ହରିୟାଣା ଇଲେକ୍ସନ : ଇଣ୍ଡିରେ ଫାଟ !
by Argus News
Thu, Oct 10 | 7:07 p.m.

ଅର୍ଗସ ବ୍ୟୁରୋ: ହରିୟାଣା ନିର୍ବାଚନରେ ବିଜେପି ବିରାଟ ବିଜୟ ପରେ ଇଣ୍ଡି ମେଣ୍ଟରେ ଫାଟ ଦେଖାଦଦେଇଛି । କାରଣ ଭୁଲ ରଣନୀତି ଓ ଅତ୍ୟଧିକ ଆତ୍ମବିଶ୍ଵାସ ଲାଗି କଂଗ୍ରେସ ଯେଉଁ ଦଶା ଭୋଗିଲା ତାହାକୁ ନେଇ ଖଡଗହସ୍ତ ହୋଇଛନ୍ତି ଶିବସେନା ଓ ଟିଏମସି । ଲୁଚାଛପା ନୁହେଁ ବରଂ ସିଧାସିଧା କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି ଉଭୟ ଦଳର ନେତା । କଂଗ୍ରେସର ପରାଜୟର ମୁଖ୍ୟ କାରଣ ଦୁଇ ଅତ୍ୟଧିକ ଆତ୍ମବିଶ୍ୱାସ ଓ ଅହଂକାର ବୋଲି ଉଭୟ ଦଳ କହିଛନ୍ତି । ଖାଲି ଏତିକି ନୁହେଁ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ସାବଧାନ ହେବାକୁ ଚେତାଇ ବି ଦେଇଛନ୍ତି ।

ହରିୟାଣା ନିର୍ବାଚନରେ ବିଜେପିକୁ ଭୋଟର ସ୍ପଷ୍ଟ ବହୁମତ ଦେଇଛନ୍ତି । ସେଇଥି ଲାଗି ତ ବିରୋଧୀଙ୍କୁ ଚକ୍କମା ଦେଇ କ୍ଲିନସ୍ଵିପ୍‌ କରିଛି ଭାରତୀୟ ଜନତା ପାର୍ଟି । ମଙ୍ଗଳବାର ରେଜଲ୍ଟ ବାହାରିବା ପରେ ବିଜେପି ଖାତାକୁ ୪୮ଟି ଆସନ ଯାଇଥିବା ବେଳେ କଂଗ୍ରେସ ଖାତାକୁ ଯାଇଛି ମାତ୍ର ୩୭ ଆସନ । କଥା ହେଲା ପୂର୍ବରୁ ବିଜେପି ଯେତିକି ଆସନ ପାଇଥିଲା ତାହାଠାରୁ ବି ଏଥର ଅଧିକ ଆସନ ପାଇଛି । ସେହିପରି ଇଣ୍ଡିଆନ ନ୍ୟାସନାଲ ଲୋକଦଳ ୨ଟି ଏବଂ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟୀ ହୋଇଛନ୍ତି ।

କଥା ହେଲା ଅତ୍ୟଧିକ ଅହଂକାର ଓ ଆତ୍ମବିଶ୍ଵାସ ରହିଲେ ସ୍ଥିତି କଣ ହୁଏ ତାହା ହରିୟାଣା ଘଟଣାରୁ ସ୍ପଷ୍ଟ ହୋଇଛି । ସେପଟେ, ଉଦ୍ଧବ ସେନାର ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ମହାରାଷ୍ଟ୍ରର କଂଗ୍ରେସ ନେତାଙ୍କୁ ହରିୟାଣାରେ କଂଗ୍ରେସର ପରାଜୟରୁ ଶିକ୍ଷା ନେବାକୁ ଚେତାବନୀ ଦିଆଯାଇଛି । କୁହାଯାଇଛି, କଂଗ୍ରେସ ଦଳର ପ୍ରବଳ ଗୋଷ୍ଠୀ କନ୍ଦଳ ପାଇଁ ପରାଜୟ ହେଉଛି ଦଳ । ଏହାସହ ଆଞ୍ଚଳିକ ଦଳରୁ ହେଜ୍ଞାନ କରିବା କଂଗ୍ରେସ ଉପରେ ଭାରି ପଡ଼ିଛି । ସେପଟେ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ନିର୍ବାଚନ ରଣନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତ, ବିଧାନସଭା ନିର୍ବାଚନ ଫଳାଫଳରୁ ସବୁଠାରୁ ବଡ ଶିକ୍ଷା ହେଉଛି, କେହି କେବେ ବି ଅତ୍ୟଧିକ ଆତ୍ମବିଶ୍ୱାସ ରଖିବା ଉଚିତ ନୁହେଁ । ହରିୟାଣାରେ ମେଣ୍ଟ କରିବା ପାଇଁ ଆପ୍ କଂଗ୍ରେସ ସହ ନିର୍ବାଚନ ପୂର୍ବରୁ ଆଲୋଚନା କରିଥିଲା । ଆସନ ବଣ୍ଟନକୁ ନେଇ ମତଭେଦ ଯୋଗୁଁ ଆଲୋଚନା ବିଫଳ ହୋଇଥିଲା । ତେଣୁ ଏକାକୀ ନିର୍ବାଚନ ଲଢିଥିଲେ ଉଭୟ ଦଳ  । 

