ହିଜବୁଲ୍ଲା ବିନାଶ ମୋଡରେ ଇସ୍ରାଏଲ,ହିଜବୁଲ୍ଲା କମାଣ୍ଡର ନସରୁଲ୍ଲା ପରେ ସୈଫଉଦ୍ଦିନ୍ ନିପାତ!
by Argus News
Sat, Oct 05 | 2:36 p.m.

ଅର୍ଗସ ବ୍ୟୁରୋ:ହିଜବୁଲ୍ଲା ବିନାଶ ମୋଡ ରେ ଇସ୍ରାଏଲ,ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡରଙ୍କୁ ଖୋଜି ଖୋଜି ଧ୍ବସ କରୁଛି ଇସ୍ରାଏଲୀ ସେନା,ହିଜବୁଲ୍ଲାର ହର୍ତ୍ତା କର୍ତ୍ତା ନସରୁଲ୍ଲାର ଜନାଜା ଉଠିବା ପୂର୍ବରୁ ତା ଗାଦିରେ ବସିଥିବା ତା ଭାଇ ସୈଫୁଉଦ୍ଦିନ ବି ଢେର୍। ବଙ୍କର ଭିତରେ ଲୁଚିରହିଥିବା ବେଳେ ମିସାଇଲ୍ ମାଡରେ ବଙ୍କର ଆଉ ହିଜବୁଲ୍ଲାର ୭ ଦିନର ଟପ୍ ଲିଡର୍ ଶେଷ । ଇସ୍ରାଏଲ ପକ୍ଷରୁ ସୈଫୁଦ୍ଦିନ୍ ଶେଷ ହେବା ନେଇ ଷ୍ଟେଟମେଣ୍ଟ ଜାରୀ ହୋଇସାରିଛି କିନ୍ତୁ ସୈଫୁଦ୍ଦିନ୍ ର ମୃତ୍ୟୁକୁ ନେଇ ହିଜବୁଲ୍ଲା ସ୍ପଷ୍ଟ କରିନି,ଅନ୍ୟପଟେ ଇସ୍ରାଏଲ୍ ଉପରେ  ମିସାଇଲ୍ ମାଡ଼ କରି ଇସ୍ରାଏଲ୍ କୁ ତତାଇଛି  ଇରାନ। ଏବେ ଆରମ୍ଭ ହୋଇଛି ଟକ୍କର  ଇସ୍ରାଏଲ ଏବେ ପ୍ରତିଜବାବ ଦେବା ପାଇଁ ଶପଥ ନେଇସାରିଛି । କୌଣସି ବି ସମୟରେ ଏହି ମୋର୍ଚ୍ଚାକୁ ଅନ୍ କରିପାରନ୍ତି ନେତନ୍ୟାହୁ । କେବଳ ପ୍ରଶ୍ନ କଣ ଇସ୍ରାଏଲ ଇରାନର ପରମାଣୁ ଠିକଣାକୁ ଟାର୍ଗେଟ୍ କରିବ ।ଏହା ସହିତ ଇରାନ୍ ର ଅଏଲ୍ ଡିପୋ କୁ ଧ୍ବଂସ କରି ଇରାନ୍ ର ଅର୍ଥନିତୀକୁ ଚୋଟ ପହଂଚାଇବା ର ନେତାନାହୁଙ୍କ ମାଷ୍ଟର ପ୍ଲାନ କୁ ନେଇ ଚର୍ଚ୍ଚା ହେଉଥିବା ବେଳେ  ପେଣ୍ଟାଗନ ତରଫରୁ ପ୍ରତିକ୍ରିୟା ମିଳିଛି।ତେବେ ସେପ୍ଟେମ୍ବର ୪ ରେ ଜୁମ୍ଟା ନମାଜ ପରେ ତେହରାନ୍ ର ଗ୍ରାଣ୍ଡ ମସ୍କରୁ ସମ୍ବୋଧନ କରିଛନ୍ତି ଇରାନର ସୁପ୍ରିମ ଲିଡତ୍ ଆଇତୁଲ୍ଲା ଖୋମିନୀ । ଆଫଗାନିସ୍ତାନ ରୁ ୟମନ ଜାଏ ସମସ୍ତ ଇସଲାମିକ ଦେଶ ର ସୁରକ୍ଷା ପାଇଁ ସମସ୍ତ ମୁସଲମାନ ରାଷ୍ଟ୍ରଙ୍କୁ ଏକାଠି ହେବାକୁ ଆହ୍ବାନ କରିଛନ୍ତି ଖୋମିନୀ,ଯିଏ ଇରାନର ଦୁସମନ୍ ସେ ବି ଇରାକ୍ ,ଲେବନାନ୍ ,ମିଶର, ଏବଂ ୟମନର ଦୁସମନ୍

