ତୃତୀୟ ଥର ପାଇଁ ପୁଷ୍ପକ ବିମାନର ହେଲା ସଫଳ ଲ୍ୟାଣ୍ଡିଂ
by Argus News
Sun, Jun 23 | 9:28 p.m.

ନୂଆଦିଲ୍ଲୀ: ଇସ୍ରୋକୁ ପୁଣି ବଡ଼ ସଫଳତା । ତୃତୀୟ ତଥା ଅନ୍ତିମ ଥର ପାଇଁ ଇସ୍ରୋ ସଫଳତାର ସହିତ RLV LEX-03 ମିଶନକୁ ପାର କରିଛି । ମହାକାଶରୁ ଫେରୁଥିବା ଯାନର ଗତିକୁ ନିୟନ୍ତ୍ରଣ କରିବାକୁ ନିଆଯାଉଥିବା ପଦକ୍ଷେପ ଉପରେ ଏହା ପରିଚାଳନା କଲା । ପୁଷ୍ପକ ଏହି ମିଶନ, କର୍ଣ୍ଣାଟକର ଚିତ୍ରାଦୂର୍ଗ ଠାରେ ଥିବା ଏରୋନଟିକାଲ୍ ଟେଷ୍ଟ ରେଂଜରେ କରାଯାଇଥିଲା ।  ଏହା ମହାକାଶରୁ ଫେରୁଥିବା ଯାନ ର ଗତିକୁ ନିଯନ୍ତ୍ରଣ କରିବ । ମହାକାଶ ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଇସ୍ରୋ । ପୁଷ୍କକ ବିମାନର ସଫଳ ଲ୍ୟାଣ୍ଡିଂ । 

ଆଗାମୀ ଦିନରେ ମହାକାଶରୁ ଫେରୁଥିବା ଯାନ ପୁଣିଥରେ ବ୍ୟବହାର କରାଯିବ । ଏଥିପାଇଁ ଇସ୍ରୋ ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ଚାଲିଛି । ତୃତୀୟ ଥର ପାଇଁ  ପୁଷ୍ପକ ବିମାନର ହେଲା ସଫଳ ଲ୍ୟାଣ୍ଡିଂ । ପୂର୍ବରୁ ପୁଷ୍କକ RLV LEXର ପ୍ରଥମ ଓ ଦ୍ବିତୀୟ ଲ୍ୟାଣ୍ଡିଂ ସଫଳ ହୋଇଥିଲେ ମଧ୍ୟ ତୃତୀୟ ମିଶନ ଇସ୍ରୋ ପାଇଁ ବଡ ଚ୍ୟାଲେଂଜ ଥିଲା । ପୂର୍ବ ଦୁଇଟି ମିଶନ ତୁଳନାରେ ଏହି ମିଶନ ବେଳେ ପବନର ବେଗ ଅତ୍ୟଧିକ ରହିଥିଲା । କିନ୍ତୁ ଇସ୍ରୋ ଟିମ୍ ଏହି ଚ୍ୟାଲେଂଜକୁ ଗ୍ରହଣ କରି କର୍ଣ୍ଣାଟକର ଚିତ୍ରଦୁର୍ଗରୁ ଏରୋନଟିକାଲ ଟେଷ୍ଟ ରେଂଜରେ ପୁନଃବ୍ୟବହାର ଯୋଗ୍ୟ ଲଂଚ୍ ଯାନ ପୁଷ୍କକର ସଫଳ ଲ୍ୟାଣ୍ଡିଂ କରାଇଥିଲେ । ଇସ୍ରୋ ଦ୍ବାରା ବିକଶିତ ପୁଷ୍ପକ RLV ରେ ଟେକ୍ନିକାଲ ନାଭିଗେସନ, କଣ୍ଟ୍ରୋଲ ସିଷ୍ଟମ, ଲ୍ୟାଣ୍ଡିଂ ଗିୟର ଏବଂ ଡିକ୍ଲୋରାସେନ ସିଷ୍ଟମ ରହିଛି । ପୂର୍ବ ପରୀକ୍ଷଣ ଅପେକ୍ଷା ଏଥର ଇସ୍ରୋ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନରେ ଏୟାରଫ୍ରେମ୍‌ ଷ୍ଟ୍ରକ୍ଟର ଏବଂ ଲ୍ୟାଣ୍ଡିଂ ଗିୟରକୁ ଅଧିକ ଶକ୍ତିଶାଳୀ କରିଛି । 

ପୁଷ୍କକ RLV କୁ 4.5 କିଲୋମିଟର ଉଚ୍ଚତାରେ ଭାରତୀୟ ବାୟୁସେନାର ଚିନୁକ୍ ହେଲିକପ୍ଟରରୁ ଅବତରଣ କରାଯାଇଥିଲା । ଏହାପରେ ପୁଷ୍କକ ସ୍ବୟଚାଳିତ ପ୍ରକ୍ରିୟାରେ ନିଜର ଗତିପରିବର୍ତ୍ତନ କରି ରନଓ୍ବେକୁ ଛୁଇଁଥିଲା । ଲ୍ୟାଣ୍ଡିଂ ବେଳେ ଏହାର ବେଗ ଘଣ୍ଟାପ୍ରତି ୩୨୦ କିମି ରହିଥିଲା । ପରେ ଏହା ହ୍ରାସ ପାଇ ଘଣ୍ଟାପ୍ରତି ୧୦୦ କିଲୋମିଟରକୁ ଖସିଥିଲା । ଧୀରେ ଧୀରେ ପାରାଚୁଟ୍ ବ୍ରେକ୍ ଦ୍ବାରା ରନଓ୍ବେ ଉପରେ ସ୍ଥିର ରହିଥିଲା ପୁଷ୍କକ। ଏହି ମିଶନ ଦ୍ବାରା ଇସ୍ରୋ ମହାକାଶରୁ ଆସୁଥିବା ଯାନଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ଲକ୍ଷ୍ୟ ରଖିଛି । ମହାକାଶରୁ ଆସୁଥିବା ଯାନ ଗୁଡିକ ଅତି ଅଧିକ ବେଗରେ ପୃଥିବୀ ଆଡକୁ ଆସିଥାନ୍ତି । ସେହି ଯାନଗୁଡିକୁ ନିୟନ୍ତ୍ରିତ କରି ଏହାକୁ ପୁଣି ଥରେ ବ୍ୟବହାର ଯୋଗ୍ୟ କରିବା ପାଇଁ ଟାର୍ଗେଟ୍ ରଖିଛି ଇସ୍ରୋ । ପୁଷ୍କକର ଏହି ଜଟିଳ ପ୍ରକ୍ରିୟା ସଫଳତାର ସହ ପରୀକ୍ଷା କରାଯାଇଥିବାରୁ ପୁରା ଟିମକୁ ଅଭିନନ୍ଦନ ଜଣାଇଛନ୍ତି ଇସ୍ରୋ ଚେୟାରମ୍ୟାନ୍ ଏସ. ସୋମନାଥ। 
ଅଧିକ ପଢନ୍ତୁ ଭାରତ ଖବର 

9 ଗିରଫ
35m ago
ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ
ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଶୁକ୍ରବାର ଭଦ୍ରକରେ ହୋଇଥିଲା ତୁମୂଳକାଣ୍ଡ। ଆକ୍ରମଣJS ଲହୁଲୁହାଣ ହୋଇଥିଲେ ପୋଲିସ ଅଫିସର। ଏଇ ଘଟଣା ପରେ ଭଦ୍ରକ ସହରରେ ପୋଲିସ ଛାଉଣୀ ।
ସରକାର
51m ago
ପୂର୍ବ ସରକାରରେ ଦୁର୍ନୀତିଖୋର ଅଫିସରଙ୍କୁ କଡ଼ା ଚେତାବନୀ
ଅର୍ଗସ ବ୍ୟୁରୋ: ମହିଳା ବିରୋଧୀ ଅପରାଧ ଉପରେ ଶୂନ୍ୟ ସହନଶୀଳ ନୀତିରେ କାମ କର । ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉପରେ ହେଉଥିବା ଅପରାଧର ତୁରନ୍ତ ସମାଧାନ କର । ଅପରାଧୀ ଯେତ
ନସରୁଲ୍ଲାର ଆଡ୍ଡା
59m ago
ଆତଙ୍କର ସର୍ବନାଶ..ନସରୁହ୍ଲାର ହେଲା ବିନାଶ
ଅର୍ଗସ ବ୍ୟୁରୋ: ହିଜବୁଲ୍ଲା ହେଡ୍ ର ଖେଳ ଖତମ୍ । ବେରୁଟ୍ ରେ ନସରୁଲ୍ଲାର ଆଡ୍ଡା କୁ ଟ୍ରାକ୍ ତାପରେ ବମ୍ ଆଟାକ୍ । ହିଜବୁଲ୍ଲାର ହେଡକ୍ବାର୍ଟରର ବଙ୍କର ଭିତରେ ଲୁଚି ରହିଥିଲା ଆତଙ୍କ