ଐଶ୍ୱର୍ଯ୍ୟା କି କ୍ୟାଟ୍ରିନା ନୁହେଁ...ଏହି ଅଭିନେତ୍ରୀ ହୋଇଥାନ୍ତେ ସଲମାନଙ୍କ ପତ୍ନୀ
by Argus News
Tue, Jul 02 | 10:00 a.m.

ଅର୍ଗସ ବ୍ୟୁରୋ: ସଲମାନ ଖାନଙ୍କ ବାହାଘରକୁ ନେଇ ସବୁବେଳେ କିଛି ନା କିଛି ଗୁଜବ ଶୁଣିବାକୁ ମିଳେ । କହିବାକୁ ଗଲେ ତାଙ୍କ ବାହାଘର ବଲିଉଡର ସବୁଠୁ ବଡ ମିଷ୍ଟ୍ରି । ସେ କାହାକୁ ବାହା ହେବେ ? କେବେ ବାହା ହେବେ ? ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଥାଏ ।  ସବୁବେଳେ ତାଙ୍କୁ କୌଣସି ନା କୌଣସି ଅଭିନେତ୍ରୀଙ୍କ ସହ ଯୋଡା ଯାଏ । ହେଲେ କ'ଣ ଆପଣ ଜାଣନ୍ତି କି ଐଶ୍ୱର୍ଯ୍ୟା କି କ୍ୟାଟ୍ରିନା ନୁହଁ କି ସଙ୍ଗୀତା ବିଜଲାନି ନୁହେଁ । ଏହି ଅଭିନେତ୍ରୀ ହୋଇଥାନ୍ତେ ସଲମାନଙ୍କ ପତ୍ନୀ ।  

ଏହି ଟେଲିଭିଜନ ଅଭିନେତ୍ରୀ ଯିଏ 2 ବର୍ଷରୁ ଅଧିକ ସମସ୍ତଙ୍କ ହୃଦୟରେ ରାଜ୍ କରିଥିଲେ । ଏପରିକି ସଲମାନଙ୍କ ମା' ଓ ବାପାଙ୍କର ଖୁବ ପ୍ରିୟ ଥିଲେ । ସେ ହେଉଛନ୍ତି ସନାୟା ଇରାନୀ । 
ସନାୟା ଇରାନୀ ଥରେ ସଲମାନ ଖାନଙ୍କ ସୋ ବିଗ୍ ବସ୍ 7 ରେ ଏହାର ଗ୍ରାଣ୍ଡ୍ ଫାଇନାଲ୍ ରେ ତାଙ୍କ ସୋ ରଙ୍ଗରସିଆକୁ ପ୍ରମୋଟ୍ କରିବାକୁ ଆସିଥିଲେ । ଅଭିନେତ୍ରୀ ସଲମାନ ଖାନଙ୍କ ସହ ଖୁବ ମଜା କରିଥିଲେ ।

ସନାୟା ଇରାନୀ ଫହାନା ଚଳଚ୍ଚିତ୍ରରେ ମେହବୁବା ଭାବରେ କାଜୋଲଙ୍କ ସହ ଅଭିନୟ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ଆମୀର ଖାନ ମଧ୍ୟ ଅଭିନୟ କରିଥିଲେ ଏବଂ ବକ୍ସ ଅଫିସରେ ଏକ ବଡ଼ ହିଟ୍ ହୋଇଥିଲା । ଏହା ପରେ ସେ ଟେଲିଭିଜନରେ ପ୍ରବେଶ କରିବା ପୂର୍ବରୁ ଶାହରୁଖ ଖାନ ଏବଂ ଅନ୍ୟମାନଙ୍କ ସହ ଅନେକ ବିଜ୍ଞାପନ କରିଥିଲେ । ଏହା ପରେ ସେ ଲେଫ୍ଟ ରାଇଟ୍  'ସୋ' ରେ ଡେବ୍ୟୁ କରିଥିଲେ । ଏବଂ କସମ୍ ସେ, ମିଲେ ଜବ୍ ହମ୍ ତୁମ୍ ଭଳି ଅନ୍ୟ ହିଟ୍ ସୋ’ ରେ ଅଭିନୟ କରିଥିଲେ ।  କିନ୍ତୁ ଇସ୍ ପ୍ୟାର୍ କୋ କ୍ୟା ନାମ ଦୁଁ ସୋ ରେ ତାଙ୍କୁ ଖୁବ ସୁନାମ ମିଳିଥିଲା ।

ଆଉ ଏହି ସୋ ରେ ସଲମାନଙ୍କ ମାଆ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରୁଥିଲେ । ଆଉ ଏହି କଥା ସଲମାନ ସନାୟାଙ୍କୁ ବିଗ୍ ବସ୍ ସେଟ୍ ରେ ଜଣାଇଥିଲେ । ଯାହା ଶୁଣି ସନାୟା ଲାଜେଇ ଯାଇଥିଲେ । 

 

ଦାମୀ ଆମ୍ବ
4m ago
ସବୁଠୁ ଦାମୀ ଆମ୍ବ: ଦାମ୍‌ ଶୁଣିଲେ ଉଡୁଛି ହୋସ୍‌
ସମ୍ବଲପୁର: ସମ୍ବଲପୁରରେ ଲକ୍ଷାଧିକ ଟଙ୍କିଆ ଆମ୍ବ ଫଳୁଛି । ଏହି ଆମ୍ବ ସବୁଠୁ ଦାମୀ ଆମ୍ବ ବୋଲି ଜଣାପଡିଛି । ମିୟାଜାକି ନାମର ଆମ୍ବ ଯାହାର ମୃଲ୍ୟ କିଲୋପ୍ରତି ୩ ଲକ୍ଷ । ସହର ଜଣ
ଖେଳାଳି
9m ago
ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଖେଳାଳି
ନୂଆଦିଲ୍ଲୀ: ହୋଟେଲ୍ ITC ମୋର୍ଯ୍ୟରେ କେକ୍ କାଟିଲେ କ୍ରିକେଟର । ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଖେଳାଳି । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଖେଳାଳୀ ମାନ
ହାତୀ ମୃତ୍ୟୁ
11m ago
୧୧ କେଭି ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି ହାତୀ ମୃତ
ସମ୍ବଲପୁର: ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି ମାଈ ହାତୀ ମୃତ । ସଦର ରେଞ୍ଜ ଝାଙ୍କରବାହାଲିରେ ୧୧ କେଭି ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି ହାତୀ ମୃତ୍ୟ ହୋଇଥିବା ସୂଚନା ମିଳିଛି । ବସିଆପଡ