ଇସ୍କନର ଆରଚଣ ଉଲ୍ଲଙ୍ଘନ ବହୁତ ହୋଇଗଲା: ଗଜପତି
by Argus News
Tue, Nov 05 | 11:29 a.m.

ଅର୍ଗସ ବ୍ୟୁରୋ:  ଆମେରିକାର ହ୍ୟୁଷ୍ଟନରେ ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ .. ଶାସ୍ତ୍ରାନୁମୋଦିତ ଶ୍ରୀମନ୍ଦିର ପରମ୍ପରା ସଂସ୍କୃତିରୁ ବିଚ୍ୟୁତ ହେଉଛନ୍ତି ଇସ୍କନ କର୍ତ୍ତୃପକ୍ଷ .. ବାରମ୍ବାର ପ୍ରତିବାଦ ସତ୍ତ୍ବେ ବିଦେଶର ବିଭିନ୍ନ ସ୍ଥାନରେ ଚାଲିଛି ଅଦିନିଆ ରଥଯାତ୍ରା ... ଗଜପତି କହିଲେ, ଇସ୍କନର ଆରଚଣ ଉଲ୍ଲଙ୍ଘନ ବହୁତ ହୋଇଗଲା, ଏବେ ନିଆଯିବ କୋର୍ଟଙ୍କ ଆଶ୍ରୟ ...ବାରମ୍ବାର ଚିଠି ପରେ ବି ଇସ୍କନ ଅଦିନିଆ ରଥଯାତ୍ରା କରୁଛି । ଭାରତ ବାହାରେ ଜାରି ରହିଛି ଅଦିନିଆ ରଥଯାତ୍ରା । ସ୍ନାନଯାତ୍ରା ବାତିଲ କରିଥିଲେ ବି ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି ।ଅଦିନିଆ ରଥଯାତ୍ରାକୁ ସବୁଆଡୁ ବିରୋଧ ହେଉଛି । ରଥଯାତ୍ରା ବନ୍ଦ ନେଇ ଇସ୍କନ ପକ୍ଷରୁ କୌଣସି ସୂଚନା ନାହିଁ । ଅଦିନିଆ ରଥଯାତ୍ରା ଅତ୍ୟନ୍ତ ଦୁଃଖର କଥା ।  ଇସ୍କନ କରୁଥିବା ରଥଯାତ୍ରାକୁ,  ରଥଯାତ୍ରା ନୁହେଁ ସଂକୀର୍ତ୍ତନ ଯାତ୍ରା କୁହନ୍ତୁ।

ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନକୁ ଅଦିନିଆ ରଥଯାତ୍ରାରୁ କ୍ଷ୍ୟାନ୍ତ ରହିବାକୁ ଚିଠି କରିବା ପରେ ମଧ୍ୟ ଇସ୍କନ ନିଜ ନିଷ୍ପତିରୁ ଓହରିନାହିଁ । ଆଷାଢ ଶୁକ୍ଳ ଦ୍ବିତୀୟା ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ, ଇସ୍କନ ବାରମ୍ବାର ଅଦିନରେ ରଥଯାତ୍ରା କରିବା କଥା ଚିନ୍ତା କରୁଛି । ଯାହାକୁ ନେଇ ଓଡିଶା ତଥା ଦେଶ ବାହାରେ ରହୁଥିବା ପ୍ରବାସୀ ଭାରତୀୟ ମାନେ ଏହାକୁ ବିରୋଧ କରୁଥିବା ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ କିଛିଦିନ ତଳେ କ୍ଷୋଭ ପ୍ରକାଶ କରିଥିଲେ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

BIRTHDAY
2m ago
ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନରେ ଅଭିଷେକ ଜଣାଇଲେନି ଶୁଭେଚ୍ଛା
ଅର୍ଗସ ବ୍ୟୁରୋ: ଛାଡପତ୍ର, ଛାଡପତ୍ର ଛାଡପତ୍ର। କନଫର୍ମ ହେଲା ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଡିଭୋର୍ସ। ସତ କହିଲେ ବଚ୍ଚନ ପରିବାର। ଅମିତାଭ ଏବଂ ଅଭିଷେକ ଖୋଲିଲେ ଗୁମର
ପରାଜୟ ପରେ
37m ago
ପରାଜୟ ପରେ ଦେଲେ ରୋହିତ ଶର୍ମା ବଡ଼ ସଙ୍କେତ
ଅର୍ଗସ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରାଜୟ ଟିମ ଇଣ୍ଡିଆ ପାଇଁ ବିପଦ ପାଲଟିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପହଞ୍ଚିବା ଦଳ ପାଇଁ ଏକ ପ୍ରକାର ଅସମ୍ଭ
ଦିନବେଳର
50m ago
ଦିନବେଳର କିଛି ଗୁରୁତ୍ବପୂର୍ଣ୍ଣ ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ଆମେରିକାର ହ୍ୟୁଷ୍ଟନରେ ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ .. ଶାସ୍ତ୍ରାନୁମୋଦିତ ଶ୍ରୀମନ୍ଦିର ପରମ୍ପରା ସଂସ୍କୃତିରୁ ବିଚ୍ୟୁତ ହେଉଛନ୍ତି ଇସ୍କନ କର୍ତ୍ତୃପକ୍ଷ ..