କଂଗ୍ରେସ ଆଡକୁ ଢଳୁଛନ୍ତି କି ନବୀନ ?
by Argus News
Mon, Oct 07 | 4:50 p.m.

ଅର୍ଗସ ବ୍ୟୁରୋ: ରାଜ୍ୟ ରାଜନୀତିରେ ଏବେ ହଲଚଲ ହେଲାଣି । ହରିୟାଣା ଓ ଜମ୍ମୁରେ ଏକଜିଟ୍‌ ପୋଲ ରିପୋର୍ଟରେ ଇଡି ମେଣ୍ଟ ଭଲ କରୁଥିବା ନେଇ ଅନେତ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଆଉ ଏହି ରିପୋର୍ଟକୁ ନେଇ କଂଗ୍ରେସ ନେତାଙ୍କୁ ବିଜେଡି ପ୍ରଂଶସା ଆରମ୍ଭ କରିଦେଲାଣି । କୁହାଯାଉଛି କି ବିଜେଡି କଂଗ୍ରେସ ଶରଣରେ ପଶିପାରେ । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେଲାଣି ।

୨୪ ବର୍ଷର ସରକାର, ୨୪ ବର୍ଷର ମୁଖ୍ୟମନ୍ତ୍ରୀ, ୨୦୨୪ରେ କ୍ଷମତାଚ୍ୟୁତ ହେଲା । ଏତେ ଦିନ ଧରି ଶାସନରେ ଥିବା ବିଜେଡି ଏହା ସହଜରେ ଗ୍ରହଣ କରିପାରୁନାହିଁ । ତେଣୁ କେମିତି ଗଳାବାଟରେ ଶାସନକୁ ଫେରିବ ଏନେଇ ସ୍ଵପ୍ନ ଦେଖୁଛି । ଅବଶ୍ୟ ରାଜ୍ୟରେ ବିଜେପିର ସଂଖ୍ୟା ଗରିଷ୍ଠତା ଅଛି । ସରକାର ପ୍ରତି କୌଣସି ବିପଦ ନାହିଁ । ହେଲେ ବି ହୀନ ରାଜନୀତି କରୁଛି ବିରୋଧୀ ବିଜେଡି । ଯଦିଓ ଶାସନରେ ଥିବା ବେଳେ ବିଜେଡି ସବୁବେଳେ ବିଜେପି ଏବଂ କଂଗ୍ରେସଠାରୁ ସମଦୂରତା କଥା କହୁଥିଲା, କିନ୍ତୁ ପରାଜୟ ପରେ ଷ୍ଟାର୍ଟେଜିରେ ପରିବର୍ତ୍ତନ କରିପାରେ ବୋଲି ଚର୍ଚ୍ଚା । 

ହରିୟାଣା, ଜମ୍ମୁ-କାଶ୍ମୀର ଏକଜିଟ୍ ପୋଲ୍ ଆକଳନ ଓ ଏହାକୁ ନେଇ ଦେବାଶିଷ ସାମନ୍ତରାୟ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନ ପରେ ବଢିଲା ଚର୍ଚ୍ଚା । ବୁଥ୍ ବାହୁଡ଼ା ମତ ଆସିବା ପରେ ଇଣ୍ଡି ମେଣ୍ଟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବିଜେଡିର ଏହି ଦୁଇ ନେତା । ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, ଇଣ୍ଡି ମେଣ୍ଟ ଦିନକୁ ଦିନ ସୁଦୃଢ଼ ହେଉଛି । ହରିୟାଣା ଓ ଜମ୍ମୁ-କାଶ୍ମୀରରେ କଂଗ୍ରେସ ସରକାର କରିବ । ଆଗକୁ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ବି କଂଗ୍ରେସ କ୍ଷମତା ଦଖଲ କରିପାରେ । ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ବଢୁଛି । ଇଣ୍ଡି ମେଣ୍ଟରେ ବିଜେଡି ମିଶିବ କି ନାହିଁ, ପାର୍ଟି ନିଷ୍ପତ୍ତି ନେବ ବୋଲି କହିଛନ୍ତି ଦେବାଶିଷ । ସେପଟେ, ଇଣ୍ଡି ମେଣ୍ଟ କଥା କହି ଆମ ଦେଶ ଇଣ୍ଡିଆ ଆଗକୁ ବଢୁଛି ବୋଲି କହିଛନ୍ତି ଦଳର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ।  ଏପଟେ, ପ୍ରତିକ୍ରିୟା ରଖିଛି ବିଜେପି । କହିଛି ଓଡ଼ିଶାରେ ପଦ୍ମ ଦଳର ଲୋକପ୍ରିୟତା ବଢୁଥିବାରୁ ବିଜେଡିର ଆଚରଣ ବଦଳିଛି । ଦଳ ଇଣ୍ଡି ମେଣ୍ଟକୁ ସମର୍ଥନ କଲେ ବି ଓଡ଼ିଶାରେ ତାର କିଛି ପ୍ରଭାବ ପଡ଼ିବ ନାହିଁ । 

