ଚତୁର୍ଥ ଶିଳ୍ପ ବିପ୍ଳବରେ ବିଶ୍ୱ କଲ୍ୟାଣର ନେତୃତ୍ୱ ନେବ ଭାରତ - ଧର୍ମେନ୍ଦ୍ର ପ୍ରଧାନ
by Argus News
Mon, Oct 28 | 6:33 p.m.

ବାରଣାସୀ: ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ । ଚତୁର୍ଥ ଶିଳ୍ପ ବିପ୍ଳବ ସମୟରେ ଭାରତ ପାଖରେ ଦୁନିଆର ଲୋକକଲ୍ୟାଣର ନେତୃତ୍ୱ ନେବା ପାଇଁ ଏକ ଅଭୁତପୂର୍ବ ସୁଯୋଗ ରହିଛି । ଏ ଦିଗରେ ଆଇଆଇଟି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ବଡ଼ ଦାୟିତ୍ୱ ନିର୍ବାହ କରିବେ ବୋଲି ଏହି ଶିକ୍ଷାନୁଷ୍ଠାନର ୧୩ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସମାବର୍ତ୍ତନ ସମାରୋହ ଜୀବନର ଏକ ଅନନ୍ୟ ମୁହୂର୍ତ୍ତ । ବାରଣାସୀ ସ୍ଥିତ ଆଇଆଇଟି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ସାମିଲ ହେବା ସୌଭାଗ୍ୟର ବିଷୟ । ସମ୍ମାନ, ଡିଗ୍ରୀ ଏବଂ ପଦକଧାରୀ ବିଦ୍ୟାର୍ଥୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ବହୁତ ଭାଗ୍ୟବାନ । ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଦ୍ୱାରା ଏହି ପବିତ୍ର ସ୍ଥାନରୁ ଆରମ୍ଭ ହୋଇଥିବା ଶିକ୍ଷା ଯଜ୍ଞରୁ ଉତ୍ପନ୍ନ ହୋଇଥିବା ଛାତ୍ରଛାତ୍ରୀମାନେ ଜଣେ ଜଣେ ଅମୃତ ସଦୃଶ । କାଶୀ ଦୁନିଆର ସ୍ୱଳ୍ପ କିଛି ଜୀବନ୍ତ ସହର ମଧ୍ୟରୁ ଅନ୍ୟତମ । କାଶୀ ହେଉଛି ଭାରତର ଦର୍ଶନଶାସ୍ତ୍ର ତଥା ପାଲି, ପ୍ରାକୃତ, ସଂସ୍କୃତ ଏବଂ ତାମିଲ ଭଳି ପୁରାତନ ଭାଷାର ସଂଗମ ଅଟେ । କାଶୀ ଭଳି ଏକ ଜୀବନ୍ତ ସଭ୍ୟତା ସହ ଯୋଡ଼ି ହେବା ଏକ ବଡ଼ ସୌଭାଗ୍ୟର ବିଷୟ । 

ଅନେକ ମହାପୁରୁଷମାନେ କାଶୀକୁ ଆସିଛନ୍ତି । ଆଜି ମାନ୍ୟତା ହାସଲ କରିଥିବା ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସେହି ମହାପୁରୁଷଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି । ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀମାନେ ଚାକିରି କରିବା ଅପେକ୍ଷା ଅନେକଙ୍କୁ ଚାକିରି ଦେବା ଦିଶାରେ କାର୍ଯ୍ୟ କରିବେ ବୋଲି ବିଶ୍ୱାସ ରହିଛି । ଆଗାମୀ ୨୫ ବର୍ଷ ଭାରତର ପ୍ରଗତିର ସୁବର୍ଣ୍ଣ ସମୟ ହେବ । ବିଶ୍ୱର ଏକ ନମ୍ବର ଅର୍ଥନୀତିରେ ପରିଣତ ହେବା ଆମ ଦେଶର ଭାଗ୍ୟରେ ଲେଖାଯାଇଛି । ସମଗ୍ର ବିଶ୍ୱ ଆଜି ଭାରତକୁ ବହୁତ ଆଶାର ସହ ଦେଖୁଛି । ସାରା ଦୁନିଆର ସମସ୍ୟାର ସମାଧାନର ସୂତ୍ର କାଶୀ ଓ ଆଇଆଇଟି ବିଏଚୟୁ ଭଳି ଅନୁଷ୍ଠାନ ପାଖରେ ରହିଛି । ନିଜର ବୌଦ୍ଧିକ ଦକ୍ଷତା ବଳରେ ଆମର ଛାତ୍ରଛାତ୍ରୀମାନେ ଭାରତ ଏବଂ ସମଗ୍ର ବିଶ୍ୱର ଆବଶ୍ୟକତା ପୂରଣ କରିବେ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି । 


ବାରଣାସୀ ଗସ୍ତ କାଳରେ ଶ୍ରୀ ପ୍ରଧାନ ବାବା ବିଶ୍ୱନାଥ ମନ୍ଦିର ଓ ବାବା କାଳ ଭୈରବ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।
 

C-295 ଏୟାରକ୍ରାପ୍ଟ
10m ago
ମେକ୍ ଇନ୍ ଇଣ୍ଡିଆ ମେଡ୍ ଫର ୱାର୍ଲ୍ଡ ଏବେ ଦେଶରେ ବନିବ C-295 ଏୟାରକ୍ରାପ୍ଟ
ଅର୍ଗସ ବ୍ୟୁରୋ: ଯବାନଙ୍କ କାନ୍ଧରେ ଦେଶ ସୁରକ୍ଷାର ଭାର। ଆତ୍ମନିର୍ଭର ଭାରତରେ ସ୍ବଦେଶୀ ଜ୍ଞାନୀକୌଶଳରେ ପ୍ରସ୍ତୁତ ହେଉଥିବା ପ୍ରତିରକ୍ଷା ଉପକରଣ ଆମ ଯବାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ଦୁଇଗୁଣି
DIWALI 2024
14m ago
ପଞ୍ଚଗବ୍ୟ ଦୀପ; ଵାୟୁମଣ୍ଡଳରେ ଅମ୍ଳଜାନ ତିଆରି କରିବାରେ ହେଉଛି ସହାୟକ
ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୀପ ଲଗାଇ, ବାଣ ଫୁଟାଇ ସମସ୍ତେ ଆଲୋକର ପର୍ବ ଦୀପାବଳୀକୁ ପାଳନ କରିବେ । ହେଲେ ଏହାଦ୍ୱାରା ବାୟୁ ପ୍ରଦୂଷଣ ମାତ୍ରା କେତେ ବଢେ ତାହ
ମାଙ୍କଡ଼
53m ago
ମାଙ୍କଡ଼ ପାଇଲା ନୂଆ ଜୀବନ,ବଜରଙ୍ଗ ଦଳକୁ ଶହେ ସଲାମ୍
ଅର୍ଗସ ବ୍ୟୁରୋ:ଲୋକେ କୁହନ୍ତି ଏ ଦୁନିଆଟା କୁଆଡେ ସ୍ବାର୍ଥପର,ଏଠି ସ୍ବାର୍ଥବିନା କିଛି ହୁଏନା। ସମସ୍ତେ ନିଜ ନିଜ ସ୍ବାର୍ଥସାଧନ ପାଇଁ ବ୍ୟସ୍ତା କିନ୍ତୁ ସବୁ ନାଇଁ ନାଇଁ ଭିତରେ ବି ହଁକ