ଧମାଧମ ଏୟାରଷ୍ଟ୍ରାଇକ କରୁଛି ଇସ୍ରାଏଲ, ହେଜବୁଲ୍ଲା ଆକ୍ତାମାକ୍ତା
by Argus News
Mon, Oct 07 | 5:19 p.m.

ଅର୍ଗସ ବ୍ୟୁରୋ: ଇସ୍ରାଏଲର ଭୟଙ୍କର ଆକ୍ରମଣ । ଆତଙ୍କୀଙ୍କୁ ନିପାତ କରିବାକୁ ପ୍ରବଳ ମାତ୍ରାରେ କରୁଛି କ୍ଷେପଣାସ୍ତ୍ର ମାଡ଼ । ଲେବାନନ୍‌ରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନ ହେଜବୁଲ୍ଲାକୁ ମୂଳପୋଛ କରିବା ପାଇଁ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଛି । ଗତକାଲି ଗୋଟିଏ ଦିନରେ କେବଳ  ବେରୁତରେ ୨୦ରୁ ଅଧିକ ଏୟ।ରଷ୍ଟ୍ରାଇକ କରିବା ସହିତ ଉତ୍ତରରେ ଥିବା ପାଲେଷ୍ଟାଇନ୍ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ଭୟଙ୍କର ଆକ୍ରମଣ କରିଛି । ଶରଣାର୍ଥୀ ଶିବିରଗୁଡ଼ିକରେ ଆତଙ୍କବାଦୀଙ୍କୁ ଠାବ କରାଯିବା ମାତ୍ରେ ଇସ୍ରାଏଲ ତତ୍‌କ୍ଷଣାତ ଆକ୍ରମଣ କରୁଥିବାରୁ ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ହେଉଛି । ସେପଟେ, ତୁରନ୍ତ ଲେବାନନ୍‌ ଓ ଗାଜାରେ ଯୁଦ୍ଧବିରତି ପାଇଁ  ଅନେକ ପଶ୍ଚିମ ରାଷ୍ଟ୍ରଙ୍କ ପ୍ରସ୍ତାବକୁ ଇସ୍ରାଏଲ ପ୍ରତ୍ୟାଖ୍ୟାନ କରିଦେଇଛି ।

ହେଜବୁଲ୍ଲାକୁ ଘେରିଯାଇ ଆକ୍ରମଣ କରୁଛି ଇସ୍ରାଏଲ । ଏବେ ସ୍ଥିତି ଏମିତି ହେଲାଣି ଯେ ଇରାନ ବି ହେଜବୁଲ୍ଲାକୁ କୌଣସି ପ୍ରକାର ସହାୟତା କରିପାରୁନି । କାରଣ ହିଜବୁଲ୍ଲାକୁ ଅସ୍ତ୍ରଶସ୍ତ୍ର ପଠାଇବାର ସବୁ ପ୍ଲାନକୁ ପଣ୍ଡ କରିଦେଇଛି ଇସ୍ରାଏଲ । ତେଣୁ ନିଜ ପାଖରେ ପୂର୍ବରୁ ଯେଉଁ ଅସ୍ତ୍ର ଥିଲା ସେତିକିରେ ହିଁ ପ୍ରତିଆକ୍ରମଣ କରୁଛି ହେଜବୁଲ୍ଲା । ସେପଟେ, ଇସ୍ରାଏଲର ବିଭିନ୍ନ  ପ୍ରତିଷ୍ଠାନ ଉପରେ ପ୍ରାୟ ୨୦୦ କ୍ଷେପଣାସ୍ତ୍ର ମାଡ଼ କରିଥିବା ଇସ୍ରାଏଲ, ଇରାନ ଉପରେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ ପାଇଁ ପ୍ରସ୍ତୁତ ଥିବାରୁ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବିଭୀଷିକା ବଢିବାରେ ଲାଗିଛି । ଗତରାତିରେ ବେରୁତରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ହେବା ସହିତ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ଲାଲ ଓ ଧଳା ରଙ୍ଗର ଚମକ ସୃଷ୍ଟି କରିଥିବା ବିସ୍ଫୋରଣ ଆତଙ୍କ ଖେଳାଇ ଦେଇଥିଲା। 

