ବିଶ୍ୱ ଅର୍ଥନୀତିରେ 3 ନମ୍ବର ସ୍ଥାନକୁ ଯିବ ଭାରତ
by Argus News
Thu, Jun 27 | 7:31 p.m.

ଅର୍ଗସ ବ୍ୟୁରୋ: ଆଜି ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଶ୍ନପତ୍ର ଲିକ ମାମଲା ଠାରୁ ଆରମ୍ଭ କରି କାଶ୍ମୀରରେ ନିର୍ବାଚନ ପର୍ଯ୍ୟନ୍ତ ପ୍ରସଙ୍ଗ ଉଠାଇଛନ୍ତି ମହାମହିମ । ପ୍ରଶ୍ନପତ୍ର ଲିକ ମାମଲାରେ ରାଷ୍ଟ୍ରପତି କହିଛନ୍ତି ଦୋଷୀକୁ କଠିନ ଦଣ୍ଡ ମିଳିବ । ଏହି ମାମଲାର ତଦନ୍ତ ଲାଗି ମୋ ସରକାର ପ୍ରତିବଦ୍ଧ । ପ୍ରଶ୍ନପତ୍ର ଲିକ ରୋକିବାକୁ ସରକାର କଡା ଆଇନ ଆଣିଛନ୍ତି । ଏହି ମାମଲାର ନିରପେକ୍ଷ ତଦନ୍ତ ହେବ । ଏଥିସହ ପରୀକ୍ଷା ପରିଚାଳନାରେ ଜଡିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ କରାଯାଉଛି । ତେବେ ରାଜନୀତି ଠାରୁ ଦୁରେଇ ରହି ଏହି ମାମଲାରେ ଟିପ୍ପଣୀ ଦେବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ।

ନବ ନିର୍ବାଚିତ ସାଂସଦମାନଙ୍କୁ ସ୍ବାଗତ ଜଣାଇବା ସହିତ ଭାରତୀୟ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଜଣାଇଥିଲେ ରାଷ୍ଟ୍ରପତି । ଦେଶରେ ପୁଣି ଥରେ ସ୍ଥିର ଓ ବହୁମତ ସରକାର ଗଠନ ହୋଇଛି । ଦେଶରେ 10ବର୍ଷ ସୁଶାସନ ଉଫରେ ଏହା ଲୋକଙ୍କ ମୋହର ବୋଲି ସେ କହିଛନ୍ତି ।କାଶ୍ମୀରରେ ହୋଇଥିବା ରେକର୍ଡ ମତଦାନ କଥା ମନେପକାଇଥିଲେ ରାଷ୍ଟ୍ରପତି । କହିଥିଲେ ଏଥର କାଶ୍ମୀରରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ବିଗତ 4 ଦଶକରୁ ଏଠାରେ ଭୋଟିଂ ପ୍ରତିଶତ କମ ରହୁଥିଲା । ଭାରତର ଶତ୍ରୁମାନେ କହୁଥିଲେ ଏହା ହିଁ କାଶ୍ମୀର ବାସୀଙ୍କ ମତ । କିନ୍ତୁ ବାସ୍ତବତା କଣ ତାହା ଏହି ନିର୍ବାଚନରେ ପ୍ରତିପାଦିତ ହୋଇଛି ।

ଅର୍ଥନୀତିରେ ଦେଶ ବିଶ୍ବର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି । ଦେଶର ଅଭିବୃଦ୍ଧି ହାର 8 ପ୍ରତିଶତ ରହିଛି । ବିଶ୍ବ ଅର୍ଥନୀତିରେ ଭାରତ ତୃତୀୟ ସ୍ଥାନରେ କିପରି ପହଂଚିବ ସେନେଇ ପ୍ରୟାସ ଜାରି ରହିଛି । ବିଶ୍ବରେ ସବୁ କ୍ଷେତ୍ରରେ ଭାରତ ନେତୃତ୍ବ ନେଉଛି । ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ମୋ ସରକାର ଗୁରୁତ୍ବ ଦେଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ।ଆଗାମୀ ବଜେଟରେ ଐତିହାସିକ ପଦକ୍ଷେପ ଦେଖିବାକୁ ମିଳିବ । ସମସ୍ତଙ୍କ ବିକାଶ ଦ୍ବାରା ହିଁ ଏକ ବିକଶିତ ଭାରତ ସମ୍ଭବ ହେବ । ଗରିବ, ଚାଷୀ, ମହିଳା, ଯୁବ ବର୍ଗଙ୍କ ବିକାଶ ପାଇଁ ଧ୍ୟାନ ଦିଆଯାଉଛି । ମୋ ସରକାର ଆରମ୍ଭରୁ ଏମ୍ଏସ୍‌ପି ବୃଦ୍ଧି କରିଛନ୍ତି । ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ଦେଶର 25 କୋଟି ନାଗରିକଙ୍କ ଗରିବୀ ଦୂର କରିଛି ମୋ ସରକାର । 3 କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ ହୋଇଛି । ଆଜି 80 କୋଟି ଲୋକଙ୍କୁ ମାଗଣାରେ ରାସନ୍‌ ଯୋଗାଯାଉଛି ବୋଲି କହିଛନ୍ତି ରାଷ୍ଟ୍ରପତି ।

