ନବୀନ, ଶକ୍ତିକାନ୍ତଙ୍କ ସମେତ ଓଡ଼ିଶା କ୍ୟାଡରର ୧୦୦ IAS ଅଧିକାରୀଙ୍କୁ ଇନଭିଟେସନ୍
by Argus News
Tue, Jun 11 | 8:07 p.m.

ଅର୍ଗସ ବ୍ୟୁରୋ: ବଡ଼ ସମାରୋହ । ବଡ଼ ପ୍ରସ୍ତୁତି । ବୁଧବାର ଓଡ଼ିଶାରେ ନୂଆ ବିଜେପି ସରକାର । ଶପଥ ସମାରୋହ ପାଇଁ ସଜେଇ ହୋଇଛି ଭୁବନେଶ୍ବର । ଜନତା ମଇଦାନରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଓଡ଼ିଶାରେ ପ୍ରଥମ ଥର ବିଜେପିର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ନେବାକୁ ଯାଉଥିବାବେଳେ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । 

ଏଥିସହ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ । ମୋଦିଙ୍କ ଗସ୍ତ ପୂର୍ବରୁ ବିମାନବନ୍ଦରରୁ ରାଜଭବନ, ରାଜଭବନରୁ ଜନତା ମୈଦାନ ପର୍ଯ୍ୟନ୍ତ ପିଏମଙ୍କ କାରକେଡ୍ ରିହଲର୍ସଲ୍ କରାଯାଇଛି ।

ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥ। ତାଙ୍କରି ଆଜ୍ଞାରେ ହିଁ ହୁଏ ସବୁ ଶୁଭ କାମ । ଏଥିପାଇଁ ଶପଥ ଉତ୍ସବ ପାଇଁ ଗୁଆ, ଚାଉଳ ଓ ନଡ଼ିଆ ଦେଇ ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, LIC ଚେୟାରମ୍ୟାନ୍ ସିଦ୍ଧାର୍ଥ ମହାନ୍ତି, ଓଡ଼ିଶା କ୍ୟାଡରର ୧୦୦ ଜଣ IAS ଅଧିକାରୀଙ୍କୁ ଦିଆଯାଇଛି ନିମନ୍ତ୍ରଣ ।
 ଶପଥ ସମାରୋହ ପାଇଁ ସାଧୁ ସନ୍ଥଙ୍କୁ ବି କରାଯାଇଛି ନିମନ୍ତ୍ରଣ। ନିମନ୍ତ୍ରଣ ପାଇ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜଳେଶପଟ୍ଟା ଆଶ୍ରମ ସମେତ ବିଭିନ୍ନ ମଠ ମନ୍ଦିରରୁ ସାଧୁସନ୍ଥ ମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚୁଛନ୍ତି ।

ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା ବଳୟରେ ଭୁବନେଶ୍ବର । ଏୟାରପୋର୍ଟରୁ ଜନତା ମୈଦାନ ଯାଏ କଡ଼ା ସୁରକ୍ଷା ବ୍ୟବସ୍ଥା । ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟକ୍ରମକୁ ଆସିବାର ବ୍ୟବସ୍ଥା ହୋଇଛି । ଟ୍ରାଫିକ୍ ରୁଟ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ଜୟଦେବ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ ଅପରାହ୍ନ ୨ରୁ ସଂଧ୍ୟା ୭ ଯାଏ ବନ୍ଦ ରହିବ । କେବଳ ଗାଡି ପାସ୍‌ ଥିଲେ ଯିବା ଆସିବା କରିପାରିବେ। ୨ ଜଣ DIG, SP, DCP ଏବଂ ୧୮ ଜଣ କମାଣ୍ଡାଣ୍ଟ ସୁରକ୍ଷାରେ ନିୟୋଜିତ ରହିବେ ।... ୫୮ ଜଣ DSP, ୯୪ ଜଣ ଇନ୍ସପେକ୍ଟର ମୁତୟନ ରହିବେ । ଏସ୍‌ଆଇ, ଏଏସ୍‌ଆଇ, ହାବିଲଦାର ପ୍ରମୁଖଙ୍କୁ ସୁରକ୍ଷାରେ ନିୟୋଜିତ କରାଯାଇଛି । ମୋଟ ୫୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ  ୩୦ ହଜାରରୁ ଅଧିକ ଲୋକଙ୍କ ପାଇଁ ବ୍ୟବସ୍ଥା ହୋଇଛି । ଜୟଦେବ ବିହାର ଛକଠାରୁ ନାଲକୋ ଛକ ଯାଏଁ କୌଣସି ଯାନବାହାନ ଯାତାୟତ କରିପାରିବ ନାହିଁ। ଏହାକୁ ସଂଯୋଗ କରୁଥିବା ଗଳି ରାସ୍ତାରୁ ମଧ୍ୟ କୌଣସି ଗାଡି ଆସିପାରିବନାହିଁ । ପୁରା ଅଞ୍ଚଳ ସିସିଟିଭି ନଜରରେ ରହିଥିବା କହିଛନ୍ତି ପୋଲିସ କମିଶନର । 

ସେପଟେ ନୂଆ ସରକାର ପାଇଁ ACS ପକ୍ଷରୁ ଜୁନ୍ 30 ତାରିଖ ଯାଏଁ ସବୁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଛି । କେବଳ ସ୍ବାସ୍ଥ୍ୟଗତ ସମସ୍ୟା ଥିଲେ ଅନୁମତି ନେଇ ଛୁଟି ନେଇପାରିବେ ନହେଲେ ହେଡକ୍ବାର୍ଟର ନଛାଡ଼ିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ। 

ଆହୁରି ପଢନ୍ତୁ ଓଡିଶା ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