ଜାଣନ୍ତୁ ଅମିତାଭ ବଚ୍ଚନଙ୍କ ଫିଟନେସ୍‌...
by Argus News
Tue, Sep 24 | 8:16 p.m.

ଅର୍ଗସ ବ୍ୟୁରୋ:  କୁହାଯାଏ ସମୟ ବଢ଼ିବା ସହ ଧିରେ ଧିରେ ମଣିଷକୁ ବାର୍ଦ୍ଦକ୍ୟ ଗ୍ରାସ କରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ବିଗ୍‌ ବିଙ୍କ ଫିଟନେସ କେମିତି ଏବେ ପର୍ଯ୍ୟନ୍ତ ଫିଟ୍‌ ଅଛି। ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ବହୁତ ସକ୍ରିୟ ଅଛନ୍ତି। ନିଜକୁ ଫିଟ୍ ରଖିବା ପାଇଁ ସେ ଖାଦ୍ୟଠାରୁ ଆରମ୍ଭ କରି ଯୋଗ ପର୍ଯ୍ୟନ୍ତ ସବୁଥିରେ କଠୋର ନିୟମ ପାଳନ କରନ୍ତି। ସେ ନିଜେ ଏହା ପ୍ରକାଶ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଗୋଟିଏ ପତ୍ରରୁ ହିଁ ନିଜ ଦିନ ଆରମ୍ଭ କରନ୍ତି। ତେବେ ସେ କେଉଁ ପତ୍ର ଆସନ୍ତୁ ଜାଣିବା। ଆଉ ମାତ୍ର କିଛି ଦିନ ପରେ ଅମିତାଭ ବଚ୍ଚନ ୮୨ ବର୍ଷ ପୂରଣ କରିବାକୁ ଯାଉଛନ୍ତି। ବିଗ ବି ତୁଳସୀ ପତ୍ର ଖାଆନ୍ତି। ସେ ପ୍ରୋଟିନ୍ ଶେକ୍, ବାଦାମ, ପଇଡ ଏବଂ ଦଲିୟା ନିଅନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ତାଙ୍କ ଜଳଖିଆ ସହିତ ପଇଡ ପାଣି, ଅଁଳା ରସ, ଖଜୁରୀ ମଧ୍ୟ ଖାଆନ୍ତି। ନିଜକୁ ଫିଟ୍ ରଖିବା ସହିତ ଅମିତାଭ ମାନସିକ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ଖୁବ ସଚେତନ।

ସେ ଠିକ୍ ୮ ଘଣ୍ଟା ଶୋଇଥାଆନ୍ତି। ଅମିତାଭ ତାଙ୍କ ଖାଦ୍ୟରେ ଫଳ ଏବଂ ପନିପରିବା ମଧ୍ୟ ନିଅନ୍ତି। ସେ ମଧ୍ୟାହ୍ନ ଭୋଜନରେ ଡାଲି, ପନିପରିବା ଏବଂ ରୁଟି ଖାଆନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏହି ତିନୋଟି ଜିନିଷଠାରୁ ଦୂରେଇ ରୁହନ୍ତି। ସେ ଆମିଷ, ମିଠା, ଭାତ ଖାଆନ୍ତି ନାହିଁ। ଅଭିନେତା କହିଛନ୍ତି ଯେ ଯେତେବେଳେ ସେ ଯୁବକ ଥିଲେ ଏସବୁ ଖାଉଥିଲେ। କିନ୍ତୁ ଏହି ବୟସରେ ନିଜକୁ ଫିଟ୍ ରଖିବା ପାଇଁ ଏହିସବୁ ଜିନିଷ ଛାଡି ଦେଇଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

 

ବିଲୁଆ
now
ବିଲୁଆ ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ୱ ଆହତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ରେଞ୍ଜ ଅଧିନସ୍ଥ ହାତୀଓଟ, ଯେମାଦେଇପୁର, ପ୍ରାଣପୁରଦେଇପୁର ଗ୍ରାମରେ ବିଲୁଆ ଆକ୍ରମଣରେ ୨୦ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସକାଳେ ଏଭଳି ଘଟଣ
ଆସୁଛନ୍ତି ନଡ୍ଡା
2m ago
ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ନଡ୍ଡା
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ସଦସ୍ୟତା ଅଭିଯାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ । ରାଜ୍ୟ ପଦାଧିକାରୀ
ଜାହାଜ କାରଖାନା
5m ago
୯୩୪.୫୪ କୋଟି ଟଙ୍କା ବିନିଯୋଗରେ ଭଦ୍ରକରେ ହେବ ଜାହାଜ କାରଖାନା
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ତିଆରି ହେବ ଜାହାଜ । ଭଦ୍ରକ ଜିଲ୍ଲାରେ ‌ନେପ୍‌ଚୁନ୍‌ସ ସିପ୍‌ ବିଲ୍‌ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍‌ ୯୩୪.୫