ଇସଲାମନଗର ଜମି ଭୂମିହୀନଙ୍କ ମଧ୍ୟରେ କରାଯିବ ବଣ୍ଟନ
by Argus News
Fri, Oct 04 | 8:13 a.m.

ଅର୍ଗସ ବ୍ୟୁରୋ:  ମାଲକାନଗିରି ମୋଟୁରେ ସରକାରୀ ଜମିରେ ବେଆଇନ ଭାବେ ଗଢି ଉଠିଥିବା ମାସୁମ ଖାନର ଇସଲାମନଗର ଉପରେ ଚାଲିବ ବୁଲଡୋଜର। ଏନେଇ ଇସାରା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ମାଲକାନଗିରି ଜିଲ୍ଲାପାଳଙ୍କୁ ସେ ମାଗିବେ ରିପୋର୍ଟ। ସେହି ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ। ସରକାରୀ ଜମିକୁ ମାସୁମ ଖାନର କବଜାରୁ ଆଣି ଭୂମୀହୀନଙ୍କ ମଧ୍ୟରେ ବାଣ୍ଟି ଦିଆଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ।

ଅର୍ଗସ ହାତରେ ଲାଗିଛି ବିଜେଡି ସରକାର ଅମଳରେ ମାସୁମ ଖାନ ପ୍ରତି ପ୍ରଦର୍ଶନ ହୋଇଥିବା ଅହେତୁକ ଅନୁକମ୍ପାର ପ୍ରମାଣ। ରାଜ୍ୟ ରାଜରାସ୍ତାରୁ ମାସୁମର ଇସଲାମନଗର ଦେଇ ମନରେଗାରେ ଦୁଇଟି ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଦୁଇ ଦୁଇଟି ବିଦ୍ୟୁତ ଟ୍ରାନ୍ସଫର୍ମର, ଉଠା ଜଳସେଚନ ପ୍ରକଳ୍ପ ଓ ମତ୍ସ୍ୟ ଓ କୃଷି ବିଭାଗ ପକ୍ଷରୁ ବଡ ବଡ ପୋଖରୀ ଖୋଳା ଦିଆଯାଇଛି ରିହାତି। ମାଲକାନଗିରି ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ 2022-23 ଆର୍ଥିକ ବର୍ଷରେ ଦିଆଯାଇଛି ଦୁଇଟି ପୋଖରୀ ପାଇଁ ରିହାତି । ଯେଉଁଥିରେ ମାସୁମ ଖାନର ବାପା ଇସମାଇଲ ଖାନଙ୍କୁ 3 ଲକ୍ଷ 74000 ଟଙ୍କା ଓ ମାସୁମ ଖାନଙ୍କୁ 5 ଲକ୍ଷ 44000 ଟଙ୍କାର ସବସିଡି ଦିଆଯାଇଛି । ଏହାସହ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ରେ 2020-21 ଆର୍ଥିକ ବର୍ଷରେ 17 ଲକ୍ଷ ଟଙ୍କାର ମାଛ ପୋଖରୀ ଖୋଲା ଯାଇଛି , ଯେଉଁଥିରେ ମାସୁମ ଖାନଙ୍କ ଭାଇଙ୍କୁ 6 ଲକ୍ଷ 80 ହଜାର ଟଙ୍କା ସବସିଡି ମିଳିଛି ।

ପୂର୍ବରୁ ବିଜେଡି ନେତା ପ୍ରଦୀପ ମାଝିଙ୍କ ସହ ମାସୁମ ଖାନର ସମ୍ପର୍କ ନେଇ ପ୍ରଶ୍ନ ଉଠିଥିବା ବେଳେ ଏବେ ମାସୁମ ପାଇଁ ଓକିଲାତି କରିବାକୁ ସାମ୍ନାକୁ ଆସିଛନ୍ତି ଖୋଦ୍ ପ୍ରଦୀପ। ଆଉ ଆଦିବାସୀ କାର୍ଡ ଖେଳି ଗଣମାଧ୍ୟମକୁ କରିଛନ୍ତି ଟର୍ଗେଟ୍। ତେବେ ମାସୁମଙ୍କ ସହ ତାଙ୍କର ସମ୍ପର୍କ କଣ ସ୍ପଷ୍ଟ କରିବାକୁ ପ୍ରଦୀପଙ୍କୁ ଆହ୍ବାନ ଦେଇଛି ବିଜେପି।ସେପଟେ ପ୍ରଦୀପଙ୍କ ଆଦିବାସୀ କାର୍ଡର ଜବାବ ଦେଇଛନ୍ତି ଜଣେ ଆଦିବାସୀ ଯୁବକ। ପ୍ରଶ୍ନ କରିଛନ୍ତି ମାଲକାନଗିରିରେ ଆଦିବାସୀଙ୍କୁ ସେମାନଙ୍କ ଅଧିକାରୀ ମିଳୁନଥିବା ବେଳେ ଜଣଙ୍କୁ ବେଆଇନଭାବେ କିପରି ଦିଆଯାଇଥିଲା ଏତେ ସରକାରୀ ଅନୁକମ୍ପା। ଏବେ ପ୍ରଶ୍ନ ଉଠୁଛି ଜଣେ ବେଆଇନ୍ ଜବରଦଖଲକାରୀ ପ୍ରତି ବିଜେଡି ନେତା ପ୍ରଦୀପ ମାଝିଙ୍କର ଏତେ ଦରଦ କାହିଁକି। ମାସୁମ ଖାନର ବେଆଇନ୍ ସାମ୍ରାଜ୍ୟ ପଛରେ ପ୍ରଦୀପଙ୍କ ପ୍ରଚ୍ଛନ୍ନ ହାତ ଥିବା ନେଇ ବିଜେପି ଆଣିଥିବା ଅଭିଯୋଗରେ ରହିଛି କି ସତ୍ୟତା ? 

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର