କଟକ ବାସୀ ଙ୍କ ପାଇଁ 100 କୋଟି ଟଙ୍କା ପକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ
by Argus News
Fri, Aug 30 | 5:41 p.m.

ଅର୍ଗସ ବ୍ୟୁରୋ: ଆସନ୍ତାକାଲି କଟକ ଗସ୍ତ କରିବେ ଧର୍ମେନ୍ଦ୍ର ପ୍ରଧାନ । ସ୍ୱାୟତ ଶାସନ ଦିବସ ଉପଲକ୍ଷେ କଟକ ବାସୀ ଙ୍କ ପାଇଁ 100 କୋଟି ଟଙ୍କା ପକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଭିସି ଜରିଆର ଉପସ୍ଥିତ ରହିବେ। 4 ଟି ମୂଖ୍ୟ ପ୍ରୋଜେକ୍ଟ ମଧ୍ୟରେ ଖାନ ନଗର ଶବଦାହ ପାଇଁ ଗ୍ୟାସ କ୍ରିମେସନ ସେଣ୍ଟର , ଏହାପରେ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ , ଏହାପରେ ନେତାଜୀ ସୁବାଷ ବୋଷ ଙ୍କ ବାଖ୍ୟାୟନ କେନ୍ଦ୍ର , ବା ସ୍ମାରକୀ ପୁରୁଣା ଜେଲ ଓ ଅନ୍ୟାନ୍ୟ ପ୍ରକଳ୍ପ ର ଉଦ୍ଘାଟନ ହେବ। ତେବେ ଦୀର୍ଘ ବର୍ଷ ଧରି ଏହି ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଥିଲା। କଟକ କୁ ଏକ ନୂଆ ରୂପ ଦେବା ପାଇଁ ଏହି ସମସ୍ତ ବିକାଶ ମୂଳକ ପ୍ରୋଜେକ୍ଟ କୁ ହାତକୁ ନେଇଥଲେ ସରକାର। ତେବେ ଆସନ୍ତାକାଲି ଏହା ଲୋକ ମାନଙ୍କ ଉଦ୍ଧେଶ୍ୟରେ ଉନ୍ମୋଚିତ ହେବ।  ଗ୍ୟାସ କ୍ରିମେସନ ବ୍ୟବସ୍ଥା କଟକ ରେ ଆରମ୍ଭ ହେବା ପରେ ଅନେକ ମାତ୍ରାରେ ଲୋକ ମାନେ ଲାଭବାନ ହେବେ।  ପୂର୍ବରୁ ଥିଲା ଇଲେକ୍ଟ୍ରି ଶବଦାହ କେନ୍ଦ୍ର ଟି ବାତ୍ୟା ସମୟରେ ଭାଙ୍ଗିବା ପରେ ତାହାକୁ ପୁନଃ ମରାମତି ନକରି ଏହି ପ୍ରୋଜେକ୍ଟ ଆରମ୍ଭ କରିଥଲେ ରାଜ୍ୟ ସରକାର। ଏହାବ୍ୟତୀତ ବହୁ ପ୍ରତୀକ୍ଷିତ ଯେଉଁ ବକ୍ସି ଜଗବନ୍ଧୁ ଙ୍କ ପ୍ରତିମୂର୍ତ୍ତି ବକ୍ସି ବଜାର ରେ ଲୋକାର୍ପଣ ହେବ ତାହା ମଧ୍ୟ କଟକର ଶୋଭା କୁ ଦୁଗୁଣିତ କରିବ ବୋଲି କହିଛନ୍ତି ମେୟର ସୁବାସ ସିଂ। 

 

ପାଟଣାଗଡ଼ରେ
now
ପାଟଣାଗଡ଼ରେ ୧୨ ଟିକିଆ ହାତୀ ପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବନାଞ୍ଚଲର ଟିକ୍ରାପଡ଼ା ସେକସନରୁ ଗତ ରାତିରେ ଗୁଦ୍ରାମୁଣ୍ଡା ପଟୁ 12ଟିକିଆ ହାତୀ ପଲ ଆସି ପାଟଣାଗଡ ରେଞ୍ଜର ସେମେଲ ମୁଣ୍ଡା ଗାଁର
କୁମ୍ଭୀର
1m ago
ଉଦ୍ଧାର ହେଲା ଥଣ୍ଟିଆ କୁମ୍ଭୀର
କଟକ: କାଠଯୋଡ଼ିରୁ ଉଦ୍ଧାର ହେଲା ଘଡ଼ିଆଳ ବା ଥଣ୍ଟିଆ କୁମ୍ଭୀର । କଟକ ସିଟି ରେଞ୍ଜ ଅଫିସ ଉଦ୍ୟମ ବଳରେ ଏହି କୁମ୍ଭୀରକୁ ଉଦ୍ଧାର କରାଯାଇଛି। ଦୀର୍ଘ ଏକ ମାସ ରୁ ଉର୍ଦ୍ଧ୍ବ ସମୟ ଧରି କାଠଯୋଡ଼
ଦିଲ୍ଲୀ ମଦ ଦୁର୍ନୀତିରେ
ଦିଲ୍ଲୀ ମଦ ଦୁର୍ନୀତିରେ ବହୁ ନେତା ଜେଲ ଯିବା ପରେ ଆତିଶୀ ଥିଲେ ଚର୍ଚ୍ଚାରେ
ଅର୍ଗସ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଆତିଶି ମାର୍ଲେନ ମୁଖ୍ୟମନ୍ତ୍ରୀ ଭାବେ ଦଳୀୟ ନେତାଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତିରେ ବହ