କେମିତି କ୍ଷମତା ଦଖଲ କରିବ କଂଗ୍ରେସ ସେନେଇ ସ୍ଵପ୍ନ ଦେଖୁଛି । ହେଲେ କ୍ଷମତା ପାଇବାର କୌଶଳ ଆଦୌ ଜଣାନାହିଁ । ସେଇଥି ଲାଗି ତ ବାରମ୍ବାର ପରାଜୟର ସ୍ଵାଦ ଚାଖୁଛି ହାତ ଦଳ । ସେପଟେ ଉତ୍ତରପ୍ରଦେଶ ଓ ଦିଲ୍ଲୀରେ କଂଗ୍ରେସର ହାତ ଛାଡ଼ିଛନ୍ତି ମେଣ୍ଟ ସହଯୋଗୀ । ଉତ୍ତରପ୍ରଦେଶରେ ଚଳିତ ବର୍ଷ ୧୦ଟି ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଏହି ୧୦ଟି ଆସନରୁ ୬ଟି ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ସହ କୌଣସି ଆଲୋଚନା ନକରି ସପା ସୁପ୍ରିମୋ ଅଖିଳେଶ ଯାଦବ ୬ଟି ଆସନରେ ପ୍ରାର୍ଥୀ ଘୋଷଣା‌ କରିଛନ୍ତି ।  ଦିଲ୍ଲୀରେ ମଧ୍ୟ ଆପ୍‌ କଂଗ୍ରେସ ସହ  ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିଛି । ଆପ୍‌ ମୁଖ୍ୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି, କଂଗ୍ରେସ ହରିୟାଣାରେ ଆପ୍‌ ଓ ସମାଜବାଦୀ ପାର୍ଟିକୁ ସାମିଲ କରିନଥିଲା ଏବଂ ଆମେ ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟ କରିବୁ ନାହିଁ । ଯାହାକୁ ନେଇ କଂଗ୍ରେସର ଶୀର୍ଷ ନେତୃତ୍ଵଙ୍କ ଟେନସନ ଡବଲ ହୋଇଛି ।
 

ଯୁବଶକ୍ତି
'ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ '
ଅର୍ଗସ ବ୍ୟୁରୋ: ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ । ଗୁରୁବାର ଗୋରଖପୁରର ମହାରାଣା ପ୍ରତାପ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳି
ଲାଓସରେ ପ୍ରଧାନମନ୍ତ୍ରୀ
ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି
ଅର୍ଗସ ବ୍ୟୁରୋ: ଲାଓସରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଲାଓସରେ ପହଂଚିବାପରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ କରାଯାଇଥିଲା । ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି 21ତ
SAPTAMI PUJA
ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ଶକ୍ତିପୀଠ
ଅର୍ଗସ ବ୍ୟୁରୋ: ଦଶଭୂଜାଙ୍କ ଆଗମନ ପାଇଁ ରାଜ୍ୟସାରା ପାର୍ବଣର ଧୁମ୍ । ଆଜି ମଣ୍ଡପେ ମାଆଙ୍କ ସପ୍ତମୀ ଓ ପୀଠରେ ମହାଅଷ୍ଟମୀ ପୂଜା ଚାଲିଛି । ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟର