ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି : ମନମୋହନ ସାମଲ
by Argus News
Sun, Feb 25 | 7:02 p.m.

ଅର୍ଗସ ବ୍ୟୁରୋ : ଜଣେ ସାଧାରଣ ଲୋକଟି ନିଜର ଅସାଧାରଣ କାର୍ଯ୍ୟ ପାଇଁ ସମାଜରେ ବିଶେଷ ସ୍ଥାନ ଅର୍ଜନ କରିବା ସହିତ ନିଜ ଅଂଚଳ ତଥା ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥାଏ । ଏଭଳି ମହାନ ବ୍ୟକ୍ତିତ୍ୱଙ୍କୁ ଲୋକଲୋଚନକୁ ଆଣିବା ପାଇଁ ‘ପ୍ରଧାନମନ୍ତ୍ରୀ ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଏକ ବଡ ମାଧ୍ୟମ ସାଜିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମାସର ଶେଷ ରବିବାର ଦିନ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି । ୨୦୧୪ମସିହାରେ ମୋଦିଜୀ ପ୍ରଥମଥର ପାଇଁ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ । 

ମୋଦିଜୀ ଏହି କାର୍ଯ୍ୟକ୍ରମର ଲୋକପ୍ରିୟତା ଦେଶ ତଥା ସାରା ବିଶ୍ୱରେ ପ୍ରତିଷ୍ଠା ଲାଭ କରିଛି । ଲୋକଙ୍କ ପାଇଁ, ଲୋକଙ୍କ ଦ୍ୱାରା ଏବଂ ଲୋକମାନଙ୍କ ସଫଳତାକୁ ପରିଚିତ କରିବା କାର୍ଯ୍ୟଟି ବିଶ୍ୱରେ କୌଣସି ରାଷ୍ଟ୍ରମୁଖ୍ୟ କରିନାହାନ୍ତି । ମୋଦିଜୀ ସାହିତ୍ୟ, କଳା, ସଂସ୍କୃତି, ପରମ୍ପରା, ବିଜ୍ଞାନ ପରିପ୍ରକାଶ କରିବା ଦ୍ୱାରା ଲୋକେ ପ୍ରେରଣା ପାଇବା ସହ ସ୍ୱାବଲମ୍ବି ହୋଇ ଉଦାହରଣ ସୃଷ୍ଟି କରିଛନ୍ତି । ମୋଦିଜୀ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜକୁ ଜାଗ୍ରତ କରିବା ସହ ଲୋକଙ୍କୁ ଜାଗ୍ରତ କରିପାରିଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଏକାମ୍ର ନିର୍ବାଚନ ମଣ୍ଡଳୀର ୧୯୬ ନମ୍ବର ବୁଥ୍‌ରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ୧୧୦ତମ “ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଛନ୍ତି ।

ଓଡିଶାବାସୀଙ୍କ ସମେତ ପ୍ରତ୍ୟେକ ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷାରତଥାନ୍ତି । ମୋଦିଜୀ ‘ମନ କି ବାତ୍‌’ରେ ଓଡ଼ିଶା ରାଜ୍ୟର କଳାହାଣ୍ଡିର ଦମ୍ପତୀ ଜୟନ୍ତୀ ମହାପାତ୍ର ଓ ବୀରେନ ସାହୁ ନିଜେ ସ୍ୱାବଲମ୍ବୀ ହେବା ସହ ଗ୍ରାମର ଅନ୍ୟ ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେବାରେ ସକ୍ଷମ ହୋଇଥିବା ତାଙ୍କ ସଂଘର୍ଷ କାହାଣୀ ବଖାଣିଛନ୍ତି ଏବଂ ଓଡିଆଙ୍କୁ ପ୍ରଶଂସା କରିଛନ୍ତି । କଳାହାଣ୍ଡିର ଦମ୍ପତିଙ୍କ ସଂଘର୍ଷ କାହାଣୀକୁ ଲୋକଲୋଚନକୁ ଆଣିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ଶ୍ରୀ ସାମଲ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେହିପରି ଦେଶର ବିକାଶ କ୍ଷେତ୍ରରେ ମାତୃଶକ୍ତି ଏବଂ ଯୁବଶକ୍ତିର ଯୋଗଦାନକୁ ପ୍ରାଧାନ୍ୟ ଦେବା ସହିତ ସୁଦୃଢ ଗଣତାନ୍ତ୍ରୀକ ବ୍ୟବସ୍ଥା ଏବଂ ବିକଶିତ ଭାରତ ଗଠନରେ ସେମାନଙ୍କ ଅଗ୍ରଣୀ ଭୁମିକାକୁ ମନେ ପକାଇଛନ୍ତି । ବାସ୍ତବରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ପ୍ରତ୍ୟେକ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ସୁବାଷିନୀ ପୃଷ୍ଟି, ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ବୁଥ୍ ସଭାପତି ବୁଲୁ ସିଂହ, ପ୍ରଶାନ୍ତ ନାୟକ, ତାପସ ଦଳାଇଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