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ପ୍ରୟାସ ଜାରି ରହିଛି । ୟୁପି, ତାମିଲନାଡୁରେ ଦୁଇଟି ଡିଫେନ୍ସ କରିଡର ହେଉଛି । ଓ୍ବାନ୍‌ ର୍ୟାଙ୍କ, ଓ୍ବାନ୍‌ ପେନ୍‌ସନ୍‌ ନୀତି ଲାଗୁ କରାଯାଇଛି । 70 ପ୍ରତିଶତ ପ୍ରତିରକ୍ଷା ଉପକରଣ ଦେଶର ବିଭିନ୍ନ କଂପାନୀରୁ କିଣାଯାଇଛି । ପ୍ରତିରକ୍ଷା କ୍ଷେତ୍ରରେ HAL ପୂର୍ବ ଅପେକ୍ଷା ଅଧିକ ମଜଭୁତ ହୋଇଛି । ମୋ ସରକାର ଉପରେ ଲୋକେ ତୃତୀୟ ଥର ଭରସା କରିଛନ୍ତି । ରାଜ୍ୟର ବିକାଶରେ ଦେଶର ବିକାଶ ଏହି ବିଶ୍ବାସରେ ଆଗକୁ ବଢ଼ିବା ବୋଲି ତାଙ୍କ ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି ।

ଅଧିକ ପଢ଼ନ୍ତୁ ଦେଶ ଖବର: 

ସଲମାନ ଖାନ
ଐଶ୍ୱର୍ଯ୍ୟା କି କ୍ୟାଟ୍ରିନା ନୁହେଁ...ଏହି ଅଭିନେତ୍ରୀ ହୋଇଥାନ୍ତେ ସଲମାନଙ୍କ ପତ୍ନୀ
ଅର୍ଗସ ବ୍ୟୁରୋ: ସଲମାନ ଖାନଙ୍କ ବାହାଘରକୁ ନେଇ ସବୁବେଳେ କିଛି ନା କିଛି ଗୁଜବ ଶୁଣିବାକୁ ମିଳେ । କହିବାକୁ ଗଲେ ତାଙ୍କ ବାହାଘର ବଲିଉଡର ସବୁଠୁ ବଡ ମିଷ୍ଟ୍ରି । ସେ କାହାକୁ ବାହା ହେବେ
ଅଣସର ଭାର
ମାମୁଁ ଭଣଜାର ଅନନ୍ୟ ପରମ୍ପରା, ମାଧବ ପୀଠରୁ ବାହାରିଲା ଅଣସର ଭାର
ନିଆଳି: ଆଜି ସକାଳୁ ସକାଳୁ ପ୍ରଭୁ ଜଗନ୍ନାଥଙ୍କ ମାମୁଁ ଘର ନିଆଳି ମାଧବ ପୀଠରୁ ଅଣସର ଭାର ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛି । ବିଭିନ୍ନ ପ୍ରକାର ଫଳ ମୂଳ ସହ ଦିବ୍ୟ ବଞ୍ଜନ ନେ
ଦ୍ରୌପଦୀ ମୁର୍ମୁ
ରଥଯାତ୍ରାରେ ସାମିଲ୍ ହେବେ ମହାମହିମ; ଆସିଲା ପୁରା ସୂଚୀ
ପୁରୀ: ରଥଯାତ୍ରାରେ ସାମିଲ୍ ହେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ମିନିଟ୍ ଟୁ ମିନିଟ୍ ସିଡୁଲ୍ ପ୍ରକାଶ ପାଇଛି । ରଥଯାତ୍ରା ଦିନ ଅର୍ଥାତ ଆସନ୍ତ