ଇରାନକୁ ମହଙ୍ଗା ପଡ଼ିଲା ଆକ୍ରମଣ, ଏବେ ସମ୍ଭାଳ !
by Argus News
Fri, Oct 04 | 3:46 p.m.

ଅର୍ଗସ ବ୍ୟୁରୋ:  ମଧ୍ୟପ୍ରାଚ୍ୟରେ ଥମୁନି ଯୁଦ୍ଧ । ଲେବାନନ୍‌ ଉପରେ ଭୟଙ୍କର ଆକ୍ରମଣ କରୁଛି ଇସ୍ରାଏଲ । ଘନଘନ ରକେଟ୍‌ ଓ କ୍ଷେପଣାସ୍ତ୍ର ମାଡ଼ ଚାଲିଛି । ଭୟଙ୍କର ଆକ୍ରମଣରେ ହିଜବୁଲ୍ଲାର ଆତଙ୍କୀ ଆଡ୍ଡା ଭାଙ୍ଗିବାରେ ଲାଗିଛି । ହିଜବୁଲ୍ଲାର ଆକ୍ରମଣରେ ଇସ୍ରାଏଲର ୮ ଜଣ ସୈନିକଙ୍କ ମୃତ୍ୟୁ ହେବା ପରେ କଡା ପଦକ୍ଷେପ ନେଇଛି ଇସ୍ରାଏଲ। ଆକାଶ ମାର୍ଗରୁ ଲେବାନନ ଉପରେ ଆକ୍ରମଣ କରିଛି ଇସ୍ରାଏଲ । କେନ୍ଦ୍ରୀୟ ବେରୁତରେ ହୋଇଥିବା ଏହି ଆକ୍ରମଣ ଯୋଗୁଁ ୬ ଜଣ ଲେବାନନ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ୨୪ ଘଣ୍ଟା ଭିତରେ ଇସ୍ରାଏଲର ଆକ୍ରମଣରେ ଲେବାନନର ୪୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୫ଜଣ ଆହତ ହୋଇଛନ୍ତି ।

ଇସ୍ରାଏଲ ଉପରେ ମାତ୍ର ୧୦ ମିନିଟ୍‌ରେ ୪୦୦ କ୍ଷେପଣାସ୍ତ୍ର ମାଡ଼ କରିଥିଲା ଇରାନ୍‌ । ଅବଶ୍ୟ ଆକାଶ ମାର୍ଗରେ ହିଁ ଇସ୍ରାଏଲ ଅନେକ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଥିଲା । ହେଲେ ବି ଇରାନର ଆକ୍ରମଣରେ ଇସ୍ରାଏଲର କିଛି ଅଂଶ ପ୍ରଭାବିତ ହୋଇଥିଲା । ଆକ୍ରମଣ ପରେ ଇରାନକୁ ଆମେରିକା ଚେତାଇ ଦେଇଥିଲା । କହିଥିଲା, ଏହି ଆକ୍ରମଣ ଇରାନକୁ ମହଙ୍ଗା ପଡ଼ିବ । ଯାହା ଏବେ ପ୍ରମାଣିତ ହୋଇଛି । କାରଣ ଇସ୍ରାଏଲର ଆକ୍ରମଣରେ ଏବେ ଲେବାନନ୍‌ ଥରହର । ସେପଟେ ଇସ୍ରାଏଲ ଉପରେ ମିସାଇଲ ଆକ୍ରମଣ କରିଥିବା ଇରାନକୁ ତା'ର ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଥିଲେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଇସ୍ରାଏଲର ଆକ୍ରମଣ ଯୋଗୁ ସ୍ୱାସ୍ଥ୍ୟ କେନ୍ଦ୍ର କୋଠାଟି ପୂରା ଧ୍ୱଂସ ହୋଇଯାଇଛି । ଏହାବ୍ୟତୀତ ଦହିୟାହର ଦକ୍ଷିଣ ଉପାନ୍ତରେ ମଧ୍ୟ ତିନୋଟି ମିସାଇଲ୍‌ ମାଡ଼ ହୋଇଛି, ଯେଉଁଠି ଗତ ସପ୍ତାହରେ ହେଜବୁଲ୍ଳା ନେତା ହାସନ ନାସରୁଲ୍ଲାଙ୍କୁ ହତ୍ୟା କରାଯାଇଥିଲା । 

