ଭାରତର ଡବ୍ଲ୍ୟୁଟିସି ପାଇନାଲ ଗଣିତ ବିଗାଡିବେ ବର୍ଷା-ଶ୍ରୀଲଙ୍କା!
by Argus News
Tue, Oct 01 | 8:52 a.m.

ଅର୍ଗସ ବ୍ୟୁରୋ:ଭାରତକୁ ଟେନସନ ଦେଉଛି ବର୍ଷା-ଶ୍ରୀଲଙ୍କା,ରୋହିତଙ୍କୁ ଘାରିଛି ଡବ୍ଲ୍ୟୁଟିସି ଫାଇନାଲ ଖେଳିବା ଚିନ୍ତା,ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ବର୍ତ୍ତମାନ ପ୍ରଥମ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆଦ୍ବିତୀୟରେ ରହିଛି ଅଷ୍ଟ୍ରେଲିଆ ,ତଥାପି ଭାରତୀୟ ଦଳ ଫାଇନାଲ ଖେଳିବା ନେଇ ସୃଷ୍ଟି ହୋଇଛି ଆଶଙ୍କା,ବିଗିଡିବାରେ ଲାଗିଛି ସମୀକରଣ। ଭାରତ ଆଗରେଦୁଇଟି ପ୍ରତିବନ୍ଧକ ଥିବାବେଳେ ଫାଇନାଲ ଖେଳିବା ପାଇଁ  କେବଳ ଗୋଟିଏ ମାତ୍ର ରାସ୍ତା ରହିଛି । ଯଦି ଏହି ସୁଯୋଗକୁ ଟିମ୍ ଇଣ୍ଡିଆ ହାତଛଡ଼ା କରୁଛି  ତେବେ ୨୫ରେ ଡବ୍ଲ୍ୟୁଟିସି ଫାଇନାଲ ଖେଳିବାରୁ ବଞ୍ଚିତ ହୋଇପାରେ,ଏକଥାକୁ ମଧ୍ୟ ଏଡାଇ ଦିଆଯାଇନପାରେ ।ବର୍ଷା ଓ ଶ୍ରୀଲଙ୍କା ଟିମ୍ ଏବେ ଭାରତର ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି । ଭାରତ-ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ବିତୀୟ ଟେଷ୍ଟ ବର୍ଷାଲାଗି ଗୋଟିଏ ଦିନ ଖେଳ ବନ୍ଦ ରହିଥିଲା,ମ୍ୟାଚ୍ ବାତିଲ ହେବାର ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଥିଲା ଅବଶ୍ୟ ପରେ ପୁଣି ମ୍ୟାଚ୍ ଆରମ୍ଭ ହୋଇଥିଲା,ନ୍ୟୁଜିଲାଣ୍ଡ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଶ୍ରୀଲଙ୍କା ୨-୦ରେ କ୍ଲିନ୍ ସ୍ୱିପ କରିବା ପରେ ଦଳ ପଏଣ୍ଟସ ଟେବୁଲର ତୃତୀୟ ସ୍ଥାନରେ ରହିଛି। ସେହିପରି ଏହି ପରାଜୟ ପରେ ନ୍ୟୁଜିଲାଣ୍ଡ ୪ ନମ୍ବର ସ୍ଥାନରୁ ସିଧାସଳଖ ୭ ନମ୍ବର ସ୍ଥାନକୁ ଖସିଆସିଛି ।


