ପରାଜୟ ପରେ ଦେଲେ ରୋହିତ ଶର୍ମା ବଡ଼ ସଙ୍କେତ
by Argus News
Tue, Nov 05 | 1:24 p.m.

ଅର୍ଗସ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରାଜୟ ଟିମ ଇଣ୍ଡିଆ ପାଇଁ ବିପଦ ପାଲଟିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପହଞ୍ଚିବା ଦଳ ପାଇଁ ଏକ ପ୍ରକାର ଅସମ୍ଭବ ପାଲଟିଯାଇଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ୦-୩ରେ ସିରିଜ ପରାସ୍ତ ହେବା ପରେ ଦଳକୁ ଲାଗିଛି ଶକ୍ତ ଝଟକା । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ଅଧିନାୟକ ରୋହିତ ଦେଇଛନ୍ତି ଏକ ବଡ଼ ସଙ୍କେତ। ଯାହାକୁ ନେଇ ଟିମ ଇଣ୍ଡିଆ ଏବେ ଆହୁରି ସମସ୍ୟାରେ ପଡ଼ିଯାଇଛି । ଟେଷ୍ଟ ସିରିଜରେ ରୋହିତଙ୍କ ଉପସ୍ଥିତିକୁ ନେଇ ଚିନ୍ତାରେ ପଡ଼ିଛି ରୋହିତ ସେନା ।

ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ୪ଟି ମ୍ୟାଚରେ ବିଜୟ ଆବଶ୍ୟକ ରହିଛି । କିନ୍ତୁ ଏହି ମ୍ୟାଚ ପୂର୍ବରୁ ଭାରତ ଶେଷ ସିରିଜ ଭାବରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ମ୍ୟାଚ ଖେଳିବାକୁ ଯାଉଛି । ନିଜ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ମ୍ୟାଚ୍ ଜିତିବା ରୋହିତ ସେନା ପାଇଁ କଷ୍ଟକର ଥିବା ବେଳେ ସିରିଜ ପୂର୍ବରୁ ରୋହିତ ବଡ଼ ସଙ୍କେତ ଦେଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ୍ ପର୍ଥରେ ଖେଳାଯିବାକୁ ଲିଷ୍ଟ ଜାରି ରହିଛି । କିନ୍ତୁ ଏହି ମ୍ୟାଚରେ ରୋହିତଙ୍କ ଉପସ୍ଥିତିକୁ ନେଇ ସନ୍ଦେହ ଲାଗି ରହିଛି । ମୁମ୍ବାଇ ଟେଷ୍ଟ ପରାଜୟ ପରେ ଏହି ମ୍ୟାଚକୁ ନେଇ ସୂଚନା ଦେଇଛନ୍ତି ରୋହିତ । ଏହି ମ୍ୟାଚରେ ରୋହିତ ଖେଳିବେ କି ନାହିଁ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ହୋଇନାହିଁ। 

ପର୍ଥ ଟେଷ୍ଟକୁ ନେଇ ରୋହିତ କହିଛନ୍ତି ଯେ, ମୁଁ ଏହି ଟେଷ୍ଟ ଖେଳିବି କି ନାହିଁ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ। କାରଣ ମୁଁ ଖେଳିବି କି ନାହିଁ ମୁଁ ନିଜେ ବି ଜାଣିନି। ତେବେ ରୋହିତଙ୍କ ଏହି ବୟାନରୁ ଅନୁମାନ କରାଯାଉଛି ଯେ, ସେ ପର୍ଥ ଟେଷ୍ଟରେ ଅନୁପସ୍ଥିତ ରହିପାରନ୍ତି । ରୋହିତ ଟିମ ଇଣ୍ଡିଆର ଜଣେ ପ୍ରମୁଖ ଖେଳାଳି ହୋଇଥିବା ବେଳେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଟିମ୍ ବିପକ୍ଷରେ ତାଙ୍କ ଅନୁପସ୍ଥିତି ଦଳକୁ ବିପଦରେ ପକାଇପାରେ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ସମୟରେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ଶୀର୍ଷ ଦଳ ଥିଲା କିନ୍ତୁ ବର୍ତ୍ତମାନ ମାମଲା ସମ୍ପୂର୍ଣ୍ଣ ବଦଳିଛି। ଟିମ୍ ଇଣ୍ଡିଆ ଟେବୁଲର ଶୀର୍ଷରୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ଏବେ ଅଷ୍ଟ୍ରେଲିଆ ଦଳ ଏକ ନମ୍ବର ସ୍ଥାନକୁ ଆସିଛି। ଯେଉଁଥିପାଇଁ ଟିମ ଉପରେ ସମସ୍ତେ ଖପ୍ପା ଅଛନ୍ତି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ଯାତ୍ରା
41m ago
ଯାତ୍ରାରେ ଅଶ୍ଳୀଳତା ଉପରେ ରୋକ୍ ଲାଗି ଆଇନ ମନ୍ତ୍ରୀଙ୍କୁ ଭେଟି ଦାବି
ଅର୍ଗସ ବ୍ୟୁରୋ: ଯାତ୍ରାରେ ଅଶ୍ଳୀଳତା ଉପରେ ଲାଗିବ ରୋକ୍। ଯାତ୍ରାରେ ସଂସ୍କୃତି ପରମ୍ପରାର ଅବକ୍ଷୟକୁ ପ୍ରସୟ ଦିଆଯିବ ନାହିଁ ବୋଲି କହିଛନ୍ତି ଆଇନମନ୍ତ୍ରୀ। ସଂସ୍କୃତିର ସୁରକ୍ଷା ଦିଗର
ରାଜସ୍ବ ମନ୍ତ୍ରୀ
ବାତ୍ୟା ଦାନାରେ କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ଦେଲେ ରାଜସ୍ବ ମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବାତ୍ୟା ଦାନାର କ୍ଷୟକ୍ଷତିର ଚୁଡାନ୍ତ ରିପୋର୍ଟ ଦେଲେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ପ୍ରଭାବରେ ୬୧୬ କୋଟି ୧୯ ଲକ୍ଷ ୩
ସରକାରୀ କୂଅକୁ
ସରକାରୀ କୂଅକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ
ଅର୍ଗସ ବ୍ୟୁରୋ: ସରକାରୀ କୂଅକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡ଼ା NAC ଅନ୍ତର୍ଗତ 3 ନମ୍ବର ମୁଣ୍ଡାସାହି ୱାର୍ଡରେ। ମୁଣ୍ଡାସାହ