ଖାଦ୍ୟ ଡେଲିଭରୀ କରିବା ବଦଳରେ ନିଜେ ଖାଇଦେଲେ , ଭାଇରାଲ ହେଲା ଭିଡିଓ
by Argus News
Thu, Jul 25 | 1:33 p.m.

ଅର୍ଗସ ବ୍ୟୁରୋ : ଖାଦ୍ୟ ଡେଲିଭରୀ କରିବା ବଦଳରେ ନିଜେ ଖାଇଦେଲେ ଡେଲିଭରୀ ପାର୍ଟନର । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଅନଲାଇନ ଖାଦ୍ୟ ଡେଲିଭରୀ କରୁଥିବା ସଂସ୍ଥାଗୁଡିକର ଏପରି ଅନେକ ଅଭିଯୋଗ ଆସୁଥିବା ଦେଖିବାକୁ ମିଳୁଛି । କେଉଁଠି ଖାଦ୍ୟର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠୁଛି, ତ କେଉଁଠି ଡେଲିଭରୀ ପାର୍ଟନରର ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠୁଛଇ । ସେହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଠି ଓଲାର ଡେଲିଭରୀ ପାର୍ଟନର ଗ୍ରାହକର ଖାଦ୍ୟକୁ ଡେଲିଭରୀ ନକରି ନିଜେ ଖାଉଛନ୍ତି ।
ସୂଚନା ମୁତାବକ ନଏଡା ର ବିରେନ୍ଦ୍ର ଜସୱାଲ ନାମକ ଜଣେ ଉଦ୍ୟୋଗୀ ଓଲାରୁ ଖାଦ୍ୟ ଡେଲିଭରୀ କରିଥିଲେ। ଏହାପରେ ଓଲାର ଡେଲିଭରୀ ଡ୍ରାଇଭର ତାଙ୍କୁ ଅଧିକ ୧୦ ଟଙ୍କା ଦେବାପାଇଁ ବାଧ୍ୟ କରିଥିଲେ । ପ୍ରଥମେ ଜସୱାଲ ଦେବାପାଇଁ ମନା କରିଥିଲେ, ପରେ ରାଜି ହୋଇଯାଇଥିଲେ ଏବଂ ଆଶିବାକୁ କହିଥଇଲେ । ତେବେ ଏହାପରେ ସେ ସେହି ଓଲା ଡେଲିଭରୀ ପାର୍ଟନରକୁ ପାଖାପାଖି ୪୫ ମିନିଟ ଅପେକ୍ଷା କରିଥିଲେ, ଆଉ ଯେତେବେଳେ ତାଙ୍କୁ ସେ ପାଇଥିଲେ ସେତେବେଳେ ସେ ତାଙ୍କର ଅର୍ଡର ହୋଇଥିବା ଖାଦ୍ୟ ଖାଉଥିବା ଦେଖିବାକୁ ପାଇଥିଲେ ।

ଅଧିକ ପଢନ୍ତୁ : ପାର୍ସଲରୁ ବାହାରିଲା ଝିଟିପିଟି

ସବୁଠୁ ଆଶ୍ଚର୍ଯ୍ୟର ବିଷୟ , ଯେତେବେଳେ ଜସୱାଲ ତାଙ୍କୁ ଏପରି କାହିଁକି କରୁଛ ବୋଲି କହିଥିଲେ, ସେ ଡେଲିଭରୀ ପାର୍ଟନ ତାଙ୍କୁ ଉତ୍ତର ଦେଇଥିଲେ , "ଯାହା କରିବାର ଅଛି କରନ୍ତୁ " । 
ଏହାକୁ ସେ ସୋସିଆଲ ମିଡିଆରେ ଶେୟାର କରିବା ପରେ , ଜଣେ ଉତ୍ତର ଦେଇଥିଲେ , "ଏହା କେବଳ ଓଲା ନୁହେଁ , ସ୍ବିଗି ମଧ୍ୟ ଏପରି କରୁଛି "। ତେବେ ଅନେକ ଫୁଡ ଡେଲିଭରୀ କରୁଥିବା ଅନଲାଇନ ସଂସ୍ଥା ଗୁଡିକର ଏପରି ଖାମଖିଆଲ ମନୋଭାବ ଦେଖିବାକୁ ମିଳୁଛି ।

 

 

View this post on Instagram

A post shared by Aman Birendra Jaiswal (@amanbjaiswal)

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା