ଇସ୍ରାଏଲର କଡ଼ା ଚେତାବନୀ , ୨ ଘଣ୍ଟାରେ ଆକ୍ରମଣ ହେବ, ତୁରନ୍ତ ଜାଗା ଖାଲି କର
by Argus News
Mon, Oct 14 | 2:36 p.m.

ଅର୍ଗସ ବ୍ୟୁରୋ : ଏତେ ଆଲୋଚନା, ବିଭିନ୍ନ ଦେଶର ଅପିଲ ପରେ ବି ଇସ୍ରାଏଲ ଆକ୍ରମଣ ଥମୁନି । ହେଜବୁଲ୍ଲା ଉପରେ କଡ଼ା ପ୍ରହାର କରିବାରେ ଲାଗିଛି ଇସ୍ରାଏଲ। ଖାସ କରି ଲେବାନନର ବେକା ଘାଟି ଉପରେ ମାତ୍ର ୨ ଘଂଟାରେ ବଡ଼ ଧରଣର ଆକ୍ରମଣ ହେବ ବୋଲି ଇସ୍ରାଏଲ ଚେତାବନୀ ଦେଇଛି । କାରଣ ହିଜବୁଲ୍ଲା ସେଠାରେ ପୁଳାପୁଳା ଅସ୍ତ୍ରଶସ୍ତ୍ର ଏକାଠି କରି ରଖିଛି । ତେଣୁ ସେଠାରେ ଆକ୍ରମଣ ହେବ ବୋଲି ଇସ୍ରାଏଲ ସ୍ପଷ୍ଟ କରିଛି । 

ଆତଙ୍କୀକୁ ମୂଳପୋଛ କରିବାକୁ ଇସ୍ରାଏଲ ତୟାରୀ ରହିଛି । ସେଇଥି ଲାଗି ତ ନିଇତି ଆକ୍ରମଣ କରୁଛି । ଖାସ କରି ଏବେ ବେକା ଘାଟିକୁ ଟାର୍ଗେଟ୍‌ କରାଯିବ ବୋଲି ଇସ୍ରାଏଲ ସ୍ପଷ୍ଟ କରିବା ସହିତ ତୁରନ୍ତ ସେହି ସ୍ଥାନରୁ ସାଧାରଣ ଲୋକ ଦୂରେଇ ଯାଆନ୍ତୁ ବୋଲି ଅପିଲ ବି କରିଛି । ଆଜି ହାଗାରରୁ ଏହା ଦ୍ୱିତୀୟ ଚେତାବନୀ ଦିଆଯାଇଛି ।  ଏହାପୂର୍ବରୁ ସକାଳେ ଦକ୍ଷିଣ ଲେବାନନର ବାସିନ୍ଦାଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା କାରଣ ହିଜବୁଲ୍ଲାର କ୍ରୁଜ୍ କ୍ଷେପଣାସ୍ତ୍ର ରଖାଯାଇଥିବା ସ୍ଥାନକୁ ଟାର୍ଗେଟ କରିବାକୁ ଇସ୍ରାଏଲ୍ ଯୋଜନା କରିଛି ।

ପୂର୍ବରୁ ବି ଆମେରିକା ସ୍ପଷ୍ଟ କରିଥିଲା କି ଇରାନ ଇସ୍ରାଏଲ ଉପରେ ଯେଉଁ ଆକ୍ରମଣ କଲା ତାହା ଆଗାମୀ ଦିନରେ ତାକୁ ମହଙ୍ଗା ପଡ଼ିବ । ଠିକ୍‌ ସେମିତି ଇରାନର ଆକ୍ରମଣ ପରେ ଇସ୍ରାଏଲ ଏବେ ପ୍ରତିଆକ୍ରମଣ କରୁଛି । ଆଇଡିଏଫ୍‌ କହିଛି, ଆଜିର ଆକ୍ରମଣ ଲେବାନନ ଉପରେ ତୃତୀୟ ଏୟାରଷ୍ଟ୍ରାଇକ୍‌ । କୁହାଯାଉଛି ଆଜିର ଆକ୍ରମଣରେ ପ୍ରାୟ ୧୦୦ ଜଣଙ୍କ ଜୀବନ ଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବି ଆତଙ୍କ ଖେଳିଯାଇଛି । 

ଇସ୍ରାଏଲର ଅଧିକାରୀଙ୍କ କହିବାନୁସାରେ, ହିଜବୁଲ୍ଲା ରବିବାର ଦିନ ଇସ୍ରାଏଲର ଉତ୍ତର ବିନୟାମିନା ନିକଟରେ ଥିବା ଏକ ଆଇଡିଏଫ୍ ବେସ୍ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଇସ୍ରାଏଲର ପ୍ରତିରକ୍ଷା ବାହିନୀର ଚାରିଜଣ ସୈନିକ ନିହତ ହୋଇଥିଲେ ଏବଂ ଅନେକ ଲୋକ ଆହତ ହୋଇଥିଲେ । ସେପଟେ, ଇସ୍ରାଏଲ- ହିଜବୁଲ୍ଲା ଯୁଦ୍ଧ ଭିତରେ ପୁଟିନଙ୍କୁ ଭେଟିଛନ୍ତି ଇରାନ ରାଷ୍ଟ୍ରପତି । କୁହାଯାଉଛି କି ଯେହେତୁ ଆମେରିକା ଇସ୍ରାଏଲକୁ ସମର୍ଥନ ଦେଉଛି ତେଣୁ ନିଜକୁ ବଞ୍ଚାଇବାକୁ ଋଷିଆ ଶରଣରେ ପଶିଛି ଇରାନ । ଅବଶ୍ୟ ଏହା ଦ୍ଵିପାକ୍ଷିକ ଆଲୋଚନା ବୋଲି ଋଷ ଗଣମାଧ୍ୟମରେ କୁହାଯାଇଛି କିନ୍ତୁ ଯୁଦ୍ଧ ଭିତରେ ଉଭୟ ନେତାଙ୍କ ଭିତରେ ହୋଇଥିବା ଆଲୋଚନା ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।
 

ମୋହନ ମାଝୀ
5m ago
ପୂର୍ବ ସରକାରରେ ଗଣତନ୍ତ୍ର ବଦଳରେ ଚାଲିଥିଲା ଅମଲାତନ୍ତ୍ର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତ
BJD POLITICS
14m ago
24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢୁଛି ଅସନ୍ତୋଷ
ଅର୍ଗସ ବ୍ୟୁରୋ: 24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢ଼ିବାରେ ଲାଗିଛି ନେତାଙ୍କ ବୟାନବାଜି । ନବୀନଙ୍କ ବିରୁଦ୍ଧରେ ଖୁଲମଖୁଲା ବିଶୋଦଗାର କରୁଛନ୍ତି ନେତା । ଆଉ ଏଭଳି ସ୍ଥିତିରେ ଦଳର ନେତୃତ୍
ଦାଦନ ସମସ୍ୟା
48m ago
ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା
ଅର୍ଗସ ବ୍ୟୁରୋ: ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା । ଏଥିପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଦାଦନ ଜନିତ ବିସ୍ଥାପନ ଦୂର ପାଇଁ ସରକାର ଏକ ଟାସ୍କଫୋର୍ସର ଗଠନ କରିଛନ୍ତି । ଦାଦ