ଆଗକୁ ଶ୍ରୀଲଙ୍କା ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ଟି ଟେଷ୍ଟ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ଟେଷ୍ଟ ଖେଳିବ । ତେଣୁ ଶ୍ରୀଲଙ୍କା ଯଦି ଏହି ଦୁଇଟି ଟେଷ୍ଟ ସିରିଜରେ ବିଜୟୀ ହୁଏ ତେବେ ସେ ଡବ୍ଲ୍ୟୁଟିସି ଫାଇନାଲରେ ସ୍ଥାନ ପକ୍କା କରିପାରେ । ଏଭଳି ସ୍ଥିତିରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ଭାରତ ଓ ଅଷ୍ଟ୍ରେଲିଆ ଏବେ ବଡ଼ ଚାପରେ ରହିଛନ୍ତି । କାରଣ ଶ୍ରୀଲଙ୍କା ଯଦି ଫାଇନାଲ ଖେଳିବ ତେବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରୁ ଗୋଟିଏ ଟିମକୁ ଫାଇନାଲ ଖେଳିବାରୁ ବଞ୍ଚିତ ହେବାକୁ ପଡ଼ିବ ।କାନପୁର ଟେଷ୍ଟ ପରେ ଭରାତ ୨୦୨୩-୨୫ ଡବ୍ଲ୍ୟୁଟିସି ସିଜିନରେ ମାତ୍ର ୮ଟି ମ୍ୟାଚ ଖେଳିବ । ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଭାରତକୁ ସେଥିମଧ୍ୟରୁ ୫ଟିରେ ଜିତିବାକୁ ପଡ଼ିବ ନଚେତ ଫାଇନାଲରେ ପହଞ୍ଚିବାକୁ  ହେଲେ ଭାରତକୁ ଅନ୍ୟ କୌଣସି ଟିମର ବିଜୟ ଏବଂ  ପରାଜୟ ଉପରେ ନିର୍ଭର କରିବାକୁ ପଡ଼ିବ ।

ସବୁଠୁ ବଡ଼ କଥା ହେଉଛି ଆଗାମୀ ୮ଟି ମ୍ୟାଚରେ ଭାରତ ଦୁଇ ଶକ୍ତିଶାଳୀ ଟିମ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ତେଣୁ ଫାଇନାଲରେ ପହଞ୍ଚିବାକୁ ହେଲେ ରୋହିତ ବାହିନୀକୁ କଡ଼ା ଟକ୍କର ଦେବାକୁ ପଡ଼ିବ । ବାଂଲାଦେଶକୁ ୨୮୦ ରନ୍‌ରେ ପରାସ୍ତ କରି ଭାରତ ଚେନ୍ନାଇରେ ୧୭୯ତମ ଟେଷ୍ଟ ମ୍ୟାଚ୍ ଜିତିଛି। କାନପୁରରେ ଚାଲିଥିବା ଦ୍ବିତୀୟ ମ୍ୟାଚ୍  ଉପରେ ସମସ୍ତ ନଜର ରହିଛି । ରୋହିତ ସେନା ୨୫ରେ ଖେଳାଯିବା ଥିବା ବିଶ୍ବ ଟେଷ୍ଟ ଚମ୍ପିୟାନସିପ୍ ଫାଇନାଲ ଖେଳୁ ବିଜୟ ହାସଲ କରୁବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରଶଂସକ

ନରେନ୍ଦ୍ର ପୁଷ୍କରିଣୀ
1m ago
ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଦୁଇଜଣଙ୍କ ମୃତ୍ୟୁ
ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଦୁଇଜଣଙ୍କ ମୃତ୍ୟୁ । ଗାଧେଇବା ସମୟରେ ବୁଡି ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ଜଣଙ୍କ ପରିଚୟ ଏବେ ଅସ୍ପଷ୍ଟ ରହିଛି । ତେବେ ଅଗ୍ନିଶମ ବିଭା
ଖରିଫ
31m ago
ନଭେମ୍ବରରୁ ରାଜ୍ୟରେ ଆରମ୍ଭ ହେବ ଖରିଫ ଧାନ କିଣା
ଭୁବନେଶ୍ୱର : ଆସନ୍ତା ନଭେମ୍ବରରୁ ରାଜ୍ୟରେ ଆରମ୍ଭ ହେବ ଖରିଫ ଧାନ କିଣା। କ୍ବିଣ୍ଟାଲ୍ ପିଛା 3100 ଟଙ୍କା ଦରରେ ଚାଷୀଙ୍କଠାରୁ ଧାନ କିଣିବେ ରାଜ୍ୟ ସରକାର। ବରଗଡ଼ ସୋହେଲାରୁ ହେବ ଧା
ମଦ ବିକ୍ରି ବନ୍ଦ
41m ago
ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା
ସୁବର୍ଣ୍ଣପୁର: ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା । ଏନେଇ ସମସ୍ତ ଚାରି ଗ୍ରାମର ମହିଳା ଏକତ୍ରିତ ହୋଇ ଏକ ବୈଠକ କରିଛନ୍ତି । ଅଞ୍ଚଳରେ ମଦ ବିକ୍ରି ସମ୍ପୂର୍ଣ୍