ଫାଇନାଲରେ ଭାରତ , କମାଲ କଲେ କୁଳଦୀପ-ଅକ୍ଷର ଯୋଡି
by Argus News
Fri, Jun 28 | 3:11 p.m.

ଅର୍ଗସ ବ୍ୟୁରୋ : ୧୦ ବର୍ଷ ଅପେକ୍ଷାର ଘଟିଛି ଅନ୍ତ । ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୬୮ ରନରେ ହରାଇ ଟି-୨୦ ବିଶ୍ୱକପ୍ ରେ ତୃତୀୟ ଥର ଫାଇନାଲକୁ ପ୍ରବେଶ କରିଛି ଟିମ୍ ଇଣ୍ଡିଆ।୨୦୨୨ଟି-୨୦ ବିଶ୍ବକପ ସେମି ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ରୋହିତ ସେନା।କୁଳଦୀପ, ଅକ୍ଷର ୬ ୱିକେଟ୍ ବାଣ୍ଟିନେଇଥିବାବେଳେ ସ୍ପିନ୍ ଜାଲରେ ବ୍ରିଟିଶ ବାହିନୀ ଫସିଥିଲା,ଆଉ ତା ସାଙ୍ଗକୁ  ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ୩୯ ବଲରୁ ୫୭ ରନର ଅର୍ଦ୍ଧଶତକୀୟ ପାରି,ସୂର୍ଯ୍ୟକୁମାରଙ୍କ ୪୭ ରନର ଜବରଦସ୍ତ ପାରି  ହଜାଇଥିଲା ଇଂଲଣ୍ଡର ବୋଲରଙ୍କ ନିଦ। ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ଥିଲେ ଅକ୍ଷର ପଟେଲ । ବିଜୟ ଲାଗି ଭାରତର ୧୭୨ ରନକୁ ପିଛାକରି ୧୦୩ ରନରେ ଅଲଆଉଟ୍ ହୋଇଥିଲା ଇଂଲଣ୍ଡ। ଶନିବାର ବ୍ରିଜଟାଉନରେ  ଦେଖିବାକୁ ମିଳିବ ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ହାଇଭୋଲଟେଜ ସୁପର ଫାଇନାଲ ମ୍ୟାଚ୍।

ଅଧିକ ପଢନ୍ତୁ : ଇଂଲଣ୍ଡକୁ ୬୮ ରନରେ ହରାଇ ତୃତୀୟ ଥର ଫାଇନାଲରେ ପ୍ରବେଶ କଲା ଭାରତ

୨୦୦୭ରେ ପ୍ରଥମ ସଂସ୍କରଣର ଚମ୍ପିଆନ୍ ଭାରତ ତୃତୀୟଥର ଫାଇନାଲକୁ ପ୍ରବେଶ କରିଛି ଫଳରେ ୧୩ ବର୍ଷ ପରେ ଏକ ବିଶ୍ବକପ୍ ଏବଂ ୧୧ ବର୍ଷ ପରେ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିବାର ସୁଯୋଗ ରହିଛି ଭାରତ ପାଖରେ ,ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଫାଇନାଲ ଖେଳିବାକୁ ଥିବାବେଳେ,୨ଦଳ ପ୍ରଥମ ଥର କୌଣସି ଆଇସିସି ବିଶ୍ବକପ୍ ଫାଇନାଲରେ ମୁହାଁମୁହିଁ ହେବେ।  ଉଭୟ ବ୍ୟାାଟିଂ ଓ ବୋଲିଂରେ ମେନ୍ ଇନ୍ ବ୍ଲୁ ଦମ୍ ଦେଖାଇଆସୁଥିବାବେଳେ  ଫାଇନାଲରେ ବିରାଟଙ୍କ ଠୁ ବିରାଟ ଇନିଂସ ଆଶା ରଖିଛନ୍ତି ପ୍ରଶଂସକ। ଭାରତ ଧୋନୀଙ୍କ ସମୟରେ ଟି-୨୦ ବିଶ୍ବକପ୍ ଜିତିଥିବାବେଳେ ୧୧ ବର୍ଷରୁ ଉର୍ଦ୍ଧ ହେଲା ଆଇସିସି ଟ୍ରଫି ମରୁଡି ପଡିଛି।  କ୍ୟାରିୟରର ପ୍ରଥମ ଭାଗରେ ୨୦୦୭ ବିଶ୍ବକପ ବିଜୟୀ ଦଳର ସଦସ୍ୟ ଥିବା  ରୋହିତ ଶର୍ମା କ୍ୟାରିୟରର ଶେଷ ଭାଗରେ  ଅଧିନାୟକ ଭାବେ ୨୪ ଟି-୨୦ ବିଶ୍ବକପ୍ ତୋଳି ଧରବାର ସୌଭାଗ୍ୟପାନ୍ତୁ,ଅନ୍ୟପକ୍ଷରେ ୨୦୧୧ ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ବିରାଟ କୋହଲି ମଧ୍ୟ  ଆଉ ଏକ ବିଶ୍ବକପ୍ ବିଜୟ ଦଳର ସଦସ୍ୟ ସାଜନ୍ତୁ ବୋଲି କ୍ରିକେଟ୍ ପ୍ରଶଂସକ ଆଶା ରଖିଛନ୍ତି। ଭାରତ ଜିତିବ  ଟି-୨୦ ବିଶ୍ବକପ ଅପେକ୍ଷାର ଘଟିବ ଅନ୍ତ।

ଭାବବିହ୍ବଳ ହେଲେ
ଭାବବିହ୍ବଳ ହେଲେ ଦ୍ରାବିଡ...କହିଲେ ‘ମନେ ରହିବ ଏ ଟିମ୍‌'
ଅର୍ଗସ ବ୍ୟୁରୋ: ଭାରତୀୟ ଦଳ ବିଶ୍ବ ବିଜେତା ହୋଇ ସାରିଛି। ଭାରତ ଆଜି ଭାରତୀୟ ଦଳକୁ ନେଇ ଗର୍ବିତ। ଦୀର୍ଘ ଦିନର ସ୍ୱପ୍ନ ବି ସାକାର ହୋଇଛି । ଫ୍ୟାନ୍ସ ଖୁସି ଅଛନ୍ତି, ଟିମ୍ ଇଣ୍ଡିଆର ଖେଳାଳ
ଟି-୨୦ ବିଶ୍ୱକପ୍
ଟି-୨୦ ବିଶ୍ୱକପ୍ ଜିତିବା ପରେ ଭାରତୀୟ ଟିମ୍ ଉପରେ ଟଙ୍କା ବର୍ଷା
ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମ୍ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇ ଦ୍ୱିତୀୟଥର ପାଇଁ ଇତିହାସ ରଚିଛି । ଫାଇନାଲରେ ଦକ୍ଷିଣ ଅଫ୍ରିକାକୁ ୭ ରନରେ ପରାଜିତ କରିବା ପରେ ଭାରତୀୟ ଦଳକ
ସପ୍ତଶଯ୍ୟା ପାହାଡ଼ରେ
ସପ୍ତଶଯ୍ୟା ପାହାଡ଼ରେ ୫ ଛାତ୍ର ନିଖୋଜ
ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପାହାଡ଼ ବୁଲିବାକୁ ଯାଇ ୫ ଛାତ୍ର ନିଖୋଜ ହୋଇଥିବା ସୂଚନା ମିଳିଛି। ପାହାଡ଼ ଉପରକୁ ଯାଇ ଆଉ ଫେରିପାରୁନାହାନ୍ତି ଛାତ୍ର ମାନେ। ବାଟ ନ ପାଇବାର