ସରକାରୀ କାର୍ଯ୍ୟକ୍ରମରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଅପମାନ
by Argus News
Wed, Feb 21 | 3:26 p.m.

ଅର୍ଗସ ବ୍ୟୁରୋ: ରାଜ୍ୟରେ ବଢୁଛି ଅଫିସରଙ୍କ ବହପ, ଜନପ୍ରତିନିଧିଙ୍କୁ କରୁଛନ୍ତି ଅପମାନିତ । ସରକାରୀ କାର୍ଯ୍ୟକ୍ରମରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଅପମାନ । ଚିଠି କରି ଡାକିଲେ ସଭାମଞ୍ଚକୁ ନ ଡାକି ତଳେ ବସାଇ ଅପମାନିତ କଲେ । ସରକାରୀ ବିଦ୍ଧି ବ୍ୟବସ୍ଥାକୁ ଭୁଲିଗଲା ପ୍ରଶାସନ । ବାଲେଶ୍ବର ପଦ୍ମାବତୀ ପାର୍କରେ ଏକ କାର୍ଯ୍ୟକ୍ରମରେ ମଞ୍ଚରେ ବସିଲେ ଜିଲ୍ଲାପାଳ ଓ ବିଜେଡି ବିଧାୟକ । ଆଉ ସାଂସଦ ବସିଲେ ମଞ୍ଚ ତଳେ ।  ଯାହାକୁ ପ୍ରତିବାଦ କରି ସାଂସଦ ପ୍ରତାପ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାପାଳଙ୍କ ନାଁରେ ଆଣିଛନ୍ତି ଅଭିଯୋଗ ।  

ବିଜେଡି ନେତା, ମନ୍ତ୍ରୀ ସଭା ମଞ୍ଚରେ ବସିଲେ ହେଲେ ବିଜେପି ନେତା ବୋଲି ଅପମାନିତ କଲେ ବୋଲି ସେ କହିଛନ୍ତି । ଏହା କେବଳ ମୋତେ ନୁହଁ ୨୦ ଲକ୍ଷ ଲୋକଙ୍କ ପ୍ରତିନିଧିଙ୍କୁ ଅପମାନିତ କରାଯାଇଛି ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ । ସେପଟେ ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ ଘେରିଛି ବିଜେପି । ଶହ ଶହ ବିଜେପି କର୍ମୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