କଥା ହେଲା ଶାସନ କରିବା ଦିନଠୁ ଏସନ ପ୍ରଥମ ଥର ଲୋକସଭାରେ ଖାତା ଖୋଲିପାରିନି ବିଜେଡି । ଜାତୀୟ ରାଜନୀତିରେ ବିଜେଡି ଏବଂ ନବୀନଙ୍କ ଦବଦବା କମୁଥିବା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଗତ ଜୁନରେ ନବୀନ ନିବାସରେ ନେତାମାନଙ୍କ ସହ ଆଲୋଚନା ବେଳେ ନବୀନ କହିଥିଲେ, ବିଜେପି ସରକାରରେ ମ୍ୟାଜିକ ନମ୍ବର ଠାରୁ ମାତ୍ର ୨-୩ ଜଣ ଅଧିକ ଅଛନ୍ତି । କେନ୍ଦ୍ରରେ ବି ବିଜେପି ପାଖରେ ବହୁମତ ନାହିଁ । ତେଣୁ ଏକାଠି ରହିବାକୁ ପରାମର୍ଶ ଦେଇଥିଲେ ନବୀନ ।। ପୂର୍ବରୁ ବି କୁଜଙ୍ଗ ସଭାରେ ଦେବାଶିଷ କହିଥିଲେ, ଦରକାର ପଡିଲେ ଆମେ କଂଗ୍ରେସ ସହ ହାତ ମିଳେଇଦେବା ଏବଂ ନୂଆ ସରକାର କରିବା । କିନ୍ତୁ ସେତେବେଳେ ବିଜେଡି ଏହା ଦେବାଶିଷଙ୍କର ବ୍ୟକ୍ତିଗତ ମତ ବୋଲି କହିଥିଲା । ଆଉ ଏବେ ପୁଣିଥରେ ବିଜେଡି ନେତାଙ୍କ ଇଣ୍ଡି ମେଣ୍ଟକୁ ପ୍ରଶଂସା ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଚର୍ଚ୍ଚା ।
 

ଗ୍ରାହକଙ୍କୁ ଝଟକା
now
ଗ୍ରାହକଙ୍କୁ ଝଟକା ଦେଲା SBI, କ୍ରେଡିଟ୍ କାର୍ଡ଼ ନିୟମରେ ବଡ଼ ପରିବର୍ତ୍ତନ
ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI) ଗ୍ରାହକଙ୍କ ପାଇଁ ବଡ଼ ଖବର । ଅପଣ ବିଦ୍ୟୁତ , ଗ୍ୟାସ୍, ପାଣି ଭଳି ୟୁଟିଲିଟି ବିଲ୍ ପୈଠ କରିବା ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିଲ
ଉତ୍କଣ୍ଠା
25m ago
ଆକାଉଣ୍ଟକୁ ଆସିଲା ୧ ଟଙ୍କା, ବଢିଲା ସୁଭଦ୍ରା ଉତ୍କଣ୍ଠା
ଭୁବନେଶ୍ୱର: ଫାଇନାଲ୍ ଟ୍ରାନ୍ସଫର ପୂର୍ବରୁ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଆସିଲା 1 ଟଙ୍କା, ବଢ଼ିଲା ଉତ୍କଣ୍ଠା । ସମ୍ପୂର୍ଣ୍ଣ ହେଲାଣି 1 କୋଟିରୁ ଅଧି
ଖୋଲିଲା ଗୁମର
29m ago
ବିଜେଡି ରାଜ୍ୟସଭା ସାଂସଦଙ୍କ ବୟାନ ଖୋଲିଲା ଗୁମର
ଭୁବନେଶ୍ୱର: କ୍ଷମତାରୁ ଯିବା ପରେ ଦୋହଲୁଛି ବିଜେଡିର ମୂଳଦୁଆ । ସମଦୂରତା ଏବେ ସିଦ୍ଧାନ୍ତ ନୁହେଁ । ବିଜେଡି ରାଜ୍ୟସଭା ସାଂସଦଙ୍କ ବକ୍ତବ୍ୟ ଖୋଲିଲା ଗୁମର । ଏବେ ଇଣ୍ଡି ମେଣ୍ଟ ମୁହା