ମୋଟ୍‌ ଉପରେ, ଲେବନାନ ଉପରେ ତୁହାକୁ ତୁହା ଆକ୍ରମଣ କରି ଚାଲିଛି ଇସ୍ରାଏଲ । ରକ୍ତମୁଖ୍ୟା ହୋଇପଡ଼ିଛି ଇସ୍ରାଏଲ । ମିସାଇଲ ମାଡ଼ ଯୋଗୁ ଅନେକ ଘର ଦ୍ୱାର ନଷ୍ଟ ହୋଇଛି । ଆଗାମୀ ଦିନରେ ବି ଇସ୍ରାଏଲର ଆକ୍ରମଣ ଜାରି ରହିବ । ଏପଟେ, ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାନ୍ୟାହୁଙ୍କୁ ଫୋନ୍ କରି ହମାସ ଓ ହେଜବୁଲ୍ଲା ସହ ଜଡ଼ିତ ସଂଘର୍ଷକୁ ବନ୍ଦ କରିବା ପାଇଁ ସଂଯମ ଓ କୂଟନୈତିକ ସମାଧାନ ଉପରେ ଗୁରୁତ୍ଵାରୋପ କରିଥିଲେ । ଏହି ଉତ୍ତେଜନା ମଧ୍ୟରେ ଇରାନ ବନ୍ଦରରେ ଭାରତୀୟ ଯୁଦ୍ଧ ଜାହାଜର ଡକିଂ ଭୂ-ରାଜନୈତିକ ପ୍ରଭାବ ପକାଇବ, କାରଣ ଶକ୍ତି ନିରାପତ୍ତାକୁ ସୁନିଶ୍ଚିତ କରିବା ସହିତ ଭାରତ ନିଜର କୂଟନୈତିକ ସମ୍ପର୍କକୁ ମଜବୁତ କରୁଛି । ତେବେ ସମୟ କହିବ ମଧ୍ୟପ୍ରାଚ୍ୟ ଯୁଦ୍ଧରେ କେବେ ଲଗାମ ଲାଗୁଛି ।
 

ରାଜଭବନ ରାଜନୀତି
20m ago
ରାଜଭବନ ରାଜନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ରାଜଭବନ ରାଜନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟାଦା ସମ୍ପନ୍ନ କାର୍ଯ୍ୟାଳୟ । ଯେତେବେଳେ କିଛି ଲୋକଙ୍
NIA RAID
57m ago
ଟେରର୍ ଫଣ୍ଡିଂ ମାମଲାରେ ୫ ରାଜ୍ୟରେ ତଲାସି ଜାରି
ଅର୍ଗସ ବ୍ୟୁରୋ: ଏନ୍ଆଇଏର ବଡ଼ ଆକ୍ସନ୍ । ଟେରର୍ ଫଣ୍ଡିଂ ମାମଲାରେ ଦିଲ୍ଲୀ, ୟୁପି, ମହାରାଷ୍ଟ୍ର, ଜମ୍ମୁ କାଶ୍ମୀର ସମେତ ୫ ରାଜ୍ୟରେ ତଲାସି ଜାରି । ଏହି ସମସ୍ତ ରାଜ୍ୟର ୨୨ଟି ଲୋକେସନରେ ରେଡ
ଲକ୍ଷ୍ମୀ ମାଝୀ ଫାଇଲ୍
ଲକ୍ଷ୍ମୀ ମାଝୀ ଫାଇଲ୍ ଖୋଲିଦେବ ବିଜେଡି ନେତାଙ୍କ ମୁଖା,ଚାପିଥିଲେ ନବୀନ,ଖୋଲିବେ ମୋହନ
ଅର୍ଗସ ବ୍ୟୁରୋ:ଲକ୍ଷ୍ମୀ ମାଝୀ ଫାଇଲ୍ ଖୋଲିଦେବ ଅସଲ ମୁଖା,ଟେନସନରେ ବିଜେଡି ନେତା।ଡିସେମ୍ବର ୨୧, ୨୦୨୩ କେବଳ ରାୟଗଡା ନୁହେଁ, ସାରା ରାଜ୍ୟରେ ଖେଳିଗଲା ଚାଞ୍ଚଲ୍ୟ । ରାୟଗଡା ଚନ୍ଦ୍ରପୁ