ପଶ୍ଚିମ ଏସିଆ ଯୁଦ୍ଧ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଟିତ ହୋଇଛି । ସୁରକ୍ଷା ସଂକ୍ରାନ୍ତୀୟ କ୍ୟାବିନେଟ କମିଟିର ଏହି ବୈଠକରେ ଭାରତ ଉପରେ ଯୁଦ୍ଧର ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଯୁଦ୍ଧ ଯୋଗୁଁ ଭାରତକୁ ତୈଳ ଯୋଗାଣ ପ୍ରଭାବିତ ହୋଇପାର । ଆନ୍ତର୍ଜାତିକ ବଜାରରେ ତୈଳ ଦର ବୃଦ୍ଧି ପାଇଲେ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡିବ । ମଧ୍ୟପ୍ରାଚ୍ୟ ସ୍ଥିତିକୁ ନେଇ ଗତରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇଥିଲେ।  କେବେ ଶେଷ ହେବ ଏ ଯୁଦ୍ଧ,ଅପେକ୍ଷାରେ ସାରା ବିଶ୍ବ

ରାଜଭବନ ରାଜନୀତି
23m ago
ରାଜଭବନ ରାଜନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ରାଜଭବନ ରାଜନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟାଦା ସମ୍ପନ୍ନ କାର୍ଯ୍ୟାଳୟ । ଯେତେବେଳେ କିଛି ଲୋକଙ୍
NIA RAID
ଟେରର୍ ଫଣ୍ଡିଂ ମାମଲାରେ ୫ ରାଜ୍ୟରେ ତଲାସି ଜାରି
ଅର୍ଗସ ବ୍ୟୁରୋ: ଏନ୍ଆଇଏର ବଡ଼ ଆକ୍ସନ୍ । ଟେରର୍ ଫଣ୍ଡିଂ ମାମଲାରେ ଦିଲ୍ଲୀ, ୟୁପି, ମହାରାଷ୍ଟ୍ର, ଜମ୍ମୁ କାଶ୍ମୀର ସମେତ ୫ ରାଜ୍ୟରେ ତଲାସି ଜାରି । ଏହି ସମସ୍ତ ରାଜ୍ୟର ୨୨ଟି ଲୋକେସନରେ ରେଡ
ଲକ୍ଷ୍ମୀ ମାଝୀ ଫାଇଲ୍
ଲକ୍ଷ୍ମୀ ମାଝୀ ଫାଇଲ୍ ଖୋଲିଦେବ ବିଜେଡି ନେତାଙ୍କ ମୁଖା,ଚାପିଥିଲେ ନବୀନ,ଖୋଲିବେ ମୋହନ
ଅର୍ଗସ ବ୍ୟୁରୋ:ଲକ୍ଷ୍ମୀ ମାଝୀ ଫାଇଲ୍ ଖୋଲିଦେବ ଅସଲ ମୁଖା,ଟେନସନରେ ବିଜେଡି ନେତା।ଡିସେମ୍ବର ୨୧, ୨୦୨୩ କେବଳ ରାୟଗଡା ନୁହେଁ, ସାରା ରାଜ୍ୟରେ ଖେଳିଗଲା ଚାଞ୍ଚଲ୍ୟ । ରାୟଗଡା ଚନ୍ଦ୍ରପୁ