7 ଥରର ବିଧାୟକ ରବିନ୍ଦ୍ର ଚୌବେଙ୍କୁ ହରାଇଲେ ଇଶ୍ବର ସାହୁ
by Argus News
Tue, Dec 05 | 2:09 p.m.

ଅର୍ଗସ ବ୍ୟୁରୋ: ଦଙ୍ଗାରେ ଚାଲିଯାଇଥିଲା ପୁଅର ଜୀବନ । ନ୍ୟାୟ ପାଇଁ ଶ୍ରମିକ ବାପା ବନିଲେ ବିଧାୟକ । ଛତିଶଗଡ ବିଧାନସଭା ନିର୍ବାଚନରେ ବାଜି ଲେଉଟାଇ ବଡ ବିଜୟ ହାସଲ କରିଛି ବିଜେପି । ୯୦ ଆସନରୁ ୫୪ଟି ସିଟ୍‌ ଜିତି 5 ବର୍ଷ ପରେ କ୍ଷମତାକୁ ଫେରିଛି । ତେବେ ଏହି ନିର୍ବାଚନରେ କଂଗ୍ରେସର ବରିଷ୍ଠ ନେତା ତଥା 7 ଥରର ବିଧାୟକ ରବିନ୍ଦ୍ର ଚୌବେଙ୍କୁ ହରାଇଛନ୍ତି ପ୍ରଥମ ଥର ପାଇଁ ନିର୍ବାଚନ ଲଢିଥିବା ଇଶ୍ବର ସାହୁ । 

ସେ ପେଶାରେ ଜଣେ ଶ୍ରମିକ ହେଲେ ମଧ୍ୟ ପୁଅ ପାଇଁ ନ୍ୟାୟ ଲଢେଇ ଲଢି ଆଜି ବିଜୟ ହାସଲ କରିଛନ୍ତି । ଚଳିତବର୍ଷ ସାଜା ବିଧାନସଭାର ବିରନପୁର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏକ ସ୍କୁଲରୁ ଆରମ୍ଭ ହୋଇଥିବା ମାରପିଟ୍‌ ଗୋଷ୍ଠୀ ସଂଘର୍ଷରେ ବଦଳି ଯାଇଥିଲା । ସାମ୍ପ୍ରଦାୟକ ହିଂସାରେ ୩ ଜଣ ପ୍ରାଣ ହରାଇଥିଲେ  । ମୃତକଙ୍କ ମଧ୍ୟରେ ଜଣେ ଥିଲେ ଇଶ୍ବରଙ୍କ ପୁଅ ଭୁବନେଶ୍ବର ।

ସରକାର ଇଶ୍ବର ସାହୁଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ । କିନ୍ତୁ ଇଶ୍ବର ସାହୁ ଏହା ନେବା ପାଇଁ ମନା କରିଦେଇଥିଲେ । ସାଜା ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଗୃହମନ୍ତ୍ରୀ ଅମିତ ଶାହା ଇଶ୍ବର ସାହୁଙ୍କ ପାଇଁ ପ୍ରଚାର କରିଥିଲେ । ସେତେବେଳେ ଶାହା କହିଥିଲେ ଯେ ଇଶ୍ବର ସାହୁ ଜଣେ ଆଶାୟୀ ନୁହେଁ ବରଂ ନ୍ୟାୟ ଲଢେଇର ପ୍ରତୀକ  । ଯଦି ବିଜେପି ପୁଣିଥରେ ସରକାର ଗଢିବ ଇଶ୍ବର ସାହୁଙ୍କ ପୁଅ ହତ୍ୟାକାରୀଙ୍କୁ ପ୍ରଥମେ ଜେଲ ପଠାଯିବ  ।

ରାୟପୁରର ଜିତିଲେ ଓଡିଆ ପୁଅ ପୁରନ୍ଦର ମିଶ୍ର

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