ମଧ୍ୟପ୍ରାଚ୍ୟରେ ଇସ୍ରାଏଲ କରୁଥିବା ଆକ୍ରମଣରେ ଥହରହର ଇରାନ । ଦକ୍ଷିଣ ଲେବାନନ୍ ଭିତରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କରିବା ପରଠାରୁ ପ୍ରାୟ ୪୪୦ରୁ ଅଧିକ ହିଜବୁଲ୍ଲା ଆତଙ୍କୀଙ୍କୁ ନିପାତ କରିଛନ୍ତି ଇସ୍ରାଏଲ ସୈନ୍ୟ । ସେନା ମୁଖପାତ୍ର ରିଅର୍ ଆଡମିରାଲ ଡାନିଏଲ ହାଗ୍‌ରି କହିଛନ୍ତି, ‘ସ୍ଥଳ ସଂଘର୍ଷ ଆରମ୍ଭରୁ ସେନା ପ୍ରାୟ ୪୪୦ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। ମୃତକଙ୍କ ମଧ୍ୟରେ ହେଜବୁଲ୍ଲାର ପ୍ରାୟ ୩୦ ଜଣ କମାଣ୍ଡର ଅଛନ୍ତି । ଏହି ଆକ୍ରମଣ ମଧ୍ୟରେ ଇସ୍ରାଏଲ ସେନା ବେରୁତର ଦକ୍ଷିଣାଞ୍ଚଳ ବାସିନ୍ଦାଙ୍କୁ ସ୍ଥାନାନ୍ତର ହେବାକୁ ପୁଣି ଥରେ ଆହ୍ୱାନ ଦେଇଛି । ଯେହେତୁ ସେହି ଅଂଚଳ ହେଜବୁଲ୍ଲାର ଗଡ଼, ତେଣୁ ପ୍ରଚଣ୍ଡ ଆକ୍ରମଣ ହେବ । ଏପଟେ, ଅକ୍ଟୋବର ୭ରେ ହମାସ୍‌ ଆକ୍ରମଣର ବାର୍ଷିକୀ ଅବସରରେ ଇସ୍ରାଏଲ ହାଇଆଲର୍ଟରେ ରହିଛି । ଠିକ୍‌ ବର୍ଷକ ତଳେ ହମାସ୍‌ର ଏହି ବର୍ବର ଆକ୍ରମଣରେ ଅତି କମ୍‌ରେ ୧,୨୦୦ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିଲେ । ତେଣୁ ନୀରିହ ନାଗରିକଙ୍କ ମୃତ୍ୟୁର ବଦଲା ନିଆଯିବା ସହିତ ଆଚଙ୍କୀଙ୍କୁ ସମୂଳେ ନିପାତ କରାଯିବ ବୋଲି ଇସ୍ରାଏଲ କହିଛି ।
 

ଗ୍ରାହକଙ୍କୁ ଝଟକା
4m ago
ଗ୍ରାହକଙ୍କୁ ଝଟକା ଦେଲା SBI, କ୍ରେଡିଟ୍ କାର୍ଡ଼ ନିୟମରେ ବଡ଼ ପରିବର୍ତ୍ତନ
ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI) ଗ୍ରାହକଙ୍କ ପାଇଁ ବଡ଼ ଖବର । ଅପଣ ବିଦ୍ୟୁତ , ଗ୍ୟାସ୍, ପାଣି ଭଳି ୟୁଟିଲିଟି ବିଲ୍ ପୈଠ କରିବା ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିଲ
ଉତ୍କଣ୍ଠା
29m ago
ଆକାଉଣ୍ଟକୁ ଆସିଲା ୧ ଟଙ୍କା, ବଢିଲା ସୁଭଦ୍ରା ଉତ୍କଣ୍ଠା
ଭୁବନେଶ୍ୱର: ଫାଇନାଲ୍ ଟ୍ରାନ୍ସଫର ପୂର୍ବରୁ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଆସିଲା 1 ଟଙ୍କା, ବଢ଼ିଲା ଉତ୍କଣ୍ଠା । ସମ୍ପୂର୍ଣ୍ଣ ହେଲାଣି 1 କୋଟିରୁ ଅଧି
ଖୋଲିଲା ଗୁମର
33m ago
ବିଜେଡି ରାଜ୍ୟସଭା ସାଂସଦଙ୍କ ବୟାନ ଖୋଲିଲା ଗୁମର
ଭୁବନେଶ୍ୱର: କ୍ଷମତାରୁ ଯିବା ପରେ ଦୋହଲୁଛି ବିଜେଡିର ମୂଳଦୁଆ । ସମଦୂରତା ଏବେ ସିଦ୍ଧାନ୍ତ ନୁହେଁ । ବିଜେଡି ରାଜ୍ୟସଭା ସାଂସଦଙ୍କ ବକ୍ତବ୍ୟ ଖୋଲିଲା ଗୁମର । ଏବେ ଇଣ୍ଡି ମେଣ୍ଟ ମୁହା