ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ପଥର ଫିଙ୍ଗିବା ଅଭିଯୋଗରେ ଦୁଇ ଗିରଫ
by Argus News
Tue, Nov 28 | 9:35 p.m.

ଅର୍ଗସ ବ୍ୟୁରୋ : ରେଳବାଇ ସୁରକ୍ଷା ବଳ (ଆରପିଏଫ) ଆଜି ମେରାମଣ୍ଡଳୀ ଏବଂ ବୁଢାପଙ୍କ ରେଳ ଷ୍ଟେସନ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗି ଏକଜୁକୁଟିଭ ଚେୟାର କାର କୋଚର ୱିଣ୍ଡୋପେନକୁ କ୍ଷତି ପହଞ୍ଚାଇବା ସହ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର
 
ରାଉରକେଲା ଠାରୁ ପୁରୀକୁ ଯାତ୍ରା କରୁଥିବା ସେମି ହାଇ ସ୍ପିଡ୍ ଟ୍ରେନ୍,  ବନ୍ଦେ ଭାରତ ଏକ୍ସପ୍ରେସକୁ ଗତ ରବିବାର ସନ୍ଧ୍ୟାରେ ପଥର ଫିଙ୍ଗି  ୱିଣ୍ଡୋ ପେନ୍ ନଷ୍ଟ କରିବା ଅଭିଯୋଗରେ ରେଳବାଇ ସୁରକ୍ଷା ବଳ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତ ରବିବାର ସନ୍ଧ୍ୟାରେ ବୁଢାପଙ୍କ ଏବଂ ମେରାମଣ୍ଡଳୀ ରେଳ ଷ୍ଟେସନ ମଧ୍ୟରେ ଏହି ଘଟଣା ଘଟିଥିଲା ।

ଖୋର୍ଦ୍ଧା ରୋଡରେ ଥିବା ଆରପିଏଫର କ୍ରାଇମ ଇନଭେଷ୍ଟିଗେସନ୍ ଶାଖା (ସିଆଇବି) ଏବଂ ତାଳଚେର ସ୍ଥିତ ରେଳବାଇ ସୁରକ୍ଷା ବଳ ଥାନାର ମିଳିତ ଭାବରେ  ଆମ୍ବୁସ୍ ଚେକ୍ କରିଥିଲା । ଗତକାଲି ସନ୍ଧ୍ୟା ସମୟରେ ଆମ୍ବୁସ୍ ୱାଚ୍ ସମୟରେ ସେମାନେ ଦୁଇଜଣ ସନ୍ଦିଗ୍ଧଙ୍କୁ ଘଟଣାସ୍ଥଳରୁ ଅଟକ ରଖିଥିଲେ । 

ରେଳ ଟ୍ରାକ୍ ପାର୍ଶ୍ୱରେ ଏଭଳି ବିଚ୍ଛିନ୍ନ ସ୍ଥାନକୁ ଆସିବାର ଉଦ୍ଦେଶ୍ୟ ବିଷୟରେ ସେମାନଙ୍କୁ ପଚରାଯିବା ଦ୍ୱାରା ସେମାନେ ରବିବାର ଦିନ ସେହି ସ୍ଥାନକୁ ଆସି ମଦ୍ୟପାନ କରିବା ପରେ ମଜା ଏବଂ ଆନନ୍ଦ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗିଥିଲେ ବୋଲି ନିଜ ଦୋଷ ସ୍ୱୀକାର କରିଛନ୍ତି । ରେଳବାଇ ଅଧିନିୟମ ଧାରା 153, 145 (C) ଏବଂ 147 ରେ ଉଭୟଙ୍କୁ ଗିରଫ କରାଯାଇଥିଲା । ଉଭୟଙ୍କୁ ଆଜି (28.11.2023 ରେ) ଢେଙ୍କାନାଳ ସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟ ରେ ପଠାଯାଇଅଛି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