ବଢିଲା ପାକ୍ ଟେନସନ,ଭାରତକୁ ମିଳିଗଲେ ନୂଆ ବିରାଟ!
by Argus News
Fri, Jul 26 | 2:10 p.m.


ଅର୍ଗସ ବ୍ୟୁରୋ: ଟି-୨୦ରୁ ରନ୍ ମେସିନ ବିରାଟ କୋହଲି ଅବସର ନେଇସାରିଥିବାବେଳେ,କିଏ ନେବ ବିରାଟଙ୍କ ସ୍ଥାନ,ଦୀର୍ଘଦିନରୁ ଚାଲିଥିଲା ଆଲୋଚନା,ଏନେଇ ଚିନ୍ତାରେ ଥିଲା ବିସିସିଆଇ,
ମାତ୍ର ସେଥିରେ ପଡିଛି ପୂର୍ଣ୍ଣଛେଦ,ଟିମ୍ ଇଣ୍ଡିଆକୁ ମିଳିଗଲେ ନୂଆ ବିରାଟ। ସେପଟେ କିନ୍ତୁ ନୂଆ ବିରାଟଙ୍କ କଥା ଶୁଣି ଏବେ ଠୁ ଡରିଲାଣି ପାକିସ୍ତାନ,ଭଲଭାବେ ପାକ୍ ଜାଣିଛି ଟିମରେ ବିରାଟ ଥିଲେ 
ପାକିସ୍ତାନର ହଜାଇଦିଅନ୍ତି ନିଦ,ଆଗକୁ ଚାମ୍ପିୟନ୍ସ ଟ୍ରଫି ଥିବାବେଳେ ଲଢେଇ ହେବ ଘମାଘୋଟ। କିଏ ସେହି ଟିମ୍ ଇଣ୍ଡିଆର ନୂଆ ବିରାଟ କୋହଲି,ଯିଏ ବିରାଟଙ୍କ ଭଳି ଷ୍ଟ୍ରାଇକ୍ ରଖନ୍ତି,ଆରମ୍ଭରୁ ଧୀମା ଖେଳି ଏଭେରେଜ ମେଣ୍ଟେନ କରନ୍ତି ମାତ୍ର ଶେଷଆଡକୁ ଧୁଆଁଦାର ପାରି ଖେଳି ଉଡ଼ାଇଦିଅନ୍ତି ପ୍ରତିପକ୍ଷ ଟିମର ନିଦ ।

ଭାରତର ନୂଆ ବିରାଟ କୋହଲି ହେଉଛନ୍ତି ଋତୁରାଜ ଗାଏକ୍ୱାଡ,ଯାହାଙ୍କ ବ୍ୟାଟିଂ ଜବରଦସ୍ତ,କୁଲ୍ ରୁହନ୍ତି ସେ ଧୋନୀଙ୍କ ଭଳି,ବ୍ୟାଟିଂ ତାଙ୍କ ବିରାଟଙ୍କ ଭଳି ।ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଓପନିଂରକରି ୧୨୩ ରନ ପାରି ଖେଳି ହଜାଇ ଦେଇଥିଲେ କଙ୍ଗାରୁ ନିଦ, ଜିମ୍ବାଓ ଗସ୍ତରେ  ୭୭ ଓ  ୪୯ ଜବରଦସ୍ତ ପାରି ଖେଳିଥିଲେ ଗାଏକ୍ୱାଡ, ୨୦ଟି ଟି-୨୦ ମ୍ୟାଚ୍ ଖେଳି,୬୩୩ରନ୍ ସଂଗ୍ରହ କରିଛନ୍ତି ଗାଏକ୍ୱାଡ 

ଟି-୨୦ ରାକିଂରେ ବ୍ୟାଟର ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି। ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ ର ଅଧିନାୟକ ରହିଛନ୍ତି ଭାରତର ଏହି ଯୁବ ବ୍ୟାଟର ଜଣଙ୍କ। ୨୦୨୫ରେ ଚାମ୍ପିୟନ୍ସ ଟ୍ରଫି ହେବାକୁ ଥିବାବେଳେ ଏବି ବ୍ୟାଟରଙ୍କ ଉପର ନଜର ରଖିଛି ବିସିସିଆଇ। ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଭାରତକୁ ମିଳିଗଲେ ନୂଆ ବିରାଟ

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା