପିଏମ ମୋଦି
ଅର୍ଗସ ବ୍ୟୁରୋ: ତିନି ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାର୍ଷିକ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ ପିଏମ ମୋଦି। ଏଥି ସହ ପ୍ରଧାନମନ୍ତ୍ରୀଙ୍କ ଏଜେଣ୍ଡାରେ ରହିଛି ଅନେ