ନଭେମ୍ବରରୁ ରାଜ୍ୟରେ ଆରମ୍ଭ ହେବ ଖରିଫ ଧାନ କିଣା
by Argus News
Tue, Oct 01 | 2:36 p.m.

 ଭୁବନେଶ୍ୱର : ଆସନ୍ତା ନଭେମ୍ବରରୁ ରାଜ୍ୟରେ ଆରମ୍ଭ ହେବ ଖରିଫ ଧାନ କିଣା। କ୍ବିଣ୍ଟାଲ୍ ପିଛା 3100 ଟଙ୍କା ଦରରେ ଚାଷୀଙ୍କଠାରୁ ଧାନ କିଣିବେ ରାଜ୍ୟ ସରକାର। ବରଗଡ଼ ସୋହେଲାରୁ ହେବ ଧାନ କିଣାର ଶୁଭାରମ୍ଭ। ସୋହେଲାରେ ପୂର୍ବ ସରକାର ଚାଷୀଙ୍କୁ 100 ଟଙ୍କା ଲେଖାଏଁ ବୋନସ ଦେବାକୁ ଘୋଷଣା କରିଥିଲେ ହେଲେ ଦେଇ ନଥିଲେ। ଏନେଇ ବିଜେପି ମୁଖପାତ୍ର ସମୀର ଦାଶ କହିଛନ୍ତି, ଯେଉଁଠି 100 ଟଙ୍କା ବୋନସ୍ ଦେବାକୁ କହି ଠକିଥିଲେ ନବୀନ, ସେହିଠାରୁ 800 ଟଙ୍କା ଅଧିକ ଦେଇ ଧାନ କିଣା ଆରମ୍ଭ କରିବେ ବିଜେପି ସରକାର।

ଏହା ସହିତ ସମବାୟ ସମିତିଗୁଡିକରେ ଧାନ ବିକ୍ରି ଲାଗି ଛୋଟ ଚାଷୀ ଓ ନାମମାତ୍ର ଚାଷୀଙ୍କ ପଞ୍ଜୀକରଣ ଆଗ କରାଯିବା କଥା। ତେଣୁ ଏବେ ଆମ ସରକାର ତାହା ଉପରେ ଗୁରୁତ୍ବ ଦେଉଛନ୍ତି। ଏହାଦ୍ବାରା ଚାଷୀଙ୍କ ଅର୍ଥନୈତିକ ବିକାଶ ହେବ। ସେହିପରି ସମୀର ଦାଶ ଆହୁରୀ କହିଛନ୍ତି, ବିକଶିତ ଭାରତ ପାଇଁ ସମବାୟ ସବୁଠୁ ବଡ଼ କ୍ଷେତ୍ର। ବିକାଶ ପାଇଁ ଆଗକୁ ବଢିବାକୁ ହେଲେ ସମବାୟ ସେକ୍ଟରକୁ ଆଗକୁ ନେବାକୁ ହେବ। କେବଳ ଧାନ କିଣା କି ଧାନ ପାଇଁ ସମବାୟ କାମକୁ ସୀମିତ ରଖିଯିବ ନାହିଁ। ସବୁ କ୍ଷେତ୍ରରେ ଆଳୁ ଆଉ ଅନ୍ୟ ଚାଷ ଲାଗି ସହାୟତା ଦେବ ସମିତି। 

ଅଧିକ ପଢନ୍ତୁ ଓଡିଶା ଖବର 

ଗୁଳି ବାଜିବା ପରେ
27m ago
ଗୁଳି ବାଜିବା ପରେ ପ୍ରକାଶ ପାଇଲା ଗୋବିନ୍ଦାଙ୍କ ପ୍ରତିକ୍ରିୟା‌: କହିଲେ ଭଲ ଅଛି
ଅର୍ଗସ ବ୍ୟୁରୋ: ଅକ୍ଟୋବର ପହିଲା ବା ମଙ୍ଗଳବାର ଦିନ ଗୁଳି ଆଘାତ ପାଇ ସକାଳୁ ସକାଳୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଅଭିନେତା ଗୋବିନ୍ଦା। ହସ୍ପିଟାଲ୍‌ରେ ଭର୍ତ୍ତି ହେବ
ଟିମ୍ ଇଣ୍ଡିଆ
48m ago
ଟେଷ୍ଟରେ ଟି୨୦ର ଜଲୱା,ଟିମ୍ ଇଣ୍ଡିଆର ଐତିହାସିକ ବିଜୟ
ଅର୍ଗସ ବ୍ୟୁରୋ:ଗର୍ଜିଲା ଜୈସ୍ୱାଲଙ୍କ ବ୍ୟାଟ୍ ଖେଳିଲେ ୫୧ ରନର ଧୂଆଁଦାର ଅର୍ଦ୍ଧଶତକୀୟପାରି,ଅଶ୍ବିନ-ବୁମରାଙ୍କ ଘାଇଲା ବୋଲିରେଚିତପଟାଙ୍ଗ ମାରିଲେ ବାଂଲା ବ୍ୟାଟର।କାନପୁର ଟେଷ୍ଟର
ବିଳମ୍ବିତ ରାତିରେ
49m ago
ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ
ଅର୍ଗସ ବ୍ୟୁରୋ: ହିନ୍ଦୀ ସିନେମା ଏବଂ ଦକ୍ଷିଣ ସିନେମାରେ ଜବରଦସ୍ତ ପରିଚୟ ତିଆରି କରିଥିବା ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ସୋମବାର ବିଳମ୍ବି