ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା    
by Argus News
Tue, Oct 01 | 2:26 p.m.

ସୁବର୍ଣ୍ଣପୁର:  ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା । ଏନେଇ ସମସ୍ତ ଚାରି ଗ୍ରାମର ମହିଳା ଏକତ୍ରିତ ହୋଇ ଏକ ବୈଠକ କରିଛନ୍ତି । ଅଞ୍ଚଳରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଯଦି କେହି ଅମାନ୍ୟ ହୋଇ ମଦ ବିକ୍ରି କରି ସ୍ଥିତି ଭୟା ଭୟ ହେବ ବୋଲି ସଂପୃକ୍ତ ମହିଳାମାନେ ବୈଠକ ରେ ନିଷ୍ପତ୍ତି ନେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୌଡ଼ଗାଡ, କୁହିଦାଦର ଏବଂ ଦୂର୍ଜନତୈଲା ପଞ୍ଚାୟତର ଦାଦରପାଲି ଓ ମାଳିଦାଦର ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ଏହି ନିଷ୍ପତ୍ତି ନେଇଛନ୍ତି । ଉପାନ୍ତ ଅଞ୍ଚଳ ଗୌଡ଼ଗାଡ ସମେତ ମାଳିଦାଦର, ଦାଦରପାଲି, କୁହିଦାଦରରେ ମହୁଲି ମଦ ପ୍ରସ୍ତୁତି ହେବା ସହିତ ମିଶ୍ରିତ ଦେଶୀ ବିଦେଶୀ ମଦ ବ୍ୟାପକ ପରିମାଣରେ ବିକ୍ରୀ ହେଉଛି । ମଦ୍ୟପମାନେ ଅନେକ ସମୟରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ରାସ୍ତା ଓ ଛକମାନଙ୍କରେ  ଆଡ୍ଡା ଜମାଉଛନ୍ତି ।

ଫଳରେ ମହିଳା ଓ ଛାତ୍ରୀମାନେ ରାସ୍ତାରେ ଏକାକୀ ଯିବା ଆସିବା କରିପାରୁ ନ ଥିବା ଅଭିଯୋଗ ହୋଇଛି । ତେବେ ଗୌଡ଼ଗାଡ ଗ୍ରାମର ମହିଳା ମାନେ ପ୍ରଥମେ ଗ୍ରାମରେ ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ଏହା ସହିତ ଯିଏ ମଦ ପିଇ ଗାଳି ଗୁଲଜ କରିବ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହା ଦେଖି ପୋଡସି ଗ୍ରାମର ମହିଳା ମାନେ ତାଙ୍କର ସହଯୋଗ ନେବା ସହିତ ଗୌଡ଼ଗାଡ ଗ୍ରାମରେ ଦାଦରପାଲି, ମାଳିଦାଦର, କୁହିଦାଦର ଓ ଗୌଡ଼ଗାଡ ଗ୍ରାମର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର  ଶତାଧିକ ମହିଳା ଏକତ୍ରିତ ହୋଇ ଏକ ବୈଠକ କରିଥିଲେ । ସମସ୍ତେ ନିଜ ନିଜ ଗ୍ରାମରେ ମଦ ବିକ୍ରି ବନ୍ଦ କରିବାକୁ ଶପଥ ନେବା ସହିତ ସମସ୍ତେ ମାଳିଦାଦରରେ ବିକ୍ରି ହେଉଥିବା ଏକ ଢ଼ାବାକୁ ଯାଇ ମଦ ବିକ୍ରି ବନ୍ଦ କରିବାକୁ କହିଥିଲେ ।
ଅଧିକ ପଢନ୍ତୁ  ଓଡ଼ିଶା ଖବର 

ଲକ୍ଷ୍ମୀ ବସ
3m ago
ଲକ୍ଷ୍ମୀ ବସ-ସ୍କୁଟି ମୁହାଁମୁହିଁ
ଅର୍ଗସ ବ୍ୟୁରୋ: ଆସୁଥିଲେ ମେଡିକାଲକୁ ଡ୍ୟୁଟି । ହେଲେ ସାମ୍ନାରୁ ଆସି ଧକ୍କା ଦେଲା ଲକ୍ଷ୍ମୀ ବସ। ଦୁର୍ଘଟଣାରେ ଗୁରୁତର ହେଲେ ଷ୍ଟାଫ ନର୍ସ। ଏଭଳି ଘଟଣା ଘଟିଛି ଉଦଳା ଥାନା ପିସିପୁର ଛ
ଗୁଳି ବାଜିବା ପରେ
30m ago
ଗୁଳି ବାଜିବା ପରେ ପ୍ରକାଶ ପାଇଲା ଗୋବିନ୍ଦାଙ୍କ ପ୍ରତିକ୍ରିୟା‌: କହିଲେ ଭଲ ଅଛି
ଅର୍ଗସ ବ୍ୟୁରୋ: ଅକ୍ଟୋବର ପହିଲା ବା ମଙ୍ଗଳବାର ଦିନ ଗୁଳି ଆଘାତ ପାଇ ସକାଳୁ ସକାଳୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଅଭିନେତା ଗୋବିନ୍ଦା। ହସ୍ପିଟାଲ୍‌ରେ ଭର୍ତ୍ତି ହେବ
ଟିମ୍ ଇଣ୍ଡିଆ
52m ago
ଟେଷ୍ଟରେ ଟି୨୦ର ଜଲୱା,ଟିମ୍ ଇଣ୍ଡିଆର ଐତିହାସିକ ବିଜୟ
ଅର୍ଗସ ବ୍ୟୁରୋ:ଗର୍ଜିଲା ଜୈସ୍ୱାଲଙ୍କ ବ୍ୟାଟ୍ ଖେଳିଲେ ୫୧ ରନର ଧୂଆଁଦାର ଅର୍ଦ୍ଧଶତକୀୟପାରି,ଅଶ୍ବିନ-ବୁମରାଙ୍କ ଘାଇଲା ବୋଲିରେଚିତପଟାଙ୍ଗ ମାରିଲେ ବାଂଲା ବ୍ୟାଟର।କାନପୁର ଟେଷ୍ଟର